ଭୁବନେଶ୍ୱର,୨୦/୦୩: କନ୍‌‌ଫେଡେରେସନ ଅଫ୍‌ ରିୟଲ ଇଷ୍ଟେଟ ଡେଭଲପର ଆସୋସିଏସନ ଅଫ୍‌ ଇଣ୍ଡିଆ  (କ୍ରେଡାଇ) ଓଡ଼ିଶା ଚାପ୍ଟର ପକ୍ଷରୁ ଏପ୍ରିଲ ୧୮ରୁ ୨୭ ଯାଏ ହୋମ୍‌ ଆଣ୍ଡ୍‌ ଡେକୋର  ପ୍ରଦର୍ଶନୀ ସ୍ଥାନୀୟ ଜନତା ମୈଦାନଠାରେ  ଅନୁଷ୍ଠିତ ହେବ । ବିଲ୍ଡର, ନିବେଶକ,  ଘରକ୍ରେତା, ଇଣ୍ଟେରିୟର ଡିଜାଇନର,  ବିଲ୍ଡିଂ ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନିଗୁଡ଼ିକ  ଲାଗି ଏହା ରାଜ୍ୟର ସର୍ବବୃହତ୍‌ ଏକ୍ସପୋ ।  ରିୟଲ ଇଷ୍ଟେଟ ଏବଂ ହୋମ ଡେକୋର  କ୍ଷେତ୍ରରେ ସଦ୍ୟତମ ଟ୍ରେଣ୍ଡ୍‌ ସହ ଏହା  ଘର କ୍ରେତା ଏବଂ ନିବେଶକଙ୍କ ଲାଗି  ୱାନ୍‌ ଷ୍ଟପ ଡେଷ୍ଟିନେସନ ହେବ । ୧୦ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ଏକ୍ସପୋରେ  ୩୦୦ରୁ ଊଦ୍ଧ୍ୱର୍ ଡେଭଲପର ସେମାନଙ୍କ  ପ୍ରପର୍ଟି ପ୍ରଦର୍ଶନ କରିବେ ବୋଲି କ୍ରେଡାଇ  ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା  ଦିଆଯାଇଛି । 

ଘର କ୍ରେତା, ରିୟଲ ଇଷ୍ଟେଟ ନିବେଶକ  ଏବଂ ଶିଳ୍ପ ପ୍ରଫେଶନାଲଙ୍କ ବହୁବିଧ  ଆବଶ୍ୟକତାକୁ ଧ୍ୟାନରେ ରଖି ଏଭଳି  କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା କ୍ରେଡାଇ  ଓଡ଼ିଶା ଅଧ୍ୟକ୍ଷ ଡି.ଏସ୍‌. ତ୍ରିପାଠୀ ସୂଚନା  ଦେଇଛନ୍ତି । ଏଥିରେ ରେସିଡେନ୍‌ସିଆଲ,  କମର୍ସିଆଲ ପ୍ରପର୍ଟିର ବିସ୍ତୃତ ପ୍ରକଳ୍ପ,  ସ୍ମାର୍ଟସିଟି ବିକାଶ, ଲକ୍‌ଜ୍ୟୁରୀ ଭିଲା ପ୍ରକଳ୍ପ  ସହ ଘରକ୍ରେତାଙ୍କୁ ଠିକ୍‌ ନିଷ୍ପତ୍ତି ନେବା  ଦିଗରେ ପ୍ରଫେସନାଲଙ୍କ ଦ୍ୱାରା ପରାମର୍ଶ  ମଧ୍ୟ ମିଳିବ। ଭୁବନେଶ୍ୱର, କଟକ,  ବ୍ରହ୍ମପୁର, ସମ୍ବଲପୁର, ଝାରସୁଗୁଡା,  ବାଲେଶ୍ୱର, ପୁରୀ ଭଳି ସ୍ଥାନଗୁଡ଼ିକର  ବିଲ୍ଡରମାନେ ପ୍ରକଳ୍ପ ସବୁ ପ୍ରଦର୍ଶନ  କରିବା କାର୍ଯ୍ୟକ୍ରମ ରହିଛି । 

ଭୁବନେଶ୍ୱର  ଏବଂ ରାଉରକେଲା ସ୍ମାର୍ଟ ସିଟି ବିକାଶ,  ଆଇଟି ପାର୍କ ଏବଂ ରାଜ୍ୟର ଦୃଢ଼ ଭିତ୍ତିଭୂମି ଯୋଗୁ ଓଡ଼ିଶା ଏକ ରିୟଲ ଇଷ୍ଟେଟ  ହବ୍‌ ପାଲଟୁଥିବା ଶ୍ରୀ ତ୍ରିପାଠୀ ଉଲ୍ଲେଖ  କରିଛନ୍ତି । ଏ ଅବସରରେ କ୍ରେଡାଇ ଓଡ଼ିଶା  ଉପାଧ୍ୟକ୍ଷ ବିନୟ କୃଷ୍ଣ ଦାସ, ସଭାପତି  ସ୍ୱଦେଶ କୁମାର ରାଉତରାୟ, ଉପସଭାପତି  ଉମେଶ ଖଣ୍ଡେଲୱାଲ, ସନ୍ତୋଷ କୁମାର  ସାହୁ, ସମ୍ପାଦକ ଅନିଲ କୁମାର ଅଗ୍ରୱାଲ,  କୋଷାଧ୍ୟକ୍ଷ ସୂର୍ଯ୍ୟକାନ୍ତ ବେହେରା, ଏକ୍ସପୋ  କମିଟି ସଦସ୍ୟ ତଥା କେଡ୍ରାଇ ଭୁବନେଶ୍ୱର  ସମ୍ପାଦକ ଜଗତ କୁମାର କର, ଅଶୋକ  କୁମାର ପାତ୍ର, ଶେଖ ମୈରାଜୁଲ ହକ୍‌,  ଶଶିକାନ୍ତ ବାରିକ, ପଙ୍କଜ ମୋଟୱାନି  ଏବଂ କ୍ରେଡାଇ କଟକର ସଦସ୍ୟ ପିଆର୍‌ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।