PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ପତ୍ନୀଙ୍କ ପାଇଁ ବୁକ୍ କରିଥିଲେ ହୋମ୍ ମସାଜ, ଘରକୁ ଆସି ଦୁଷ୍କର୍ମ କଲା ମସାଜ ବୟ

ନୂଆଦିଲ୍ଲୀ ୮/୮: ମସାଜ କରିବାକୁ ଘରକୁ ଆସି ମହିଳା ଗ୍ରାହକଙ୍କୁ ଦୁଷ୍କର୍ମ ଅଭିଯୋଗ । ଜଣେ ମହିଳା ଅଭିଯୋଗ କରିଛନ୍ତି କି ମସାଜ ପାଇଁ ତାଙ୍କ ଘରକୁ ଆସିଥିବା ଜଣେ ବ୍ୟକ୍ତି ତାଙ୍କୁ ଦୁଷ୍କର୍ମ କରିଛନ୍ତି । ମହିଳାଙ୍କ ପତି Soothe ଆପରୁ ହୋମ୍-ମସାଜ ବୁକ୍ କରିଥିଲେ । ଏହି ମାମଲାରେ ମହିଳା ଜଣକ ଆପ୍ ବିରୁଦ୍ଧରେ କେସ୍ କରିଛନ୍ତି । କୋର୍ଟରେ ଜମା ଡକ୍ୟୁମେଣ୍ଟ ଅନୁସାରେ ଯାଞ୍ଚ ସମୟରେ ଏହା ସାମ୍ନାକୁ ଆସିଛି କି ଅଭିଯୁକ୍ତ ପୂର୍ବରୁ ମଧ୍ୟ ଜଣେ କଷ୍ଟମରଙ୍କୁ ଦୁଷ୍କର୍ମ କରିଥିଲା ।

ମାମଲାଟି ଆମେରିକାର ନ୍ୟୁୟର୍କର । ଏହି ମସାଜ ମହିଳାଙ୍କ ପାଇଁ ତାଙ୍କ ପତି ବୁକ୍ କରିଥିଲେ । ସେ ନିଜେ ଏହି ସମୟରେ ସହରରୁ ବାହାରକୁ ଯାଇଥିଲେ । ମହିଳା ଜଣକ ଥାନାରେ ମାମଲା ରୁଜୁ କରାଇ କହିଛନ୍ତି କି ଏହି ଗିଫ୍ଟ ତାଙ୍କ ପାଇଁ ଏକ ଖରାପ ସ୍ୱପ୍ନ ପାଲଟିଗଲା । ମସାଜ ପାଇଁ କମ୍ପାନୀ ତରଫରୁ ଅଭିଯୁକ୍ତ ଜଣକ ଆସି ତାଙ୍କୁ ନିଜ ଘରେ ହିଁ ଦୁଷ୍କର୍ମ କରିଥିଲା ବୋଲି ସେ ଥାନାରେ ଅଭିଯୋଗ କରିଛନ୍ତି । କୋର୍ଟରେ ରେଜିଷ୍ଟର ହୋଇଥିବା କେସରେ କୁହାଯାଇଛି କି ଅଭିଯୁକ୍ତ ଜଣକ ନିଜ ନାଁ ହର୍ଣ୍ଣାଡୋ ଗିରାଲ୍ଡୋ ରଖିଥିଲା ଯାହା କି ପରେ ଫେକ୍ ବୋଲି ଜଣାପଡିଛି ।

ମହିଳା ଜଣକ Soothe ଆପ୍ ବିରୁଦ୍ଧରେ ଅଭିଯୋଗ କରି କହିଛନ୍ତି କି କମ୍ପାନୀ ହର୍ଣ୍ଣାଡୋକୁ ନିଯୁକ୍ତ କରିବା ସମୟରେ ସଠିକ୍ ଭାବେ ନିୟମର ପାଳନ କରିନି । ପୂର୍ବରୁ କମ୍ପାନୀ କର୍ମଚାରୀଙ୍କ ବ୍ୟାକଗ୍ରାଉଣ୍ଡ୍ସ ଚେକ୍ କରିବା ଉଚିତ୍ ବୋଲି ସେ କହିଛନ୍ତି । ତେବେ ଘଟଣାର ଯାଞ୍ଚ କରୁଛି ପୋଲିସ । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା କମ୍ପାନୀ Soothe ତରଫରୁ କୈଣସି ଅଫିସିଆଲ୍ ବୟାନ ଆସିନି ।

ସମ୍ବନ୍ଧିତ ଖବର