ବଦଳିଲା ଶାହଙ୍କ ସରକାରୀ ବାସଭବନ, ଏବେ ରହିବେ ବାଜପେୟୀଙ୍କ ବଙ୍ଗଳାରେ

ନୂଆଦିଲ୍ଲୀ,୭।୬: ଗୃହମନ୍ତ୍ରୀ ଓ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ପାଇଁ ବଙ୍ଗଳା ଆବଣ୍ଟିତ କରାଯାଇଛି। ଏବେ ଶାହା ରହିବେ ୬ଏ କୃଷ୍ଣ ମେନନ୍ ମାର୍ଗରେ ଥିବା ବଙ୍ଗଳରେ ଯେଉଁଠାରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀ ରହୁଥିଲେ। ବାଜପେୟୀଙ୍କ ପରଲୋକ ପରେ ତାଙ୍କ ପରିବାର ଲୋକ ଏହି ବଙ୍ଗଳାକୁ ଗତ ନଭେମ୍ବରରୁ ଖାଲି କରି ଦେଇଛନ୍ତି। ଗତ ଗୁରୁବାର ସରକାରୀ ସୁତ୍ରରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି ଯେ, ଗୃହମନ୍ତ୍ରୀ ଅମିତ ଶାହଙ୍କ ସୁରକ୍ଷା ଆବଶ୍ୟକତା ଅନୁସାରେ ଏହି ବଙ୍ଗଳାକୁ ଆଗାମୀ ଏକ ମାସ ମଧ୍ୟରେ ପ୍ରସ୍ତୁତ କରିଦିଆଯିବ।

୧୭ ତମ ଳୋକସଭା ଗଠନ ପରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଏହି ବଙ୍ଗଳାକୁ ଆବଣ୍ଟିକ କରାଯାଇଛି। କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ଆବଣ୍ଟିତ ହେବାକୁ ଥିବା ‘ଟାଇଟ ୮’ ଶ୍ରେଣୀର ଏହି ବଙ୍ଗଳାରେ ଏବେ ଜରୁରୀ ମରାମତି କାମ ଚାଲିଛ। ନବଗଠିତ ଲୋକସଭାରେ ଅମିତ ଶାହା ଗାନ୍ଧିନଗର ଲୋକସଭା ଅଞ୍ଚଳର ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି। ବଙ୍ଗଳରେ ମୁତୟନ କର୍ମଚାରୀମାନେ କହିଛନ୍ତି ଯେ, ଶାହ ନିଜେ ବଙ୍ଗଳାର ମୂଲାୟନ କରି ଦରକାରୀ ମୁତାବକ କାମର ତଦାରଖ କରିସାରିଛନ୍ତି।

ଶାହ ଏବେ ରାଜ୍ୟସଭା ସଦସ୍ୟ ଭାବରେ ଆକବର ରୋଡ୍ ସ୍ଥିତ ୧୧ ନମ୍ବର ବଙ୍ଗଳାରେ ରହୁଛନ୍ତି। ସେ ୧୯ ଅଗଷ୍ଟ ୨୦୧୭ରେ ରାଜ୍ୟସଭା ସାଂସଦ ହୋଇଥିଲେ। ଉଚ୍ଚ ସଦନରେ ତାଙ୍କ କାର୍ଯ୍ୟକାଳ ୨୦୨୩ ପର୍ଯ୍ୟନ୍ତ ନିର୍ଦ୍ଦାରିତ ଥିଲା। କିନ୍ତୁ ନିକଟରେ ହୋଇଥିବା ଲୋକସଭା ନିର୍ବାଚନରେ ଜିତିବା ପରେ ଓ ମୋଦି ସରକାରଙ୍କ ଗୃହମନ୍ତ୍ରୀ ହେବାପରେ ଶାହଙ୍କୁ ନୂଆ ବଙ୍ଗଳା ଆବଣ୍ଟିତ କରାଯାଇଛି।