PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

କେଶ ଧଳା ହୋଇଯାଉଛି କି ? ଏହାକୁ ନାଭିରେ ଲଗାନ୍ତୁ ହୋଇଯିବ କଳା

ଅଧିକ ମାତ୍ରାରେ କାମ କରିଲେ କିମ୍ବା ଖାଇବା ପିଇବାରେ ଅନିୟମିତତା ଦେଖାଦେଲେ ଶରୀର ଦୁର୍ବଳ ହୋଇଯାଇଥାଏ। ଜଣେ ଜଣେ ଖୁବ୍ କମ ବୟସରୁ ହିଁ ବୟସ୍କ ଭଳି ଦେଖାଯାଇଥାନ୍ତି। ତେବେ ଏହି ସବୁକୁ ଦୂର କରିବାକୁ ହେଲେ ଦେଶୀ ଘିଅ ଖାଇବା ଓ ମାଲିସ୍ କରିବା ନିହାତି ଜରୁରୀ। ଏହା ଶରୀରକୁ ଶକ୍ତିଶାଳୀ କରିବା ସହିତ ଚର୍ମ ରୋଗରୁ ମୁକ୍ତି ଦେଇଥାଏ।

୧. ଆର୍ୟୁବେଦ ଅନୁସାରେ ନାଭିରେ ଦେଶୀ ଘିଅ ମାଲିସ କରନ୍ତୁ। ଏହା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ। କାରଣ ଘିଅରେ ଥିବା ପୋଷକ ତତ୍ତ୍ବକୁ ଅବଶୋଷିତ କରିଦେଇଥାଏ। ଏହା ଦ୍ବାରା ଶରୀର ଶକ୍ତିଶାଳୀ ହୋଇଥାଏ।

୨. ଆଣ୍ଠୁ ଗଣ୍ଠି ବେମାର ଥିଲେ ରାତିରେ ଶୋଇବା ପୂର୍ବରୁ ନାଭିରେ ଦେଶୀ ଘିଅ ମାଲିସ କରିବା ଜରୁରୀ। ଏହା ଦ୍ବାରା ହାଡ଼ ମଜବୁତ ହୋଇଥାଏ। ଫଳରେ ପିଡ଼ାରୁ ଉପଶମ ମିଳେ।

୩.  ଯେଉଁମାନଙ୍କର ତ୍ବଚା ରୁଖା ରୁଖା ହୋଇଯାଉଛି ସେମାନେ ଗ୍ଲିସେରିନ୍ ସହି ଦେଶୀ ଘିଅ ମିଶାଇ ନାଭିରେ ଲଗାନ୍ତୁ। ଏହା କରିବା ଦ୍ବାରା ତ୍ବଚାରେ ଚମକ ଆସିଥାଏ।

୪. କେଶ ଝଡ଼ିଲେ କିମ୍ବା ଧଳା ପଡ଼ିଗଲେ ସେଥିରେ ଘିଅ ସହିତ ଶିକାକାଇ ପାଉଡର ମିଶାଇ ଲଗାଇବା ଉଚିତ୍। ଏହା କରିବା ଦ୍ବାରା କେଶ ମଜବୁତ ହୋଇଥାଏ। କେଶ ଲମ୍ବା ଓ କଳା ମଧ୍ୟ ହୋଇଥାଏ।

୫. ଯଦି ଆପଣଙ୍କ ଆଖି ପତା କିମ୍ବା ଆଇବ୍ରୋ କଳା କିମ୍ବା ଘନ ନାହିଁ ତେବେ ରାତିରେ ଶୋଇବା ପୂର୍ବରୁ ସେଥିରେ ଦେଶୀ ଘିଅ ଲଗାନ୍ତୁ। ଏହାକୁ ଲଗାତାର ଭାବେ କରନ୍ତୁ।

୬. ଦେଶୀ ଘିଅରେ ଲେମ୍ବୁ ଚିପୁଡ଼ି ତ୍ବଚାରେ ଲଗାନ୍ତୁ। ଦାଗ ଦୂର ହେବା ସହିତ ତ୍ବଚାରେ ଚମକପଣ ଆସିଥାଏ। ତ୍ବଚାର ରଙ୍ଗରେ ମଧ୍ୟ ପ୍ରଭାବ ପକାଇଥାଏ।

୭. ଅଧିକ ଥଣ୍ଡା କିମ୍ବା କାଶ ହେଉଥିଲେ ନାଭିରେ ଘିଅ ମସାଜ୍ କରନ୍ତୁ। କଷ୍ଟରୁ ଯାଥାଶୀଘ୍ର ଉପଶମ ମିଳିଥାଏ।