PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ-ଦୁର୍ଗ ଏକ୍ସପ୍ରେସରେ ନିଆଁ , ସ୍ଥାନୀୟ ଦମକଳ ବାହୀନୀ ଆସି ନିଆଁକୁ ଆୟତ୍ତ କଲେ
  • ||
  • କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଝିଅ ବିବାହ ବନ୍ଧନରେ ବାନ୍ଧି ହେଲେ
  • ||
  • ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ। ସିଏଚ୍‌ଏସ୍‌ସି କାର୍ଯ୍ୟାଳୟରେ ଫଳାଫଳ ଘୋଷଣା କଲେ ଗଣଶିକ୍ଷା ସଚିବ।
  • ||
  • ସୁପ୍ରିମକୋର୍ଟରେ ପହଞ୍ଚିଲେ ମୃତ ଗ୍ୟାଙ୍ଗଷ୍ଟାର ସଂଜୀବ୍ ଜୀବାର ପତ୍ନୀ; କହିଲେ ମୋ ଜୀବନ ପ୍ରତି ବିପଦ ଅଛି, ସୁରକ୍ଷା ଯୋଗାଇ ଦିଆଯାଉ…
  • ||
  • ପୁରୀ : ଚାଲିଛି ଶ୍ରୀଜିଉଙ୍କ ଅନବସର ନୀତି: ଗୁରୁବାର ଶ୍ରୀଅଙ୍ଗ ଫିଟିବ, ୯ରେ ଫୁଲୁରୀ ତେଲ ଲାଗି ନୀତି
  • ||
  • ଅସ୍ତରଙ୍ଗ : ଗୁଟଖା ଖାଇବାକୁ ମନା କରିବାରୁ ଆତ୍ମହତ୍ୟା; ସାଇଣ୍ଟିଫିକି ଟିମ୍ ଓ ପୁଲିସର ତଦନ୍ତ ଜାରି
  • ||

କମଳପୁର ଦୁର୍ଘଟଣାରେ ମୃତ ହୋମଗାର୍ଡ ଓ ବୋଲେରୋ ଡ୍ରାଇଭରଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ଆରକ୍ଷୀ ଅଧିକ୍ଷକ ଓ ବିଭାଗୀୟ ଅଧିକାରୀ

ବାଉଁଶୁଣୀ ୨୪/୫- ବୌଦ୍ଧ ଥାନା କମଳପୁର ନିକଟରେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ହୋମଗାର୍ଡ ଜଗନ୍ନାଥ ମେହେର ଓ ବୋଲେରୋ ଡ଼୍ରାଇଭର ପ୍ରଶାନ୍ତ ରଣାଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ଆରକ୍ଷୀ ଅଧିକ୍ଷକ ରାଜ ପ୍ରଶାଦ । ବୌଦ୍ଧ ଡାକ୍ତରଖାନାରୁ ବ୍ୟବଛେଦ ପରେ ଦିନ ୧୨ .୩୦ ମିନିଟ୍ ସମୟରେ ମହିପ୍ରୟାଣ ଗାଡ଼ି ସାହାଯ୍ୟରେ ଉଭୟଙ୍କ ମୃତ ଦେହ ବାଉଁଶୁଣୀ ଥାନା ପରିସରକୁ ନିଆଯାଇଥିଲା । ସେଠାରେ ଆରକ୍ଷୀ ଅଧିକ୍ଷକ ରାଜ ପ୍ରଶାଦଙ୍କ ସହିତ ବୌଦ୍ଧ ଉପଖଣ୍ଡ ଅଧିକାରୀ ଆନନ୍ଦ ବର୍ଦ୍ଧକ ଗୁରୁ, ବୌଦ୍ଧ ଡିଆଇଭି ଡିଏସପି ଦେବାଶିଷ ଧଳ,ଉପ ଆରକ୍ଷୀ ଅଧିକ୍ଷକ ସାଲେଷ୍ଠିନ ଟିଗା, ବାଉଁଶୁଣୀ ଥାନା ଅଧିକାରୀ ଅରୁଣ ସିଂ, ମନମୁଣ୍ଡା ଥାନା ଅଧିକାରୀ ଅଶ୍ଵିନୀ ଭିତିରିଆ, ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ପ୍ରଧାନ, ବ୍ଲକ ଚେୟାରମେନ ପ୍ରିୟଦର୍ଶୀ ପ୍ରତ୍ୟକ୍ଷ ରଥ, ୪ ନଂ ଜିଲ୍ଲା ପରିଷଦ ସଭ୍ୟ ଇଂ ରାକେଶ କୁମାର ତ୍ରିପାଠୀ, ବାଉଁଶୁଣୀ ଥାନାର ସମସ୍ତ କାର୍ଯ୍ୟରତ ପୋଲିସ କର୍ମଚାରୀ, ଡ଼୍ରାଇଭର ମହାସଂଘର ସମସ୍ତ କର୍ମକର୍ତ୍ତା ମାନେ, ବାଉଁଶୁଣୀର ସ୍ଥାନୀୟ ବାସିନ୍ଦା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ମୃତ ପ୍ରଶାନ୍ତ ଏକ ଗରିବ ଶ୍ରେଣୀର । ତାଙ୍କର ୨ ମାସର ଏକ ଛୋଟ ଶିଶୁ ପୁତ୍ର ଅଛି । ତାଙ୍କ ସ୍ତ୍ରୀଙ୍କୁ ସରକାରୀ ସହାୟତା ସହ ଏକ ଚାକିରି ଯୋଗାଇ ଦେବାକୁ ଡ଼୍ରାଇଭର ମହାସଂଘର କର୍ମକର୍ତ୍ତା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଦାବି କରିଥିଲେ । ୭ ଦିନ ଭିତରେ ମୃତ ଡ଼୍ରାଇଭର ଭାଇଙ୍କ ପରିବାରକୁ କ୍ଷତିପୂରଣ ସହ ଯେ କୈାଣସି ଏକ ଚାକିରି କରାଇ ଦେବାକୁ କହିଥିଲେ ।