ଶବ ସତ୍କାର ପାଇଁ ଯିବା ସମୟରେ ମହୁମାଛି ଆକ୍ରମଣ, ୪ ଗୁରୁତର

ପାପଡାହାଣ୍ଡି ୨୩/୩: ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଜଟାବାଲ ପଂଚାୟତ ଜାମ୍ବଗୁଡା ଗ୍ରାମଠାରେ ଶବ ସତ୍କାର ପାଇଁ ଯିବା ସମୟରେ ମହୁମାଛି ଆକ୍ରମଣରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନେ ହେଲେ ବେଣୁ ଜାନୀ (୪୫), ହରିଶ ଚନ୍ଦ୍ର ମୁଦୁଲି (୨୬), ଡମ୍ବରୁ ଗୌଡ (୫୫), ତ୍ରିନାଥ ମୁଦୁଲି (୩୬) । ଗୁରୁବାର ଦିନ ସକାଳ ସମୟରେ ଜମ୍ବୁଗୁଡା ଗ୍ରାମରେ ଶବ ସତ୍କାର କରିବାକୁ ଶ୍ମାଶନକୁ ଯାଉଥିବା ସମୟରେ ଆର୍ ଏମ୍ ସି ଗୋଦାମ ନିକଟରେ ମହୁମାଛି ଆକ୍ରମଣ କରିଥିଲେ । ସମସ୍ତେ ସେଠାରୁ ନିଜକୁ ବଞ୍ଚାଇବା ପାଇଁ ସେଠାରୁ ଦୌଡି ପଳାଇଥିଲେ । ମହୁମାଛି ଆକ୍ରମଣ କରିବା ଦ୍ୱାରା ୪ ବ୍ୟକ୍ତି ଗୁରୁତର ହୋଇ ପଡ଼ିଥିଲେ । ଗ୍ରାମର ୪ ଜଣଙ୍କୁ ହାତ, ମୁହଁ, ଛାତିରେ ଆକ୍ରମଣ ଯୋଗୁଁ ଆହତ ହୋଇଛନ୍ତି । କିଛି ଲୋକେ ସେମାଙ୍କୁ ଉଦ୍ଧାର କରି ୩ ଜଣଙ୍କୁ ମୋଟର ସାଇକଲ ମାଧ୍ୟମରେ ଓ ଡମ୍ବରୁ ଗୌଡଙ୍କୁ ୧୦୮ ଆମ୍ବୁଲାନ୍ସ ଦ୍ବାରା ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସୁଚନ ଅନୁଯାୟୀ ବେଣୁ ଜାନୀ ଏବଂ ଡମ୍ବରୁ ଗୌଡଙ୍କ ଶାରୀରିକ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କ ଚିକିତ୍ସା ଜାରି ରହିଥିବାବେଳେ ହରିଶ ଚନ୍ଦ୍ର ମୁଦୁଲି, ତ୍ରିନାଥ ମୁଦୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବାର ସୂଚନା ମିଳିଛି ।