PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ଆଜିର ରାଶିଫଳ(୦୧/୦୭, ଶୁକ୍ରବାର)

ମେଷ: ଶୁକ୍ଳପକ୍ଷର ଚତୁର୍ଥ ଚନ୍ଦ୍ର ହେତୁ ସ୍ୱଜନ, ପ୍ରିୟଜନ, ବନ୍ଧୁ ଓ ପଡ଼ୋଶୀଙ୍କ ସହ ମତାନ୍ତର, ମୂଲ୍ୟବାନ ପଦାର୍ଥ ନଷ୍ଟ, ଆର୍ଥିକ ଠକାମି, ପରିବାରରେ ବିବାଦ, ମାନସିକ ଅସ୍ଥିରତା ଏବଂ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ । କର୍ମରେ ବିଫଳତା, ସହକର୍ମୀଙ୍କ ସହ ମତାନ୍ତର ଏବଂ ପଦସ୍ଥ କର୍ମ·ରୀଙ୍କ ସହ ବିବାଦ ହେବ । ଯେଉଁମାନଙ୍କର ଦ୍ୱିଜା ମେଷ ସେମାନେ ସତର୍କ ହେବେ । ଶୁଭରଙ୍ଗ-ଧଳା, ସଂଖ୍ୟା: ୩, ଆରାଧନା: ମା’ ଚଣ୍ଡୀ ।

ବୃଷ: ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ଗୃହାରମ୍ଭ କରିପାରନ୍ତି । ପରିବାରରେ ସୁଖଶାନ୍ତି ଏବଂ ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁୋଗ ଜୁଟିବ । କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ ସମସ୍ତ କର୍ମରେ ଆପଣଙ୍କର କର୍ମକୁଶଳତା ଓ ର୍କ୍ୟାଦକ୍ଷତା ପ୍ରକାଶ ପାଇବ । ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ନୀଳ, ସଂଖ୍ୟା: ୧୨, ଆରାଧନା: ମା’ କମଳା ।

ମିଥୁନ: ଦ୍ୱିତୀୟ ଚନ୍ଦ୍ର, ଦ୍ୱିତୀୟା ତିଥି ହେତୁ ଆକସି୍ମକ ଧନଲାଭ, କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଏବଂ ଅନ୍ୟକୁ ଦେଇଥିବା ଧନ ଫେରିପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟ ପାଇଁ ଯୋଜନା କରିବେ । ମୂଲ୍ୟବାନ ଧାତୁ, ଭୂମି କ୍ରୟ କରିପାରନ୍ତି କିମ୍ବା ଗୃହାରମ୍ଭ କରିପାରନ୍ତି । କର୍ମରେ ସଫଳତା ମିଳିଲେ ମଧ୍ୟ ଆତ୍ମସନ୍ତୋଷ ମିଳିବ ନାହିଁ । ଯେଉଁମାନଙ୍କର ମୃଗଶିରା ଓ ପୁନର୍ବସୁ ମିଥୁନ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ମେରୁନ୍‌, ସଂଖ୍ୟା: ୮, ଆରାଧନା : ମା’ ଭୈରବୀ ।

କର୍କଟ: ଶ୍ରୀଚନ୍ଦ୍ର ହେତୁ ସ୍ୱଜନ, ପ୍ରିୟଜନ, ବନ୍ଧୁ ଓ ପଡ଼ୋଶୀଙ୍କ ସହ ସୁସମ୍ପର୍କ ଓ ପରିବାରରେ ସ୍ୱର୍ଗୀୟ ସୁଖ ଅନୁଭବ ହେବ । ସୁଖାଦ୍ୟ, ସୁବସନ ପ୍ରାପ୍ତି, ଧାର୍ମିକ କାର୍ଯ୍ୟରେ ଆଗ୍ରହ ଓ ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୧, ଆରାଧନା: ଭଗବାନ ଶିବ ।

ସିଂହ: ଅପବ୍ୟୟ, ଅପବାଦ ଓ ଅପଶର ଶିକାର ହେବେ । ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତାଶାଭାବ ପ୍ରକାଶ ପାଇବ । ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେବାରେ ଅସମର୍ଥ ହେବେ ଏବଂ ସମସ୍ତ କର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ । ବାଣିଜ୍ୟ, ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଥା ବିଳମ୍ବ ଦେଖାଦେବ । ଯେଉଁମାନଙ୍କର ପୂର୍ବାଫାଲଗୁନୀ ସିଂହ ସେମାନେ ସତର୍କ ହେବେ । ଶୁଭରଙ୍ଗ: ଲାଲ, ସଂଖ୍ୟା: ୬, ଆରାଧନା: ମା’ ମାତଙ୍ଗୀ ।

କନ୍ୟା: ଏକାଦଶ ଚନ୍ଦ୍ର, ଦ୍ୱିତୀୟା ତିଥି ଓ ଶୁକ୍ରବାର ହେତୁ ଆୟର ମାର୍ଗ ଅତି ଉତ୍ତମ ରହିବ । ମୂଲ୍ୟବାନ ଧାତୁ, ବସନଭୂଷଣ, ଘରୋଇ ଉପକରଣ ଓ ଭୂମି କ୍ରୟ କରିପାରନ୍ତି କିମ୍ବା ନୂତନ ଗୃହାରମ୍ଭ କରିପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । କର୍ମରେ ସଫଳତା, ଦରମାରେ କିଛି ବୃଦ୍ଧି ଓ କର୍ମସ୍ଥାନର ସମସ୍ତ ସୁବିଧାସୁଯୋଗ ହାସଲ କରିବେ । ଯେଉଁମାନଙ୍କର ଉତ୍ତରା ଫାଲଗୁନୀ ଓ ଚିତ୍ରା କନ୍ୟା ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଚକୋଲେଟ୍‌, ସଂଖ୍ୟା: ୧୨, ଆରାଧନା: ମା’ ଷୋଡ଼ଶୀ ।

ତୁଳା: ଭାଗ୍ୟ ଅପେକ୍ଷା କର୍ମରେ ଅଧିକ ଆଗ୍ରହ ଓ ବିଶ୍ୱାସ ରଖିବେ । ସମସ୍ତ କର୍ମରେ ଆପଣଙ୍କର ଏକାଗ୍ରତା ଓ ଆନ୍ତରିକତା ଅଧିକ ରହିବ । ମନରେ ସତ୍‌ଚିନ୍ତା, ସତ୍‌ଭାବନା ପ୍ରକାଶ ପାଇବ ଓ ସତ୍‌କର୍ମରେ ଅଧିକ ଆଗ୍ରହ ରଖିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ ଦେହ ମନ ସୁସ୍ଥ ରହିବ । ଯେଉଁମାନଙ୍କର ଚିତ୍ରା ଓ ବିଶାଖା ତୁଳା ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୨, ଆରାଧନା: ପ୍ରଭୁ ଶ୍ରୀରାମ ।

ବିଛା: ଘାତବାର ଓ ନବମ ଚନ୍ଦ୍ର ହେତୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଅସ୍ଥିରତା ଓ ବ୍ୟଗ୍ରତା ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଧାର୍ମିକ ର୍କ୍ୟାରେ ଆଗ୍ରହ ରଖିବେ ଏବଂ ଦେବତା ଦର୍ଶନର ସୁୋଗ ମିଳିବ । କର୍ମରେ ସଫଳତା, ସମ୍ମାନ ଓ ପଦସ୍ଥ କର୍ମ·ରୀଙ୍କ କୃପାଲାଭ କରବେ । ଯେଉଁମାନଙ୍କର ବିଶାଖା ଓ ଜ୍ୟେଷ୍ଠା ବିଛା ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୧୧, ଆରାଧନା: ପ୍ରଭୁ ସ୍କନ୍ଦ ।

ଧନୁ: ଘାତବାର ଓ ଅଷ୍ଟମ ଚନ୍ଦ୍ର ହେତୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର ଓ ଯାନବାହନ ଆରୋହଣ କାଳରେ ସତର୍କ ହେବେ । ମନରେ ବିରକ୍ତିଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବଦ୍‌ଖର୍ଚ୍ଚ ଅଧିକ ହେବ ଏବଂ କର୍ମରେ ବିଫଳତା, ବାଧାବିଘ୍ନ ଓ କର୍ମ ପ୍ରତି ଅନାଗ୍ରହ ଭାବ ପ୍ରକାଶ ପାଇବ । ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ ସେମାନେ ସତର୍କ ହେବେ । ଶୁଭରଙ୍ଗ: ଲାଲ, ସଂଖ୍ୟା: ୨, ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ମକର: ମାନସିକ, ପାରିବାରିକ ଶାନ୍ତି, ଦାମ୍ପତ୍ୟ ଜୀବନରେ ମଧୁରତା ଏବଂ ପରିବାର ସହ କୌଣସି ଧାର୍ମିକ ସ୍ଥଳ ପରିଦର୍ଶନ କରିପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ସ୍ତ୍ରୀହେତୁକ ଧନପ୍ରାପ୍ତି ହେବ । ମୂଲ୍ୟବାନ ଧାତୁ, ବସନଭୂଷଣ ଓ ଘରୋଇ ଉପକରଣ କ୍ରୟ କରିପାରନ୍ତି । କର୍ମରେ ସଫଳତା, ସମ୍ମାନ ଓ ପଦମର୍ଯ୍ୟାଦା ଅତୁଟ ରହିବ । ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଧନିଷ୍ଠା ମକର ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ବାଇଗଣୀ, ସଂଖ୍ୟା : ୩, ଆରାଧନା : ମା’ କାଳୀ ।

କୁମ୍ଭ: ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଆପଣାଇବେ । ଧାର୍ମିକ କାର୍ଯ୍ୟ, ପରୋପକାର ଓ ସମାଜ କଲ୍ୟାଣ କର୍ମରେ ଅଧିକ ଆଗ୍ରହ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । କର୍ମରେ ସଫଳତା ଓ ସମସ୍ତଙ୍କ ମନ ଜିଣିବାରେ ସମର୍ଥ ହେବେ । ଯେଉଁମାନଙ୍କର ଧନିଷ୍ଠା ଓ ପୂର୍ବଭାଦ୍ର କୁମ୍ଭ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : କଳା, ସଂଖ୍ୟା : ୬, ଆରାଧନା : ମା’ ଦୁର୍ଗା ।

ମୀନ: ଘାତବାର, ଘାତ ତିଥି ଓ ଶୁକ୍ଳପକ୍ଷର ପଞ୍ଚମ ଚନ୍ଦ୍ର ହେତୁ ସମସ୍ତ କର୍ମରେ ମଧ୍ୟମ ଧରଣର ଶୁଭଫଳ ମିଳିଲେ ମଧ୍ୟ ମନ ବିଷାଦଗ୍ରସ୍ତ ଓ ·ପଗ୍ରସ୍ତ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ପରିଶ୍ରମ ତୁଳନାରେ ସଫଳତା କମ୍‌ ମିଳିବ । ଯେଉଁମାନଙ୍କର ଉତ୍ତରଭାଦ୍ର ମୀନ ସେମାନେ ସତର୍କ ହେବେ । ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୫, ଆରାଧନା: ମା’ ସମଲେଶ୍ୱରୀ ।