PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଆଜିର ରାଶିଫଳ(୧୧/୦୮, ଗୁରୁବାର)

ମେଷ: ଷଷ୍ଠ ଚନ୍ଦ୍ର ହେତୁ ରୋଗ, ଋଣ ଓ ଶତ୍ରୁ – ଏ ତିନୋଟିରୁ ମୁକ୍ତି ମିଳିବ ଏବଂ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଓ ସମସ୍ତଙ୍କର ସ୍ନେହ ଶ୍ରଦ୍ଧାର ପାତ୍ର ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା, ସହକର୍ମୀଙ୍କ ସହାୟତା ଓ ସମସ୍ତଙ୍କ ମନ ଜିଣିବାରେ ସମର୍ଥ ହେବେ । ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକା ମେଷ ସେମାନେ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଯଶସ୍ୱୀ ହେବେ । ମହିଳାମାନେ ସୁଖୀ ହେବେ ।ଶୁଭରଙ୍ଗ–ଗୋଲାପୀ, ସଂଖ୍ୟା: ୬, ଆରାଧନା : ମା‘ ଚଣ୍ଡୀ

ବୃଷ: ଘାତଚନ୍ଦ୍ର, ଘାତ ନକ୍ଷତ୍ର ହେତୁ ଅପମାନ, ଅପଯଶ ଓ ଅପନିନ୍ଦା ପାଇବେ । ମନ ବିଷାଦଗ୍ରସ୍ତ ଓ ଚାପଗ୍ରସ୍ତ ରହିବ । ସନ୍ତାନମାନେ ବିଶୃଙ୍ଖଳିତ ହେବେ ଏବଂ ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ । କର୍ମରେ ବିଫଳତା, ସହକର୍ମୀଙ୍କ ସହ ମତାନ୍ତର ହୋଇପାରେ । ଯେଉଁମାନଙ୍କର ରୋହିଣୀ ବୃଷ ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।ଶୁଭରଙ୍ଗ : ନୀଳ, ସଂଖ୍ୟା: ୪, ଆରାଧନା: ମା‘ କମଳା

ମିଥୁନ: ଶୁକ୍ଳପକ୍ଷର ଚତୁର୍ଥ ଚନ୍ଦ୍ର ହେତୁ ସ୍ୱଜନ, ବନ୍ଧୁ ଓ ପଡ଼ୋଶୀଙ୍କ ସହ ବିବାଦ, ପରିବାରରେ ମନୋମାଳିନ୍ୟ, ଯାନବାହନରେ ଖର୍ଚ୍ଚାନ୍ତ, ଆର୍ଥିକ ଠକାମି ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି । ବାଣିଜ୍ୟ, ବ୍ୟବସାୟରେ କ୍ଷତି ଏବଂ ପରିବହନରେ ଅଧିକ କ୍ଷତି ପହଞ୍ଚିବ । କର୍ମରେ ବିଫଳତା, ସହକର୍ମୀଙ୍କ ବିରୋଧର ଶିକାର ହେବେ । ଯେଉଁମାନଙ୍କର ପୁନର୍ବସୁ ମିଥୁନ ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ପରିବାରରେ ବିବାଦର କାରଣ ହେବେ । ଶୁଭରଙ୍ଗ : କଫି, ସଂଖ୍ୟା: ୬, ଆରାଧନା : ଭଗବାନ ବିଷ୍ଣୁ

କର୍କଟ: ତୃତୀୟ ଚନ୍ଦ୍ର ନବମୀ ତିଥି ଓ ଗୁରୁବାର ହେତୁ କର୍ମରେ ଉନ୍ନତି ପରିଲକ୍ଷିତ ହେବ । ସୁସମ୍ବାଦ ମିଳିବ ଏବଂ କୌଣସି ଶୁଭକର୍ମରେ କିମ୍ବା ମାଙ୍ଗଳିକ କର୍ମରେ ଯୋଗଦାନ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଯେଉଁମାନଙ୍କର ପୁଷ୍ୟା କର୍କଟ ସେମାନେ ଅଧିକ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ମନୋନିବେଶ କରିବେ । ମହିଳାମାନେ ଭ୍ରାତୃପ୍ରେମୀ ହେବେ ।ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୨, ଆରାଧନା: ମା‘ ସମଲେଶ୍ୱରୀ

ସିଂହ: ଆର୍ଥିକ ସ୍ଥିତିରେ ଉନ୍ନତି, କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଏବଂ ଅନ୍ୟକୁ ଦେଇଥିବା ଧନ ଫେରିପାଇବେ । ଖର୍ଚ୍ଚ କରିବାରେ ଅନାଗ୍ରହ ଭାବ ଓ ସଞ୍ଚୟ କରିବାରେ ଆଗ୍ରହ ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ମିଳିବ ନାହିଁ । ଯେଉଁମାନଙ୍କର ମଘା ଓ ଉତ୍ତରା ଫାଲଗୁନୀ ସିଂହ ସେମାନେ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ସଞ୍ଚୟ କରିବାରେ ଆଗ୍ରହୀ ହେବେ ଶୁଭରଙ୍ଗ: ଲାଲ୍‌, ସଂଖ୍ୟା:୩, ଆରାଧନା: ପ୍ରଭୁ ଗଜାନନ

କନ୍ୟା: ଶ୍ରୀଚନ୍ଦ୍ର ହେତୁ ଆମୋଦପ୍ରମୋଦ ଓ ମଉଜ, ମଜଲିସରେ ଅଧିକ ଆଗ୍ରହ ରହିବ । ସ୍ୱଜନ, ବନ୍ଧୁ ଓ ପଡ଼ୋଶୀଙ୍କ ସହ ସୁସମ୍ପର୍କ ଏବଂ ପରିବାରରେ ସୁଖଶାନ୍ତିର ପରିବେଶ ରହିବ । କୌଣସି ଶୁଭକାର୍ଯ୍ୟ କିମ୍ବା ମାଙ୍ଗଳିକ କର୍ମରେ ପରିବାର ସହ ଯୋଗଦେବେ ଏବଂ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ । କର୍ମରେ ସଫଳତା ଓ ସମସ୍ତଙ୍କର ସ୍ନେହ, ଶ୍ରଦ୍ଧାର ପାତ୍ର ହେବେ । ଯେଉଁମାନଙ୍କର ଉତ୍ତରା ଫାଲଗୁନୀ ଓ ଚିତ୍ରା କନ୍ୟା ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ନୀଳ, ସଂଖ୍ୟା: ୧୨, ଆରାଧନା: ମା‘ଭୈରବୀ

ତୁଳା: ଘାତବାର, ଦ୍ୱାଦଶ ଚନ୍ଦ୍ର ହେତୁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । କର୍ମରେ ବିଫଳତା ଏବଂ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ସମସ୍ତ କର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ ଏବଂ ଅଯଥା ଖର୍ଚ୍ଚ, ବୃଥା ଭ୍ରମଣ ଓ କୁସଙ୍ଗରେ ପଡ଼ିବେ । ଯେଉଁମାନଙ୍କର ବିଶାଖା ତୁଳା ସେମାନେ ସତର୍କ ହେବେ । ଶୁଭରଙ୍ଗ: ଧଳା, ସଂଖ୍ୟା:୧୨, ଆରାଧନା: ମା‘ ସମଲେଶ୍ୱରୀ

ବିଛା: ଏକାଦଶ ଚନ୍ଦ୍ର ଓ ଘାତ ତିଥି ହେତୁ ଘାତ ତିଥିର ପ୍ରଭାବ କମ୍‌ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଅର୍ଜିତ ଧନକୁ ସତ୍‌ବାଟରେ ବିନିଯୋଗ କରିବେ । କୌଣସି ମାଙ୍ଗଳିକ କର୍ମ କିମ୍ବା ଶୁଭ କର୍ମରେ ଯୋଗଦାନ କରିବେ । କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ସୁବିଧା ସୁଯୋଗ ହାସଲ କରିବେ । ଯେଉଁମାନଙ୍କର ଅନୁରାଧା ବିଛା ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୩, ଆରାଧନା: ପ୍ରଭୁ ହନୁମାନ

ଧନୁ: କର୍ମରେ ଉନ୍ନତି, କର୍ମ ପ୍ରତି ଏକାଗ୍ରତା ଓ ଆନ୍ତରିକତା ଅଧିକ ରହିବ ଏବଂ ଭାଗ୍ୟ ଅପେକ୍ଷା କର୍ମରେ ଅଧିକ ବିଶ୍ୱାସ ରଖିବେ । ଆଜି ଯେକୌଣସି କାମ ଆରମ୍ଭ କରିବେ ସେଥିରେ ଶତ ପ୍ରତିଶତ ସଫଳତା ଏବଂ ସମସ୍ତ କଷ୍ଟସାଧ୍ୟ କାମ ଆପଣଙ୍କ ପାଇଁ ସହଜ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ମନରେ ପ୍ରସନ୍ନତା, ଦେହରେ ସୁସ୍ଥତା, ପରିବାରରେ ମିତ୍ରତା ଓ ସମସ୍ତ କର୍ମରେ ସ୍ୱଚ୍ଛତା ଆପଣାଇବେ । ଯେଉଁମାନଙ୍କର ମୂଳା ଓ ଉତ୍ତରାଷାଢ଼ା ଧନୁ ସେମାନେ ସୁଫଳ ପାଇବେ ଶୁଭରଙ୍ଗ: ଲାଲ, ସଂଖ୍ୟା: ୫, ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ

ମକର: ନବମ ଚନ୍ଦ୍ର, ୯ ତାରିଖ ଓ ନବମୀ ତିଥି ହେତୁ ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ, ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଓ ରାଜନୈତିକ ବ୍ୟକ୍ତିଙ୍କ ନିକଟତର ହେବେ । ମନରେ ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଧାର୍ମିକ କାର୍ଯ୍ୟରେ ଅଧିକ ଆଗ୍ରହ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା, ସମ୍ମାନ ଓ ପଦସ୍ଥ କର୍ମଚାରୀଙ୍କ କୃପା ଲାଭ କରିବେ । ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଧନିଷ୍ଠା ମକର ସେମାନେ ସୁଫଳ ପାଇବେ ।ଶୁଭରଙ୍ଗ: ମେରୁନ୍‌, ସଂଖ୍ୟା: ୩, ଆରାଧନା: ମା‘ ଭୈରବୀ

କୁମ୍ଭ: ଘାତବାର ଓ ଅଷ୍ଟମ ଚନ୍ଦ୍ର ହେତୁ ମାନସିକ ଅସ୍ଥିରତା, ପରିବାରରେ ବିବାଦ, ଆର୍ଥିକ କ୍ଷତି ଓ ଶାରୀରିକ ପୀଡ଼ା ଭୋଗିବେ । ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର ଓ ଯାନବାହନ ଆରୋହଣ କାଳରେ ସତର୍କ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ଅଯଥା ଖର୍ଚ୍ଚ ଅଧିକ ହେବ । କର୍ମରେ ବିଫଳତା, ବାଧାବିଘ୍ନ ଏବଂ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ଯେଉଁମାନଙ୍କର ପୂର୍ବଭାଦ୍ର କୁମ୍ଭ ସେମାନେ ସତର୍କ ହେବେ । ଶୁଭରଙ୍ଗ: ଇନ୍ଦ୍ରନୀଳ, ସଂଖ୍ୟା: ୧୧, ଆରାଧନା: ମା‘ ବିମଳା

ମୀନ: ସପ୍ତମ ଚନ୍ଦ୍ର, ଗୁରୁବାର ଓ ହସ୍ତା ନକ୍ଷତ୍ର ହେତୁ ମଉଜ ମଜଲିସ୍‌ ପ୍ରତି ଅଧିକ ଆଗ୍ରହ, ଆନ୍ତରିକତା ଓ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । କୌଣସି ମାଙ୍ଗଳିକ କର୍ମ କିମ୍ବା ଶୁଭକର୍ମରେ ପରିବାର ସହ ଯୋଗ ଦେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ସ୍ତ୍ରୀହେତୁକ ଧନପ୍ରାପ୍ତି ହେବ । କର୍ମରେ ସଫଳତା ଓ ମହିଳା ସହକର୍ମୀଙ୍କ ସହାୟତା ପ୍ରାପ୍ତ କରିବେ । ଯେଉଁମାନଙ୍କର ଉତ୍ତରଭାଦ୍ର ମୀନ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଗୋଲାପି, ସଂଖ୍ୟା: ୯, ଆରାଧନା: ମା‘ ଧୂମାବତୀ