ମେଷ :ଚତୁର୍ଥ ଚନ୍ଦ୍ର ଯୋଗୁ କର୍ମ କ୍ଷେତ୍ରରେ ଚାପ ଲାଗି ରହିବ, ପରିବାରରେ ଅଶାନ୍ତି ହୋଇପାରେ, କାର୍ଯ୍ୟ କ୍ଷେତ୍ରରେ ବାଦବିବାଦ ହେବାର ସମ୍ଭାବନା ଅଛି, ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଜମିବାଡ଼ି କ୍ରୟ କରିପାରନ୍ତି, ବନ୍ଧୁ ମିଳନ, ଘରୋଇ କାର୍ଯ୍ୟରେ ଅଧିକ ଖର୍ଚ୍ଚ ହୋଇପାରେ, ଯାନବାହନ କିଣି ପାରନ୍ତି, ଶରୀର ସୁସ୍ଥ ରହିବ ।

ଶୁଭ ରଙ୍ଗ : ଗେରୁଆ, କେଶରୀ ଓ ନାଲି ।

ବୃଷ :ତୃତୀୟ ଚନ୍ଦ୍ର ଯୋଗୁ ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ, ନୂତନ ଦ୍ରବ୍ୟ ଲାଭ, କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବେ, ଗୃହେ ଆନନ୍ଦ, ଦୂର ଯାତ୍ରା କରିପାରନ୍ତି, ମନ ସକାରାତ୍ମକ ରହିବ, ପରିବାରଠାରୁ ସାହାଯ୍ୟ ପ୍ରାପ୍ତି, ଅଯଥା ଯୁକ୍ତିତର୍କ କରନ୍ତୁ ନାହିଁ, ଶରୀର ସାଧାରଣ ରହିବ ।

ଶୁଭ ରଙ୍ଗ : ଧଳା ଓ ରୂପେଲି ।

ମିଥୁନ :ଦ୍ୱିତୀୟ ଚନ୍ଦ୍ର ଯୋଗୁ ବନ୍ଧୁ ମିଳନ, ଧନପ୍ରାପ୍ତି ଯୋଗ, ଶରୀର ପ୍ରତି ସତର୍କ ରହିବେ, ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖିବେ, ଆର୍ଥିକ ଉନ୍ନତି, ଗୃହେ ଆନନ୍ଦ, ମନ ପ୍ରଫୁଲ ରହିବ, ସମାଜରେ ସମ୍ମାନ ବୃଦ୍ଧି, କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତି, ଚାକିରୀ କ୍ଷେତ୍ରରେ ଉନ୍ନତି, ଆତ୍ମବିଶ୍ୱାସ ବୃଦ୍ଧି ପାଇବ, ନିବେଶ କିମ୍ବା ନୂତନ କାର୍ଯ୍ୟ କରିବା ସମୟରେ ଚିନ୍ତା କରିବେ ।

ଶୁଭ ରଙ୍ଗ : ହଳଦିଆ ଓ ସବୁୁଜ ।

କର୍କଟ :ଶ୍ରୀଚନ୍ଦ୍ର ବା ଜନ୍ମଚନ୍ଦ୍ର ଯୋଗୁ ନୂତନ ସୁଯୋଗ ମିଳିବ, ମନରେ ସାମାନ୍ୟ ଚିନ୍ତା ରହିପାରେ, ବ୍ୟୟ ବୃଦ୍ଧି ପାଇବ, ଆୟଠାରୁ ବ୍ୟୟ ଅଧିକ ହୋଇପାରେ, ଗୃହେ ଆନନ୍ଦ, କର୍ମ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ, ସମାଜରେ ମାନ, ସମ୍ମାନ ବୃଦ୍ଧି, ରାଜନୀତି କ୍ଷେତ୍ରରେ ଉନ୍ନତି, ସ୍ୱାସ୍ଥ୍ୟ ଉତ୍ତମ ରହବ ।

ଶୁଭ ରଙ୍ଗ : ଧଳା ଓ ରୂପେଲି ।

ସିଂହ :ଦ୍ୱାଦଶ ଚନ୍ଦ୍ର ଯୋଗୁ କାର୍ଯ୍ୟ କ୍ଷେତ୍ରରେ ସାମାନ୍ୟ ବାଧାବିଘ୍ନ ଘଟିପାରେ, ଗୁପ୍ତ ଶତ୍ରୁ ବୃଦ୍ଧି ହୋଇପାରନ୍ତି, ଅଯଥା ଯୁକ୍ତିତର୍କ କରନ୍ତୁ ନାହିଁ, ଅନାବଶ୍ୟକ ଖର୍ଚ୍ଚ ଯୋଗ, କୌଣସି ବଡ଼ ନିବେଶ କରନ୍ତୁ ନାହିଁ, ମନ ଅସ୍ଥିର ରହିପାରେ, ପରିବାରରେ ମନୋମାଳିନ୍ୟ ଦେଖାଦେଇପାରେ, ଧର୍ଯ୍ୟ ରଖିବେ ।

ଶୁଭ ରଙ୍ଗ : ସୁନେଲି ଓ ହଳଦିଆ ।

କନ୍ୟା :ଏକାଦଶ ଚନ୍ଦ୍ର ଯୋଗୁ ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ, କୌଣସି ଶୁଭ ଖବର ମିଳିପାରେ, ଅଟକି ରହିଥିବା ଅର୍ଥ ମିଳିପାରେ, ବିନିଯୋଗ କରିପାରନ୍ତି, ମନରେ ଆନନ୍ଦ ରହିବ, ଗୃହେ ଆନନ୍ଦ, କର୍ମ କ୍ଷେତ୍ରରେ ସମ୍ମାନ ବୃଦ୍ଧି ହୋଇପାରେ, ରାଜନୀତି କ୍ଷେତ୍ରରେ ଉନ୍ନତି, ଶରୀର ସୁସ୍ଥ ରହିବ ।

ଶୁଭ ରଙ୍ଗ : ସବୁଜ, ହଳଦିଆ ଓ ଧଳା ।

ତୁଳା :ଦଶମ ଚନ୍ଦ୍ର, ଘାତବାର ଯୋଗୁ ମାନସିକ ଅଶାନ୍ତି, କର୍ମ କ୍ଷେତ୍ରରେ ବାଧାବିଘ୍ନ ଘଟିପାରେ, ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, ଯାତ୍ରା ନିଷେଧ, ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ, ପରିବାରରେ କହଳ ହେବାର ସମ୍ଭାବନା ଅଛି, ବାଦବିବାଦରୁ ଦୂରେଇ ରୁହନ୍ତୁ, ଯାନବାହନ ପ୍ରତି ସତର୍କତା, ଶରୀରରେ ଆଘାତ ଲାଗିପାରେ, ସତର୍କ ରହିବେ ।

ଶୁଭ ରଙ୍ଗ : ଧଳା, ରୂପେଲି ଓ ନୀଳ ।

ବିଛା :ନବମ ଚନ୍ଦ୍ର ଯୋଗୁ ଚାକିରୀ କ୍ଷେତ୍ରରେ ଅଧିକ ପରିଶ୍ରମ କରିବେ, ମନରେ ସାମାନ୍ୟ ଚିନ୍ତା ଲାଗି ରହିବ, ଆତ୍ମବିଶ୍ୱାସ ବଢ଼ିବ, ସହକର୍ମୀଙ୍କ ସାହାଯ୍ୟ ନ ମିଳିପାରେ, ପରିବାରରେ ଶାନ୍ତି ରହିବ, ନିଜ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ, କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି, ଶରୀରରେ କ୍ଳାନ୍ତି ଦେଖାଦେଇପାରେ ।

ଶୁଭ ରଙ୍ଗ : ଲାଲ ଓ ହଳଦିଆ ।

ଧନୁ :ଅଷ୍ଟମ ଚନ୍ଦ୍ର ଯୋଗୁ କୌଣସି କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, ନିବେଶ କରନ୍ତୁ ନାହିଁ, ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ, ଅଯଥା ବାଦବିବାଦ ହେବାର ସମ୍ଭାବନା ଅଛି, ମାନସିକ ଅସ୍ଥିରତା, ଶରୀରରେ ଆଘାତ ଲାଗିବାର ସମ୍ଭାବନା ଅଛି, ସତର୍କ ରହିବେ । ଯାନବାହନ ପ୍ରତି ସତର୍କତା, ଧøର୍ଯ୍ୟ ସହ ଚିନ୍ତା କରି କାର୍ଯ୍ୟ କରନ୍ତୁ ।

ଶୁଭ ରଙ୍ଗ : ହଳଦିଆ ଓ ଧଳା ।

ମକର :ସପ୍ତମ ଚନ୍ଦ୍ର ଯୋଗୁ ନୂତନ ଦ୍ରବ୍ୟ ଲାଭ, ବ୍ୟବସାୟରେ ଲାଭ, ବନ୍ଧୁ ମିଳନ, ଚାକିରୀ କ୍ଷେତ୍ରରେ ପଦୋନ୍ନତି ଯୋଗ, କର୍ମ କ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସାହାଯ୍ୟ ପ୍ରାପ୍ତି, ଗୃହେ ଆନନ୍ଦ, ସମାଜରେ ସମ୍ମାନ ବୃଦ୍ଧି ହେବ, ଯାତ୍ରା କରିପାରନ୍ତି, ମାନସିକ ଶାନ୍ତି, ସ୍ୱାସ୍ଥ୍ୟ ସାଧାରଣଃ ଉତ୍ତମ ରହିବ ।

ଶୁଭ ରଙ୍ଗ : ନୀଳ, ରୂପେଲି ଓ ଧଳା ।

କୁମ୍ଭ :ଷଷ୍ଠ ଚନ୍ଦ୍ର, ଘାତବାର ଯୋଗୁ ଶରୀରରେ ଆଘାତ ହେବାର ସମ୍ଭାବନା ରହିଛି, ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ, ଦୁର୍ଘଟଣା ଭୟ, ମାନସିକ ଚାପ ଲାଗି ରହିବ, ବାଦବିବାଦ ହେବାର ସମ୍ଭାବନା ରହିଛି, ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, ଯାତ୍ରା ନିଷେଧ, ଖାଦ୍ୟ ପ୍ରତି ସତର୍କ ରୁହନ୍ତୁ ।

ଶୁଭ ରଙ୍ଗ : ହଳଦିଆ ଓ ଧଳା ।

ମୀନ :ପଞ୍ଚମ ଚନ୍ଦ୍ର ଯୋଗୁ ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ, ମାନସିକ ସ୍ଥିରତା ମିଳିବ, କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତି, କୌଣସି ଶୁଭ ଖବର ମିଳିପାରେ, ଯାତ୍ରା କରିପାରନ୍ତି, ଶରୀରରେ ସାମାନ୍ୟ କ୍ଳାନ୍ତି କିମ୍ବା ମୁଣ୍ଡ ବିନ୍ଧା ଦେଖାଦେଇପାରେ, କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବେ ।

ଶୁଭ ରଙ୍ଗ : ଗୋଲାପି ଓ ସୁନେଲି ।

ଜ୍ୟୋତିର୍ବିଦ୍ : ଅନାମିକା,

ଯୋଗାଯୋଗ : ୯୭୭୭୭୧୧୭୩୩