PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି ସହରରେ ଆତଙ୍କ ଖେଳାଉଛି କୁଳଡିହା ଦନ୍ତା
  • ||
  • ହକି ବିଶ୍ୱକପ୍‌ ଫାଇନାଲରେ ଜର୍ମାନୀ , ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇଲା ଜର୍ମାନୀ
  • ||
  • ଦିନ ଦ୍ୱିପ୍ରହରରେ ଘରେ କଳାକନା ବୁଲାଇଲା ଚୋର : ଲୁଟି ନେଲା ୨ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ୧ଲକ୍ଷ ୧୦ ହଜାର ଟଙ୍କା
  • ||
  • ଗୋଟିଏ ରିପୋର୍ଟରେ ଦୋହଲି ଗଲା ଆଦାନୀଙ୍କ ସାମ୍ରାଜ୍ୟ , କୋଟିପତିଙ୍କ ତାଲିକାରୁ ଖସି ରହିଲେ ୭ମ ନମ୍ୱରରେ
  • ||

ଆଜିର ରାଶିଫଳ(୨୭/୧୧,ରବିବାର)

ମେଷ: ଘାତବାର, ଘାତତିଥି ହେତୁ ନବମ ଚନ୍ଦ୍ରର ଶୁଭଫଳ ପାଇବାରୁ ବଞ୍ଚିତ ହେବେ। ମନ ଅସ୍ଥିର, ବିଷାଦଗ୍ରସ୍ତ ହେବେ। ସମସ୍ତ କର୍ମରେ ମଧ୍ୟରେ  ଧରଣର ଶୁଭଫଳ ମିଳିଲେ ମଧ୍ୟ ବିନା କୌଣସି କାରଣରେ ଚାପଗ୍ରସ୍ତ ହେବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ସଫଳତା ମିଳିଲେ ମଧ୍ୟ ସହକର୍ମୀଙ୍କ ଉପହାସର ପାତ୍ର ହେବେ। ଶୁଭରଙ୍ଗ: ହଳଦିଆ, ସଂଖ୍ୟା : ୧୧, ଆରାଧନା: ପ୍ରଭୁ ହନୁମାନ।

ବୃଷ: ଅଷ୍ଟମ ଚନ୍ଦ୍ର ଯୋଗୁ ମାନସିକ ଅସ୍ଥିରତା, ପରିବାରରେ ବିବାଦ, ଶାରୀରିକ ପୀଡ଼ା, ଧନକ୍ଷତି ଏବଂ ଜାଣିଶୁଣି ବିପଦକୁ ଆମନ୍ତ୍ରଣ କରିବେ। ଉଚିତ୍‌ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ୍‌ କର୍ମରେ ଆଗ୍ରହ ରଖିବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟଠାରୁ ବଦ୍‌ଖର୍ଚ୍ଚ ଅଧିକ ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିବ । ଯେଉଁମାନଙ୍କର ମୃଗଶିରା ବୃଷ ଓ ଯାହାର ପ୍ରଥମ ନାମାକ୍ଷର ବେ, ବୋ ସେମାନେ ସତର୍କ ହେବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୧୨, ଆରାଧନା: ମା’ ସମଲେଶ୍ୱରୀ।

ମିଥୁନ: ମାନସିକ, ପାରିବାରିକ ଶାନ୍ତି, ଅପରିଚିତ ମହିଳାଙ୍କଠାରୁ ସାହ୍ୟା, ସହୋଗ ଓ ଧନପ୍ରାପ୍ତି ହେବ। ପରିବାରରେ ସୁଖଶାନ୍ତିର ପରିବେଶ ରହିବ ଏବଂ ସହଧର୍ମିଣୀଙ୍କ ସହିତ ସମ୍ପର୍କ ମଧୁର ହେବ । ପରିବାର ପ୍ରତି ଓ ପରିବାର ସଦସ୍ୟଙ୍କ ପ୍ରତି ମନରେ ଦୁର୍ବଳତା ଅଧିକ ରହିବ ଏବଂ ମଉଜ, ମସ୍ତିରେ ଅଧିକ ଆଗ୍ରହ ରହିବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ ସ୍ତ୍ରୀହେତୁକ ଧନପ୍ରାପ୍ତି ହେବ। ଯେଉଁମାନଙ୍କର ଆର୍ଦ୍ରା ମିଥୁନ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ମେରୁନ୍‌, ସଂଖ୍ୟା: ୪, ଆରାଧନା: ମା’ ଛିନ୍ନମସ୍ତା।

କର୍କଟ: ଷଷ୍ଠ  ଚନ୍ଦ୍ର ଓ ଷଷ୍ଠୀ ତିଥି ଘାତ ହେତୁ  ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ମିଳିବ ନାହିଁ ଏବଂ ସାମାନ୍ୟ ଶାରୀରିକ ପୀଡ଼ା ଭୋଗିବେ। ଯଶ, ସମ୍ମାନ, ସାମାଜିକ ପ୍ରତି । ବୃଦ୍ଧି ପାଇବ ଏବଂ ଚାଲିଚଳନ ବ୍ୟବହାର ମାର୍ଜିତ ଓ ସର୍ବଜନ ଆଦୃତ ହେବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ ପୂର୍ବ କ୍ଷତିର ଭରଣା କରିବାରେ ସମର୍ଥ ହେବେ । ଯେଉଁମାନଙ୍କର ପୁଷ୍ୟା କର୍କଟ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୨, ଆରାଧନା: ଭଗବାନ ଶିବ ।

ସିଂହ: ଶୁକ୍ଳପକ୍ଷର ପଞ୍ଚମ ଚନ୍ଦ୍ର ଓ ରବିବାର ଯୋଗୁ ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା, ପ୍ରତ୍ୟୁତ୍ପନମତି ଓ ଦୂରଦୃଷ୍ଟିର ବିକାଶ ଘଟିବ । ନୂତନ ବିଦ୍ୟା, ଓ କଳା ସଂସ୍କୃତିରେ ଅଧିକ ଆଗ୍ରହ ରହିବ ଏବଂ ଆପଣଙ୍କର ବାକ୍‌ ବିଚକ୍ଷଣତା ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଯାହାହେଲେ ମଧ୍ୟ ମନରେ ପ୍ରସନ୍ନତା ଓ ଆତ୍ମସନ୍ତୋଷ ରହିବ । ଯେଉଁମାନଙ୍କର ମଘା ଓ ଉତ୍ତରା ଫାଲଗୁନୀ ସିଂହ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଗୋଲାପୀ, ସଂଖ୍ୟା: ୧୧, ଆରାଧନା: ମା’ ମାତଙ୍ଗୀ।

କନ୍ୟା: ଶୁକ୍ଳପକ୍ଷର ଚତୁର୍ଥ ଚନ୍ଦ୍ର ଯୋଗୁ ସ୍ୱଜନରେ ଓ ବନ୍ଧୁରେ ମତାନ୍ତର, ଆର୍ଥିକ ଠକାମି, ପରିବାରରେ ବିବାଦ, ଯାନବାହନରେ ଖର୍ଚ୍ଚାନ୍ତ, ମୂଲ୍ୟବାନ ପଦାର୍ଥ ନଷ୍ଟ ଏବଂ ମାଲିମକଦ୍ଦମାରେ ପଡ଼ିପାରନ୍ତି । ପରିବହନ ବ୍ୟବସାୟରେ ଆଜି ଅଧିକ କ୍ଷତି ହେବ ଏବଂ ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ହେବ । ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଓ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ। ଯେଉଁମାନଙ୍କର ଚିତ୍ରା କନ୍ୟା ଓ ଯାହାର ପ୍ରଥମ ନାମାକ୍ଷର ପେ, ପୋ, ସେମାନେ ସତର୍କ ହେବେ। ଶୁଭରଙ୍ଗ: ମେରୁନ୍‌, ସଂଖ୍ୟା: ୮, ଆରାଧନା: ଭଗବାନ ବିଷ୍ଣୁ।

ତୁଳା: ଘାତଚନ୍ଦ୍ର ଯୋଗୁ ମନ ଅସ୍ଥିର, ଚଳଚଞ୍ଚଳ ଓ ବିଷାଦଗ୍ରସ୍ତ ରହିବ। ଚାଲିଚଳନ ବ୍ୟବହାର ବିବାଦୀୟ ହେବ ଏବଂ ସମସ୍ତ କର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ। ନିଶ୍ଚିତତାକୁ ଛାଡ଼ି ଅନିଶ୍ଚିତତା ପଛରେ ପଶ୍ଚାତଧାବନ କରିବେ ଏବଂ ଭାଇ, ଭଉଣୀଙ୍କ ସହ ତିକ୍ତତା ବୃଦ୍ଧି ପାଇବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ଆର୍ଥିକ ସ୍ଥିତିରେ ଅବନତି ଘଟିବ। ଯେଉଁମାନଙ୍କର ଚିତ୍ରା ତୁଳା ଓ ଯାହର ପ୍ରଥମ ନାମାକ୍ଷର ରା, ରି ସେମାନେ ସତର୍କ ହେବେ । ଶୁଭରଙ୍ଗ: ନୀଳ, ସଂଖ୍ୟା: ୧୨, ଆରାଧନା: ପ୍ରଭୁ ଶ୍ରୀରାମ।

ବିଛା: ଶୁକ୍ଳପକ୍ଷର ଦ୍ୱିତୀୟ ଚନ୍ଦ୍ର ଯୋଗୁ ଧନ ପ୍ରତି ଓ ଆୟ ପ୍ରତି ଅଧିକ ଦୁର୍ବଳତା ରହିବ । ଅନ୍ୟକୁ ଦେଇଥିବା ଧନ ଫେରିପାଇବେ ଏବଂ କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ବ୍ୟବସାୟର ଶାଖା କିମ୍ବା ନୂତନ ବ୍ୟବସାୟର ସୁୋଗ ଜୁଟିବ। ଯେଉଁମାନଙ୍କର ଅନୁରାଧା ବିଛା ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଗୋଲାପି, ସଂଖ୍ୟା: ୩, ଆରାଧନା: ମା’ ଚଣ୍ଡୀ।

ଧନୁ: ଶ୍ରୀଚନ୍ଦ୍ର, ରବିବାର ସୁକର୍ମ ଯୋଗ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି, ଲକ୍ଷ୍ମୀଙ୍କର କୃପା ଏବଂ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଏବଂ ପରିବାର ସହ କୌଣସି ଦର୍ଶନୀୟ ସ୍ଥାନ ପରିଦର୍ଶନରେ ଯାଇପାରନ୍ତି କିମ୍ବା ଧାର୍ମିକ ସ୍ଥାନକୁ ଯାଇପାରନ୍ତି । ଯେଉଁମାନଙ୍କର ମୂଳା ଓ ଉତ୍ତରାଷାଢ଼ା ଧନୁ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୫, ଆରାଧନା: ପ୍ରଭୁ ଗଜାନନ।

ମକର: ଦ୍ୱାଦଶ ଚନ୍ଦ୍ର ୋଗୁ ମନରେ ଦୁଶ୍ଚିନ୍ତା, ଦୁଭାବନା  ଓ ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ଅଥା ଖର୍ଚ୍ଚ, ବଦ୍‌ଖର୍ଚ୍ଚ ଓ ପରିବାରର ଖର୍ଚ୍ଚଭାର ଅହେତୁକ ଭାବେ ବଢ଼ି·ଲିବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ । ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେବାରେ ଅସମର୍ଥ ହେବେ ଏବଂ କର୍ମ ପ୍ରତି ଅନାଗ୍ରହ ଓ ଆଳସ୍ୟତା ବୃଦ୍ଧି ପାଇବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ପାଞ୍ଚ ଟଙ୍କା ହେଲେ ବ୍ୟୟ ପଚିଶ ଟଙ୍କା ହେବ ଏବଂ ମନରେ ହତାଶା ଭାବ ପ୍ରକାଶ ପାଇବ । ଯେଉଁମାନଙ୍କର ଧନି । ମକର ଓ ଯାହାର ପ୍ରଥମ ନାମାକ୍ଷର ଗା, ଗି ସେମାନେ ସତର୍କ ହେବେ । ଶୁଭରଙ୍ଗ: ବାଇଗଣୀ, ସଂଖ୍ୟା: ୩, ଆରାଧନା : ମା’ କାଳୀ ।

କୁମ୍ଭ: ଘାତଚନ୍ଦ୍ର ହେତୁ ଆର୍ଥିକ କାରବାର କଲାବେଳେ ସତର୍କ ହେବେ ।  ଧନକୁ ନେଇ ବିବାଦ ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି । ଅନ୍ୟଠାରୁ ଆଣିଥିବା ଧନ ଫେରାଇବାରେ ଅସମର୍ଥ ହେବେ ଏବଂ ଅନ୍ୟକୁ ଦେଇଥିବା ଧନ ପାଇବାରେ ବିଫଳ ହେବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ କ୍ଷତି ଦେଖାଦେବ ଏବଂ ବ୍ୟବସାୟ ଉପରକୁ ବିପଦ ମାଡ଼ି ଆସିବ । ଯେଉଁମାନଙ୍କର ଧନି । କୁମ୍ଭ ଓ ଯାହାର ପ୍ରଥମ ନାମାକ୍ଷର ଗେ, ଗୁ ସେମାନେ ସତର୍କ ହେବେ । ଶୁଭରଙ୍ଗ: କଳା, ସଂଖ୍ୟା: ୬, ଆରାଧନା: ମା’ ଦୁର୍ଗା ।

ମୀନ: ଦଶମ ଚନ୍ଦ୍ର, ରବିବାର, ସୁକର୍ମା ଯୋଗ ଓ ପଞ୍ଚମୀ ଗତ ଷ ୀ ହେତୁ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ସ୍ୱାସ୍ଥ୍ୟ ଉତ୍ତମ ରହିବ । ମନରେ ସତ୍‌ଚିନ୍ତା, ସତ୍‌ଭାବନା ପ୍ରକାଶ ପାଇବ ଏବଂ ସତ୍‌କର୍ମ ପ୍ରତି ଅଧିକ ଆଗ୍ରହ ରହିବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଯାହା ହେଲେ ମଧ୍ୟ ମନ ପ୍ରଫୁଲ୍ଲ ରହିବ। ଯେଉଁମାନଙ୍କର ଉତ୍ତରାଭାଦ୍ର ମୀନ ସେମାନେ ସୁଫଳ ପାଇବେ। ଶୁଭରଙ୍ଗ: ହଳଦିଆ, ସଂଖ୍ୟା : ୭, ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।