ମେଷ :ସପ୍ତମ ଚନ୍ଦ୍ର ଯୋଗୁ ଶରୀର ସୁସ୍ଥ ରହିବ, ମନୋମାଳିନ୍ୟ ଦୂର ହେବ, ବିବାହ ପ୍ରସ୍ତାବ ଆସିପାରେ, ବ୍ୟବସାୟରେ ଉନ୍ନତି, ଚାକିରୀ କ୍ଷେତ୍ରରେ ଲାଭ ମିଳିବ, ସହକର୍ମୀଙ୍କ ସହଯୋଗ ପ୍ରାପ୍ତି, ଆର୍ଥିକ ଉନ୍ନତି, ନିବେଶ କରନ୍ତୁ ନାହିଁ, ମନ ପ୍ରଫୁଲ ରହିବ, କଥାବାର୍ତ୍ତା ଠିକ୍ ରଖିବେ ।

ଶୁଭ ରଙ୍ଗ : ନାଲି ।

ବୃଷ :ଷଷ୍ଠ ଚନ୍ଦ୍ର ଯୋଗୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ, ଚାକିରୀ କ୍ଷେତ୍ରରେ ଉନ୍ନତି, ଶତ୍ରୁ ପରାଜିତ ହେବେ, ଋଣ ମୁକ୍ତ ହୋଇପାରିବେ, ଅର୍ଥ ନବାଦବା ବେଳେ ସତର୍କତା ଅବଲମ୍ବନ କରନ୍ତୁ, ଅଯଥା ଯୁକ୍ତିତର୍କ କରନ୍ତୁ ନାହିଁ, ଶରୀର ପ୍ରତି ସତର୍କ ରହିବେ, ପେଟ କିମ୍ବା ମୁଣ୍ଡଜନିତ ସମସ୍ୟା ଦେଖାଦେଇପାରେ, ରାଜନୀତି କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ ।

ଶୁଭ ରଙ୍ଗ : ଧଳା ଓ କ୍ରୀମ୍ ।

ମିଥୁନ :ପଞ୍ଚମ ଚନ୍ଦ୍ର ଯୋଗୁ ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ, ଚାକିରୀ କ୍ଷେତ୍ରରେ ପ୍ରଶଂସା ମିଳିବ, ନୂତନ ଚିନ୍ତାଧାରା ଆସିପାରେ, କୌଣସି ଶୁଭ ଖବର ମିଳିପାରେ, ମାନସିକ ଚିନ୍ତା ଦୂର ହେବ, ସ୍ୱାସ୍ଥ୍ୟ ଉତ୍ତମ ରହିବ, ଖାଦ୍ୟ ପ୍ରତି ସତର୍କତା ଅବଲମ୍ବନ କରିବେ, ବନ୍ଧୁ ମିଳନ ଘଟିବ ।

ଶୁଭ ରଙ୍ଗ : ହଳଦିଆ ଓ ସବୁଜ ।

କର୍କଟ :ଚତୁର୍ଥ ଚନ୍ଦ୍ର ଯୋଗୁ ମନରେ ସାମାନ୍ୟ ଚିନ୍ତା ଲାଗି ରହିବ, ଚାକିରୀ କ୍ଷେତ୍ରରେ ସାମାନ୍ୟ କାମ ଚାପ ଲାଗି ରହିବ, କାର୍ଯ୍ୟରେ ସହଯୋଗ ମିଳିବ, ଆର୍ଥିକ ସ୍ଥିତି ସାଧାରଣ ରହିବ, ପରିବାରରେ କଳହ ହୋଇପାରେ, ନିଜ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖିବେ, ଶରୀର ସାମାନ୍ୟ ରହିବ, ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ ।

ଶୁଭ ରଙ୍ଗ : ରୂପେଲି ଓ ଧଳା ।

ସିଂହ :ତୃତୀୟ ଚନ୍ଦ୍ର ଯୋଗୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତି, ଆତ୍ମବିଶ୍ୱାସ ବୃଦ୍ଧି ପାଇବ, ଚାକିରୀ କ୍ଷେତ୍ରରେ ପ୍ରଶଂସା ମିଳିବ, ଯାତ୍ରା କରିପାରନ୍ତି, ଗୃହେ ଆନନ୍ଦ, ଆୟ ବୃଦ୍ଧି ହେବ, ଆର୍ଥିକ ଲାଭ, ନୂତନ ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, ମନ ସକାରାତ୍ମକ ରହିବ, ଶରୀରରେ ସାମାନ୍ୟ କ୍ଳାନ୍ତି ଦେଖାଦେଇପାରେ, ଅଯଥା ଯୁକ୍ତିତର୍କ କରନ୍ତୁ ନାହିଁ ।

ଶୁଭ ରଙ୍ଗ : ନାଲି ଓ ହଳଦିଆ ।

କନ୍ୟା :ଦ୍ୱିତୀୟ ଚନ୍ଦ୍ର ଯୋଗୁ ଆର୍ଥିକ ଲାଭ, ମନ ପ୍ରଫୁଲ ରହିବ, କଥାବାର୍ତ୍ତା ମଧୁର ରଖିବେ, କାର୍ଯ୍ୟ କ୍ଷେତ୍ରରେ ସମ୍ମାନ ପ୍ରାପ୍ତି, ଗୃହେ ଆନନ୍ଦ, ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି, ମାନସିକ ଶାନ୍ତି, ବନ୍ଧୁ ସହଯୋଗ ମିଳିବ, ଅତିଥିଙ୍କ ଆଗମନ ହୋଇପାରେ, ରାଜନୀତି କ୍ଷେତ୍ରରେ ଉନ୍ନତି, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ ।

ଶୁଭ ରଙ୍ଗ : ସବୁଜ ଓ ହଳଦିଆ ।

ତୁଳା :ଶ୍ରୀଚନ୍ଦ୍ର, ଘାତବାର ଯୋଗୁ ନୂତନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, ଦୂର ଯାତ୍ରା ନିଷେଧ, ନିବେଶ କରନ୍ତୁ ନାହିଁ, ଆୟଠାରୁ ବ୍ୟୟ ଅଧିକ ରହିବ, ଚାକିରୀ କ୍ଷେତ୍ରରେ ଅଧିକ ପରିଶ୍ରମ କରିବେ, କାର୍ଯ୍ୟରେ ଚାପ ଅଧିକ ରହିବ, ବାଦବିବାଦ ହୋଇପାରେ, ଅଯଥା ଯୁକ୍ତିତର୍କ କରନ୍ତୁ ନାହିଁ, ଶରୀରରେ ଆଘାତ ଲାଗିପାରେ ।

ଶୁଭ ରଙ୍ଗ : ଗୋଲାପି ଓ କ୍ରୀମ୍ ।

ବିଛା : ଦ୍ୱାଦଶ ଚନ୍ଦ୍ର ଯୋଗୁ ଅଯଥା ବ୍ୟୟ ବୃଦ୍ଧି, ମାନସିକ ଅଶାନ୍ତି, କାମରେ ଚାପ ବଢ଼ିପାରେ, କୋଟ କଚେରୀ ମାମଲାରେ ବାଧା ଘଟିପାରେ, ବାଦବିବାଦରୁ ଦୂରେଇ ରୁହନ୍ତୁ, ମାନସିକ ଚିନ୍ତା କିମ୍ବା ଦ୍ୱନ୍ଦ ଲାଗି ରହିବ, ଅଧିକ ପରିଶ୍ରମ କରିବେ, ବ୍ୟୟ ବୃଦ୍ଧି ପାଇବ, ଶରୀରରେ ସାମାନ୍ୟ କ୍ଳାନ୍ତି ଦେଖାଦେଇପାରେ ।

ଶୁଭ ରଙ୍ଗ : ଗୋଲାପି ଓ ହଳଦିଆ ।

ଧନୁ :ଏକାଦଶ ଚନ୍ଦ୍ର ଯୋଗୁ ଆର୍ଥିକ ଲାଭ, ଆୟ ବୃଦ୍ଧି, ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ, ପୁରୁଣା ବ୍ୟବସାୟ କିମ୍ବା ନିବେଶରୁ ଲାଭ ମିଳିବ, ଇଚ୍ଛା ପୂରଣ ହୋଇପାରେ, ବନ୍ଧୁ ମିଳନ, ସହକର୍ମୀଙ୍କ ସାହାଯ୍ୟ ପ୍ରାପ୍ତି, ସମାଜରେ ସମ୍ମାନ ବଢ଼ିବ, ଶରୀର ପ୍ରତି ସତର୍କ ରହିବେ, ଛାତି ଯନ୍ତ୍ରଣା କିମ୍ବା ମୁଣ୍ଡ ବିନ୍ଧା ସମସ୍ୟା ଦେଖାଦେଇପାରେ ।

ଶୁଭ ରଙ୍ଗ : ସୁନେଲି ଓ ହଳଦିଆ ।

ମକର :ଦଶମ ଚନ୍ଦ୍ର ଯୋଗୁ କର୍ମ କ୍ଷେତ୍ରରେ ପ୍ରୋତ୍ସାହନ ଯୋଗ, ଅଧିକାରୀମାନେ ପ୍ରଶଂସା କରିବେ, ନୂତନ ଦାୟିତ୍ୱ ମିଳିପାରେ, ଆର୍ଥିକ ସ୍ଥିତି ଭଲ ରହିବ, ପିତାମାତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ଗୃହେ ଆନନ୍ଦ, ଶରୀରରେ ସାମାନ୍ୟ କ୍ଳାନ୍ତି ଦେଖାଦେଇପାରେ, ଭଲ ସୁଯୋଗ ମିଳିପାରେ ।

ଶୁଭ ରଙ୍ଗ : ଧୂସର ଓ ନୀଳ ।

କୁମ୍ଭ :ନବମ ଚନ୍ଦ୍ର, ଘାତବାର ଯୋଗୁ ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, ଯାତ୍ର ନିଷେଧ, ଶରୀରରେ କ୍ଳାନ୍ତି କିମ୍ବା ଆଘାତ ହେବାର ସମ୍ଭାବନା ଅଛି, ବାଦବିବାଦ ହେବାର ସମ୍ଭାବନା ରହିଛି, ପରିବାରର ସହଯୋଗ ମିଳିବ, କାର୍ଯ୍ୟ କ୍ଷେତ୍ରରେ ବାଧାବିଘ୍ନ ଘଟିପାରେ, ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ, ବ୍ୟବସାୟ କ୍ଷେତ୍ରରେ ସାମାନ୍ୟ ଉନ୍ନତି ।

ଶୁଭ ରଙ୍ଗ : ସୁନେଲି, ହଳଦିଆ ଓ ନୀଳ ।

ମୀନ :ଅଷ୍ଟମ ଚନ୍ଦ୍ର ଯୋଗୁ ମାନସିକ ଚିନ୍ତା ଲାଗି ରହିବ, ପୁତ୍ର, ଦୁହିତା କୁଳେ ଖର୍ଚ୍ଚ, ବୃଥା ଭ୍ରମଣ, କାର୍ଯ୍ୟ କ୍ଷେତ୍ରରେ ସାମାନ୍ୟ ଉନ୍ନତି, ଚାକିରୀ କ୍ଷେତ୍ରରେ ବାଦବିବାଦ, କର୍ମ କ୍ଷେତ୍ରରେ ସାମାନ୍ୟ ଉନ୍ନତି, ଅଙ୍ଗେ ପୀଡ଼ା, ମନ ବ୍ୟାକୁଳ ରହିବ, ଯାତ୍ରା କରିବା ବେଳେ ସାବଧାନ, ଆର୍ଥିକ ସମସ୍ୟା, ପିତାମାତାଙ୍କ ଶରୀର ପ୍ରତି ଧ୍ୟାନ ଦେବେ, ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ ।

ଶୁଭ ରଙ୍ଗ : ଧଳା, କ୍ରୀମ୍ ଓ ହଳଦିଆ ।

ଜ୍ୟୋତିର୍ବିଦ୍ : ଅନାମିକା,

ଯୋଗାଯୋଗ : ୯୭୭୭୭୧୧୭୩୩