ଗୁରୁବାର ରାଶିଫଳ: ଏହି ରାଶିର ବ୍ୟକ୍ତିଙ୍କ କ୍ଷେତ୍ରରେ ରହିଛି ନିଯୁକ୍ତି ସୁଯୋଗ; ବ୍ୟବସାୟ କ୍ଷେତ୍ରରେ ମିଳିପାରେ ସଫଳତା

ମେଷ: ମାନସିକ ଦୁଶ୍ଚିନ୍ତା, ପରିବାରରେ ମତାନ୍ତର, ନିଜର ଲୋକ, ପଡ଼ୋଶୀ ଓ ବନ୍ଧୁବାନ୍ଧବଙ୍କ ସହ ମତାନ୍ତର ଏବଂ ପଦେ ପଦେ ବିପଦର ସମ୍ଭାବନା ରହିଛି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ଅଯଥା ଖର୍ଚ୍ଚ ଅଧିକ ହେବେ। କ୍ୟାରିଅରରେ ବିଫଳତା, ଅଯଥା ବିଳମ୍ବ ଏବଂ ସହକର୍ମୀଙ୍କ ବିରୋଧାର ଶିକାର ହେବେ। ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକା ମେଷ ଓ ଯାହାର ପ୍ରଥମ ନାମାକ୍ଷର ଚୁ, ଚେ, ଚୋ, ଲା, ଆ, ସେମାନେ ସତର୍କ ହେବେ।
ଶୁଭରଙ୍ଗ: ଧଳା, ସଂଖ୍ୟା: ୩୪, ଅରାଧନା : ମା’ ବଗଳାମୁଖୀ
ବୃଷ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉତ୍ତମ ଆୟ ଏବଂ କର୍ମରେ ସଫଳତା ମିଳିବ। ଏହା ପରେ ଦ୍ୱାଦଶ ଚନ୍ଦ୍ର ଯୋଗୁ ପୂର୍ବରୁ ହୋଇଥିବା ଆୟ ଅଯଥା ଖର୍ଚ୍ଚରେ ଯିବ ଏବଂ ବାଣିଜ୍ୟ, ବ୍ୟବସାୟରେ ମାନ୍ଦାବସ୍ଥା ଲାଗି ରହିବ ଏବଂ ମନରେ ହତୋତ୍ସାହ ଭାବ ପ୍ରକାଶ ପାଇବ। କର୍ମରେ ବିଫଳତା, କର୍ମରେ ଆଳସ୍ୟତା ଓ ସମସ୍ତ କର୍ମରେ ସମୟାନବୁର୍ତ୍ତିତାର ଅଭାବ ରହିବ।
ଶୁଭରଙ୍ଗ: ନୀଳ, ସଂଖ୍ୟା: ୧୨, ଆରାଧନା : ମା’ ସମଲେଶ୍ୱରୀ
ମିଥୁନ: ଦଶମ ଓ ଏକାଦଶ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ କର୍ମରେ, ଭାଗ୍ୟରେ, ବ୍ୟବସାୟରେ ଏବଂ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ। ନୂତନ କର୍ମାରମ୍ଭ, ଗୃହାରମ୍ଭ, ନୂତନ ବ୍ୟବସାୟ ଆରମ୍ଭ କରିବେ କିମ୍ବା କୌଣସି ଶୁଭକର୍ମରେ ଯୋଗଦେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ପ୍ରମୋଶନ ମିଳିପାରେ। ଯେଉଁମାନଙ୍କର ମୃଗଶିରା ମିଥୁନ ସେମାନେ ସୁଫଳ ପାଇବେ।
ଶୁଭରଙ୍ଗ: କଫି, ସଂଖ୍ୟା : ୮, ଆରାଧନା : ଭଗବାନ ବିଷ୍ଣୁ
କର୍କଟ: ନବମ ଓ ଦଶମ ଚନ୍ଦ୍ର ଏବଂ ଗୁରୁବାର ହେତୁ କୌଣସି ଶୁଭକର୍ମରେ ଆୟୋଜନ କରିବେ କିମ୍ବା କୌଣସି ଶୁଭକର୍ମରେ ଯୋଗଦେବେ। ଯଶ, ସମ୍ମାନ,ସାମାଜିକ ପ୍ରତି ବୃଦ୍ଧି ପାଇବ ଏବଂ ପୂର୍ବରୁ ହୋଇଥିବା କ୍ଷତିର ଭରଣା କିଛି ମାତ୍ରାରେ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟ କିମ୍ବା ବ୍ୟବସାୟର ଶାଖା ବଢ଼ାଇବା ପାଇଁ ଉଦ୍ୟମ କରିବେ। କର୍ମରେ ସଫଳତା ଏବଂ କର୍ମସ୍ଥାନର ସମସ୍ତ ସୁବିଧା ସୁଯୋଗ ହାସଲ କରିବେ। ଯେଉଁମାନଙ୍କର ଅଶ୍ଳେଷା କର୍କଟ ସେମାନେ ଉପକୃତ ହେବେ।
ଶୁଭରଙ୍ଗ: ଲାଲ, ସଂଖ୍ୟା: ୫, ଆରାଧନା : ମା’ ଭୁବନେଶ୍ୱରୀ
ସିଂହ: ନବମ ଚନ୍ଦ୍ର ଯୋଗୁ ସ୍ଥିତିରେ ପରିବର୍ତ୍ତନ ଆସିବ ଏବଂ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ କିଛିଟା ସୁଧାର ଆସିବ। କର୍ମରେ ସଫଳତା ଏବଂ ପଦସ୍ଥ ଅଧିକାରୀଙ୍କ କୃପା ଲାଭ କରିବେ। ଯେଉଁମାନଙ୍କର ପୂର୍ବା ଫାଲଗୁନୀ ଓ ଉତ୍ତରା ଫାଲଗୁନୀ ସିଂହ ସେମନେ ସୁଫଳ ପାଇବେ।
ଶୁଭରଙ୍ଗ: ଗୋଲାପୀ, ସଂଖ୍ୟା: ୧୧, ଆରାଧନା: ମା’ ମାତଙ୍ଗୀ
କନ୍ୟା: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉତ୍ତମ ଆୟ, ପରିବାରରେ ସୁଖଶାନ୍ତି ଏବଂ କର୍ମରେ କିଛିଟା ସଫଳତା ମିଳିବ। ଏହା ପରେ ଅଷ୍ଟମ ଚନ୍ଦ୍ର ଯୋଗୁ ମନରେ ଅସ୍ଥିରତା, ପରିବାରରେ ବିବାଦ ଏବଂ ଶାରୀରିକ ପୀଡ଼ା ଭୋଗିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ପରିଶ୍ରମ ତୁଳନାରେ ସଫଳତା କମ୍ ମିଳିବ। ଯେଉଁମାନଙ୍କର ଉତ୍ତରା ଫାଲଗୁନୀ ଓ ହସ୍ତା କନ୍ୟା ସେମାନେ ସତର୍କ ହେବେ।
ଶୁଭରଙ୍ଗ: ସବୁଜ, ସଂଖ୍ୟା: ୪, ଆରାଧନା : ମା’ ଛିନ୍ନମସ୍ତା
ତୁଳା: ଘାତବାର ଓ ଷଷ୍ଠ ଏବଂ ସପ୍ତମ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଘାତବାରର ପ୍ରଭାବ କମ୍ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ପରିଚିତ ମହିଳାଙ୍କଠାରୁ ସାହ୍ୟା, ସହଯୋଗ, ଧନପ୍ରାପ୍ତି ହେବ। ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ସ୍ୱାସ୍ଥ୍ୟ ଉତ୍ତମ ରହିବ। କର୍ମରେ ସଫଳତା ଏବଂ ମହିଳା ସହକର୍ମୀଙ୍କ ସହାୟତା ପ୍ରାପ୍ତ କରିବେ। ଯେଉଁମାନଙ୍କର ଚିତ୍ରା ଓ ସ୍ୱାତୀ ତୁଳା ସେମାନେ ସୁଫଳ ପାଇବେ।
ଶୁଭରଙ୍ଗ : ସିଲ୍ଭର, ସଂଖ୍ୟା : ୨, ଆରାଧନା : ମା’ କମଳା
ବିଛା : ପଞ୍ଚମ ଓ ଷଷ୍ଠ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଯଶ, ସମ୍ମାନ, ସମାଜିକ ପ୍ରତି ଏବଂ ଜନ ସମ୍ପର୍କ ବୃଦ୍ଧି ପାଇବ। ପରୋପକାର, ସମାଜସେବା ଏବଂ ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ। ସନ୍ତାନମାନେ ଆଜ୍ଞାଧୀନ ହେବେ ଏବଂ ପିତାମାତାଙ୍କ କୃପା ଲାଭ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଏବଂ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ। ଯେଉଁମାନଙ୍କର ଜ୍ୟେଷ୍ଠ ବିଛା ସେମାନେ ସୁଫଳ ପାଇବେ।
ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୬, ଆରାଧନା : ମା’ ଚଣ୍ଡୀ
ଧନୁ : ଅପରାହ୍ନ ୨ଟା ୦୮ ମିନିଟ୍ ପର୍ଯ୍ୟନ୍ତ ଘାତଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଅଧିକ କ୍ଷତି ଏବଂ କର୍ମରେ ବହୁବିଧ ସମସ୍ୟା ଓ ବିଫଳତା ଆସିବ। ଏହା ପରେ ପଞ୍ଚମ ଚନ୍ଦ୍ର, ଗୁରୁବାର ଯୋଗୁ ବାଣିଜ୍ୟ, ବ୍ୟବସାୟରେ ବିଶେଷ ସଫଳତା ନ ମିଳିଲେ ମଧ୍ୟ କର୍ମରେ ସଫଳତା ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ସାମାଜିକ ପ୍ରତି ବୃଦ୍ଧି ପାଇବ। ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ ସେମାନେ ଉପକୃତ ହେବେ ।
ଶୁଭରଙ୍ଗ : ଲାଲ, ସଂଖ୍ୟା : ୨, ଆରାଧନା : ପ୍ରଭୁ ଗଜାନନ
ମକର : ସମସ୍ତ କର୍ମରେ ସଫଳତା ଏବଂ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ। ଏହା ପରେ ଚତୁର୍ଥ ଚନ୍ଦ୍ର ଯୋଗୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ ଏବଂ ମାଲିମକଦ୍ଦମାରେ ପଡ଼ିପାରନ୍ତି। ପରିବହନ ବ୍ୟବସାୟରେ ବିପର୍ଯ୍ୟୟ ଏବଂ ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ହେବ। କର୍ମରେ ବିଫଳତା ଏବଂ ସହକର୍ମୀଙ୍କ ସହ ମତାନ୍ତର ହେବ। ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଶ୍ରବଣା ମକର ଏବଂ ଯାହାର ପ୍ରଥମ ନାମାକ୍ଷର ଭୋ, ଜା, ଜୀ, ଖ, ଖି, ଖେ, ଖୋ ସେମାନେ ସତର୍କ ହେବେ ।
ଶୁଭରଙ୍ଗ : ଧୂସର, ସଂଖ୍ୟା : ୬, ଆରାଧନା : ମା’ କାଳୀ
କୁମ୍ଭ : ଘାତବାର ଓ ଦ୍ୱିତୀୟ ଏବଂ ତୃତୀୟ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଅସ୍ଥିରତା ଓ ବ୍ୟଗ୍ରତା ଭାବ ଦେଖାଦେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। କର୍ମରେ ସଫଳତା, ନୂତନ କର୍ମାରମ୍ଭ, ଭୂମିପୂଜା ଆଦି କରିବାର ସୁଯୋଗ ଜୁଟିବ। ଯେଉଁମାନଙ୍କର ଧନି କୁମ୍ଭ ସେମାନେ ସୁଫଳ ପାଇବେ।
ଶୁଭରଙ୍ଗ : ଇନ୍ଦ୍ରନୀଳ, ସଂଖ୍ୟା : ୩, ଆରାଧନା : ମା’ ଭୈରବୀ
ମୀନ : ଶ୍ରୀଚନ୍ଦ୍ର ଓ ଦ୍ୱିତୀୟ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଏବଂ ଗୁରୁବାର ଯୋଗୁ ଧନ, ସମ୍ପଦ, ପ୍ରାଚୁର୍ଯ୍ୟ ବୃଦ୍ଧି ପାଇବ ଏବଂ ଧନ ପ୍ରତି ମନରେ ଅଧିକ ଦୁର୍ବଳତା ପ୍ରକାଶ ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟ ପାଇଁ ଉଦ୍ୟମ କରିବେ। କର୍ମରେ ସଫଳତା ଏବଂ ଦରମାରେ କିଛି ବୃଦ୍ଧି ଘଟିପାରେ। ଯେଉଁମାନଙ୍କର ରେବତୀ ମୀନ ସେମାନେ ଉପକୃତ ହେବେ।
ଶୁଭରଙ୍ଗ : ଧଳା, ସଂଖ୍ୟା : ୯, ଆରାଧନା : ମା’ ତାରା