ମେଷ :ଚତୁର୍ଥ ଚନ୍ଦ୍ର, ସୋମବାର ଓ ଦ୍ୱିତୀୟା ତିଥି ଯୋଗୁ ଧନ, ସମ୍ପଦ, ପ୍ରାଚୁର୍ଯ୍ୟ, ପ୍ରତିପତ୍ତି ବୃଦ୍ଧି ପାଇବ ଏବଂ ଆୟର ନୂତନ ମାର୍ଗ ଖୋଲିବ । ନୂତନ କର୍ମାରମ୍ଭ, ବିଦ୍ୟାରମ୍ଭ ଓ ବିଦେଶ ଯାତ୍ରାର ସୁଯୋଗ ଜୁଟିବ ଏବଂ କୌଣସି ସଭା କିମ୍ବା ସଙ୍ଗଠନର ନେତୃତ୍ୱ ମିଳିବ । ପାରିବାରିକ ବିବାଦ, ଜମିଜମା ବିବାଦର ସମାଧାନ ହେବ ଏବଂ ମାଲିମକଦ୍ଦମାରେ ବିଜୟ ହାସଲ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ପଦସ୍ଥ ଅଧିକାରୀଙ୍କ ଶୁଭଦୃଷ୍ଟିରେ ରହିବେ । ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକା ମେଷ, ସେମାନେ ସୁଫଳ ପାଇବେ ।

ଶୁଭ ରଙ୍ଗ: ସିଲ୍ଭର, ସଂଖ୍ୟା : ୩, ଆରାଧନା : ପ୍ରଭୁ ସ୍କନ୍ଦ ।

ବୃଷ :ତୃତୀୟ ଚନ୍ଦ୍ର, ସକାଳ ୯ଟା ୫୭ ମିନିଟ୍ ପରେ ଦ୍ୱିତୀୟା ତିଥି, ସୋମବାର ଓ ଶନିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ ଏବଂ ସମସ୍ତ ଆଶା, ଆକାଂକ୍ଷା ଓ ଅଭିଳାଷ ପୂର୍ଣ୍ଣ ହେବ । ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ସ୍ୱଜନ, ପରିଜନ, ବନ୍ଧୁବାନ୍ଧବ, ଭାଇଭଉଣୀଙ୍କ ସହଯୋଗ ମିଳିବ ଏବଂ ପରିବାର ସହ କୌଣସି ଶୁଭକର୍ମରେ ଯୋଗଦେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ । କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ ସମସ୍ତ କର୍ମରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିବେ । ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ, ସେମାନେ ଉପକୃତ ହେବେ ।

ଶୁଭ ରଙ୍ଗ : ନୀଳ, ସଂଖ୍ୟା : ୬, ଆରାଧନା : ପ୍ରଭୁ ଶ୍ରୀରାମ ।

ମିଥୁନ :ଘାତବାର, କୃଷ୍ଣପକ୍ଷର ଦ୍ୱିତୀୟ ଚନ୍ଦ୍ର ଯୋଗୁ ବାଦ, ବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର କଲାବେଳେ ସତର୍କତା ଅବଲମ୍ବନ କରିବେ ଏବଂ ଯେ କୌଣସି କର୍ମ କରିବା ପୂର୍ବରୁ ଭଲଭାବରେ ଚିନ୍ତାକରି ଆରମ୍ଭ କରିବେ । ଧନକୁ ନେଇ ବିବାଦ ଏବଂ ମାଲିମକଦ୍ଦମାରେ ପଡ଼ିପାରନ୍ତି ଏବଂ ଆର୍ଥିକ ଠକାମିର ଶିକାର ହୋଇପାରନ୍ତି । ଅନ୍ୟଠାରୁ ଆଣିଥିବା ଧନ ଫେରାଇବାରେ ଅସମର୍ଥ ହେବେ ଏବଂ ଅନ୍ୟକୁ ଦେଇଥିବା ଧନ ପାଇବାରେ ବିଫଳ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ କର୍ମପ୍ରତି ଅନାଗ୍ରହ ଭାବ ପ୍ରକାଶ ପାଇବ । ଯେଉଁମାନଙ୍କର ଆର୍ଦ୍ରା ମିଥୁନ, ସେମାନେ ସତର୍କ ହେବେ ।

ଶୁଭ ରଙ୍ଗ : କଫି, ସଂଖ୍ୟା : ୮, ଆରାଧନା: ମା’ ଷୋଡ଼ଶୀ ।

କର୍କଟ :ଶ୍ରୀଚନ୍ଦ୍ର, ସୋମବାର ଯୋଗୁ ନୂତନ କର୍ମାରମ୍ଭ, ବିଦ୍ୟାରମ୍ଭ, ଗୃହାରମ୍ଭ, ବ୍ୟବସାୟ ଆରମ୍ଭ, ଭୂମିପୂଜା, ଗୃହ ପ୍ରତିଷ୍ଠା ଆଦି ଶୁଭକର୍ମର ଆୟୋଜନ କରିପାରନ୍ତି କିମ୍ବା ମୂଲ୍ୟବାନ ଧାତୁ, ଭୂମି ଓ ଯାନବାହନ କ୍ରୟ କରିପାରନ୍ତି । ସୁଖବର, ସୁସମ୍ବାଦ ମିଳିବ ଏବଂ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ । ଆମୋଦପ୍ରମୋଦ, ମଉଜ ମଜଲିସ୍ରେ ଅଧିକ ଆଗ୍ରହ ରହିବ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା ମିଳିବ । ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ, ସେମାନେ ଉପକୃତ ହେବେ ।

ଶୁଭ ରଙ୍ଗ : ସିଲ୍ଭର, ସଂଖ୍ୟା : ୫, ଆରାଧନା ମା’ ସମଲେଶ୍ୱରୀ ।

ସିଂହ :କୃଷ୍ଣପକ୍ଷର ଦ୍ୱାଦଶ ଚନ୍ଦ୍ର ଯୋଗୁ ଅଯଥା ଖର୍ଚ୍ଚ, ବଦ୍‌ଖର୍ଚ୍ଚ କମ୍ ରହିବ ଏବଂ ଖର୍ଚ୍ଚ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବେ । ମୂଲ୍ୟବାନ ଧାତୁ, ଭୂମି ଓ ଯାନବାହନ କ୍ରୟ କରିବେ ଏବଂ ଉନ୍ନତି ମୂଳକ କର୍ମରେ ଧନର ବିନିଯୋଗ କରିବେ । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବାରେ ସମର୍ଥ ହେବେ ଏବଂ କୁସଙ୍ଗ ପରିତ୍ୟାଗ କରି ସତ୍ସଙ୍ଗରେ ପଡ଼ିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆୟର କିଛି ଅଂଶ ସଞ୍ଚୟରେ ବିନିଯୋଗ କରିବେ । କର୍ମରେ ସଫଳତା ଓ ସମସ୍ତ ଅଟକିଥିବା କାମକୁ ଆଜି ସତର୍କତାର ସହ ସମ୍ପାଦନ କରିବେ । ଯେଉଁମାନଙ୍କର ମଘା ଓ ଉତ୍ତରା ଫାଲ୍ଗୁନୀ ସିଂହ, ସେମାନେ ସୁଫଳ ପାଇବେ ।

ଶୁଭ ରଙ୍ଗ : ଲାଲ, ସଂଖ୍ୟା : ୬, ଆରାଧନା : ପ୍ରଭୁ ଗଜାନନ ।

କନ୍ୟା :ଏକାଦଶ ଚନ୍ଦ୍ର, ସୋମବାର ଓ ଶନି, ବୁଧ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଭାଗ୍ୟରେ, କର୍ମରେ, ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ ଏବଂ ଧନ, ସମ୍ପଦ ବୃଦ୍ଧି ପାଇବ । ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସମର୍ଥ ହେବେ ଏବଂ ଧନର ସତ୍ ବିନିଯୋଗ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟ ପାଇଁ ଚୁକ୍ତିବଦ୍ଧ ହେବେ । କର୍ମରେ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ । ଯେଉଁମାନଙ୍କର ଉତ୍ତରା ଫାଲ୍ଗୁନୀ ଓ ଚିତ୍ରା କନ୍ୟା, ସେମାନେ ଉପକୃତ ହେବେ ।

ଶୁଭ ରଙ୍ଗ : ମେରୁନ୍, ସଂଖ୍ୟା : ୧୨, ଆରାଧନା : ମା’ ତ୍ରିପୁର ସୁନ୍ଦରୀ ।

ତୁଳା :ଦଶମ ଚନ୍ଦ୍ର ଓ ସୋମବାର ତଥା ଶନି, ବୁଧ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ସମସ୍ତ ଅସମ୍ପୂର୍ଣ୍ଣ କର୍ମକୁ ପୂର୍ଣ୍ଣାଙ୍ଗ କରିବାରେ ସମର୍ଥ ହେବେ ଏବଂ ନୂତନ କର୍ମାରମ୍ଭ, ବିଦ୍ୟାରମ୍ଭ, ଗୃହାରମ୍ଭ, ଭୂମିପୂଜା, ଗୃହ ପ୍ରତିଷ୍ଠା ଆଦି ଶୁଭକର୍ମର ଆୟୋଜନ କରିବେ । ମନରେ ପ୍ରସନ୍ନତା, ଚାଲିଚଳନରେ ସଞ୍ଜମତା, ବଚନରେ ମଧୁରତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ । ଆଜି ଯେକୌଣସି କର୍ମ କରିବେ, ସେଥିରେ ଶତପ୍ରତିଶତ ସଫଳତା ପାଇବେ ଏବଂ ସମସ୍ତ କଷ୍ଟସାଧ୍ୟ କାମ ଆଜି ଆପଣଙ୍କ ପାଇଁ ସହଜ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଦେହ, ମନ ସୁସ୍ଥ ରହିବ । ଯେଉଁମାନଙ୍କର ଚିତ୍ରା ଓ ବିଶାଖା ତୁଳା, ସେମାନେ ସୁଫଳ ପାଇବେ ।

ଶୁଭ ରଙ୍ଗ : ସିଲ୍ଭର, ସଂଖ୍ୟା : ୪, ଆରାଧନା : ପ୍ରଭୁ ଶ୍ରୀରାମ ।

ବିଛା :କୃଷ୍ଣପକ୍ଷର ନବମ ଚନ୍ଦ୍ର ଯୋଗୁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ ଏବଂ ଅପମାନ, ଅପଯଶ, ଅପନିନ୍ଦା ମିଳିବ । ମନ ଅସ୍ଥିର, ବିଷାଦଗ୍ରସ୍ତ ରହିବ ଏବଂ ପରିବାରରେ ଅଶାନ୍ତିର ବାତାବରଣ ରହିବ । ଉନ୍ନତିମୂଳକ କର୍ମରେ ପ୍ରତିବନ୍ଧକ, ଧାର୍ମିକ କର୍ମରେ ବିଘ୍ନ ଦେଖାଦେବ ଏବଂ ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁମାନଙ୍କର ଅନୁରାଧା ଓ ଜ୍ୟେଷ୍ଠା ବିଛା, ସେମାନେ ସତର୍କ ହେବେ ।

ଶୁଭ ରଙ୍ଗ : ହଳଦିଆ, ସଂଖ୍ୟା : ୩, ଆରାଧନା : ମା’ ଚଣ୍ଡୀ ।

ଧନୁ :ଅଷ୍ଟମ ଚନ୍ଦ୍ର, ଦ୍ୱିତୀୟା ତିଥି ଓ ଶନିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ବିରକ୍ତିଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ ଏବଂ ଶାରୀରିକ ପୀଡ଼ା ଭୋଗିବେ । ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ । ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ ଏବଂ ନିଶ୍ଚିତତାକୁ ପରିତ୍ୟାଗ କରି ଅନିଶ୍ଚିତତା ପଛରେ ପଶ୍ଚାତ୍ଧାବନ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମ କଣ୍ଟକ ସଦୃଶ ମନେ ହେବ । ଯେଉଁମାନଙ୍କର ପୂର୍ବାଷାଢ଼ା ଓ ଉତ୍ତରାଷାଢ଼ା ଧନୁ, ସେମାନେ ସତର୍କ ହେବେ ।

ଶୁଭ ରଙ୍ଗ : ଗୋଲାପି, ସଂଖ୍ୟା : ୭, ଆରାଧନା : ପ୍ରଭୁ ଗଜାନନ ।

ମକର :ସପ୍ତମ ଚନ୍ଦ୍ର, ସୋମବାର ଓ ଶନି, ବୁଧ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ମନରେ ପ୍ରସନ୍ନତା, ଚାଲିଚଳନରେ ସଂଯମତା, ପରିବାରରେ ସୁଖଶାନ୍ତି ଏବଂ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ପରିବାର ସହ କୌଣସି ଶୁଭକର୍ମରେ ଯୋଗଦେବେ କିମ୍ବା ନିଜର କୌଣସି ଶୁଭକର୍ମର ଆୟୋଜନ କରିବେ । ପରିଚିତ ମହିଳାଙ୍କଠାରୁ ସାହାଯ୍ୟ, ସହଯୋଗ ଓ ଧନ ମିଳିବ ଏବଂ ମୂଲ୍ୟବାନ ଧାତୁ, ବସନଭୁଷଣ ଏବଂ ସୌଖୀନ ଘରୋଇ ଉପକରଣ କ୍ରୟ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ମହିଳା ସହକର୍ମୀଙ୍କ ସହଯୋଗ ମିଳିବ । ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଧନିଷ୍ଠା ମକର, ସେମାନେ ଉପକୃତ ହେବେ ।

ଶୁଭ ରଙ୍ଗ : ବାଇଗଣୀ, ସଂଖ୍ୟା : ୬, ଆରାଧନା : ମା’ ଦୁର୍ଗା ।

କୁମ୍ଭ :ଷଷ୍ଠ ଚନ୍ଦ୍ର, ସୋମବାର ଓ ଶନି, ବୁଧ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା, ଜନସମ୍ପର୍କ ବୃଦ୍ଧି ପାଇବ ଏବଂ ମହତ୍ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ । ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ ଏବଂ ଶତ୍ରୁମାନେ ବଶୀଭୂତ ହେବେ । ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ଋଣମୁକ୍ତ ହେବାର ସୁଯୋଗ ଜୁଟିବ । ପରୋପକାର, ଧାର୍ମିକ କର୍ମ, ସମାଜସେବାରେ ଅଧିକ ଆଗ୍ରହ ରହିବ ଏବଂ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ । ଯେଉଁମାନଙ୍କର ଧନିଷ୍ଠା ଓ ପୂର୍ବଭାଦ୍ର କୁମ୍ଭ, ସେମାନେ ଉପକୃତ ହେବେ ।

ଶୁଭ ରଙ୍ଗ : ଇନ୍ଦ୍ରନୀଳ, ସଂଖ୍ୟା : ୩, ଆରାଧନା : ମା’ ଭୈରବୀ ।

ମୀନ :କୃଷ୍ଣପକ୍ଷର ପଞ୍ଚମ ଚନ୍ଦ୍ର ସକାଳ ୯ଟା ୫୭ ମିନିଟ୍ ପର୍ଯ୍ୟନ୍ତ ଘାତତିଥି, ଅପରାହ୍ଣ ୧ଟା ୨୫ ମିନିଟ୍ ପରେ ଘାତ ନକ୍ଷତ୍ର ଯୋଗୁ ବାଦ, ବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର କଲାବେଳେ ସତର୍କତା ଅବଲମ୍ବନ କରିବେ । ସ୍ୱଜନ, ପରିଜନ, ବନ୍ଧୁବାନ୍ଧବ, ପିତାମାତା ଓ ସନ୍ତାନସନ୍ତତିଙ୍କ ସହ କଥାବାର୍ତ୍ତା ବେଳେ ଯଥା ସମ୍ଭବ ବାକ୍ ସଂଯମତା ରକ୍ଷା କରିବେ । ମାନ, ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ ଏବଂ ଇତର ଜନଠାରୁ ଅପମାନ ପାଇବେ । ସନ୍ତାନମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, କର୍ମ ଏବଂ ପିତାମାତାଙ୍କୁ ନେଇ ଚିନ୍ତିତ ହେବେ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ବୁଝାମଣାର ଅଭାବ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ ମାନ, ସମ୍ମାନ ହାନି ଘଟିବ । ଯେଉଁମାନଙ୍କର ଉତ୍ତରଭାଦ୍ର ଓ ରେବତୀ ମୀନ, ସେମାନେ ସତର୍କ ହେବେ ।

ଶୁଭ ରଙ୍ଗ : ହଳଦିଆ, ସଂଖ୍ୟା : ୫, ଆରାଧନା : ପ୍ରଭୁ ଶ୍ରୀଜଗନ୍ନାଥ ।

ଜ୍ୟୋତିର୍ବିଦ୍ : କୈଳାସ ଦାଶ

ଯୋଗାଯୋଗ : ୯୪୩୭୧୩୩୪୭୩