ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ, ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ

ପୁରୀ,୦୮/୦୩: ପୁରୀ ସହରର ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ। ମାର୍କେଟ କମ୍ପ୍ଲେକ୍ସରେ ତିନି ଜଣ ଅଣନିଶ୍ୱାସୀ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତ। ଏହି ତିନି ଜଣ ହେଲେ ନାସିକର ତିନି ମହିଳା ପର୍ଯ୍ୟଟକ। ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି ଅଗ୍ନିଶମ ବାହାନୀ।
ମାର୍କେଟ୍ କମ୍ପ୍ଲେକ୍ସଟି ୩ ମହଲା ବିଶିଷ୍ଟ ହୋଇଥିବା ବେଳେ, ପ୍ରଥମ ମହଲାରେ ଥିବା ଏକ ଡ୍ରେସ୍ଦୋକାନରେ ନିଆଁ ଲାଗିଛି। ଏହା ସହିତ ଉପର ମହଲାରେ ଥିବା ହୋଟେଲ୍ ସମ୍ରାଟ୍ରେ ଅନେକ ଯାତ୍ରୀ ଫସିରହିଛନ୍ତି। ସେମାନଙ୍କ ମଧ୍ୟରେ ମହାରାଷ୍ଟ୍ର ନାସିକ୍ର ତିନି ମହିଳା ଥିବା ଜଣାପଡ଼ିଛି। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଅଗ୍ନିଶମ କର୍ମଚାରୀ ସେମାନଙ୍କ ପାଖକୁ ଅକ୍ସିଜେନ୍ ନେଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ନିଆଁ ଲିଭାଇବାରେ ୭ଟି ଦମକଳ ଗାଡ଼ି ନିୟୋଜିତ ଅଛନ୍ତି। ଅଗ୍ନିଶମ କର୍ମୀମାନେ ପୁରା ସତର୍କତାର ସହିତ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।