ମୁମ୍ୱାଇ : ବଲିଉଡ ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କ ପରିବାର ଓ ପ୍ରଶଂସକଙ୍କ ପାଇଁ ଖୁବ୍ ମୁସ୍କିଲ ସମୟ ଥିଲା। ୮୯ ବର୍ଷିୟ ଅଭିନେତାଙ୍କର ସ୍ୱାସ୍ଥ୍ୟ ଖରାପ ହେବା ପରେ ତାଙ୍କୁ ମୁମ୍ୱାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। ଏହାପରେ ତାଙ୍କ ମୃତ୍ୟୁର ମିଛ ଖବର ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା। ଏହାପରେ ପରିବାର ପକ୍ଷରୁ ଅଫିସିଆଲି ବିବୃତ୍ତି ଜାରି କରାଯାଇଛି ଯେ, ସେ ଠିକ୍ ଅଛନ୍ତି ଏବଂ ଧିରେ ଧିରେ ସୁସ୍ଥ ହେଉଛନ୍ତି। ଅନ୍ୟପଟେ ୧୨ ନଭେମ୍ୱରରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରି ଦିଆ ଯାଇଛି। କିନ୍ତୁ ଏହି ସବୁ ମଧ୍ୟରେ , ହସ୍ପିଟାଲ ଭିତରେ ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଧର୍ମେନ୍ଦ୍ର ବେଡ୍ରେ ଶୋଇଥିବା ଏବଂ ପୂରା ଦେଓଲ ପରିବାର କାନ୍ଦୁଥିବାର ନଜର ଆସୁଥିଲେ। ଭିଡ଼ିଓ ଭାଇରାଲ ହେବା ପରେ ଏବେ ଏହାକୁ ରେକର୍ଡ କରିଥିବା ହସ୍ପିଟାଲ କର୍ମଚାରୀ ଧରାପଡ଼ିଛନ୍ତି।

ଉଲ୍ଲେଖନୀୟ ଯେ, ଏହି ଭିଡ଼ିଓଟି ବ୍ରିଚ୍ କ୍ୟାଣ୍ଡି ଆଇସିୟୁର ଭିତରୁ ଭାଇରାଲ ହେଉଥିଲା। ଏଥିରେ ଧର୍ମେନ୍ଦ୍ର ହସ୍ପିଟାଲର ବେଡ୍ରେ ଶୋଇଥିବାର ନଜର ଆସୁଛନ୍ତି। ଭେଟେରାନ ଅଭିନେତା ବେହୋସ ଦେଖାଯାଉଛନ୍ତି, ତାଙ୍କର ପୁଅ ବବି ଦେଓଲ ଓ ସନି ଦେଓଲ ପରିବାରର ଅନ୍ୟ ସଦସ୍ୟଙ୍କ ସହ ତାଙ୍କ ବେଡ୍ର ଚାରିପାଖେ ଠିଆ ହୋଇଛନ୍ତି ଏବଂ ଖୁବ୍ ଭାବପ୍ରବଣ ଦେଖାଯାଉଛନ୍ତି। ଏହି କ୍ଲିପ୍ରେ ସନିଙ୍କ ପୁଅ କରଣ ଦେଓଲ ଓ ରାଜବୀର ଦେଓଲ ମଧ୍ୟ ଦେଖାଯାଉଛନ୍ତି । ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀ ପ୍ରକାଶ କୌର ତାଙ୍କ ପାଖରେ ବସିଛନ୍ତି। ଏଚଟି ସିଟିକୁ ବିଶେଷ ସୂଚନା ମିଳିଛି ଯେ, ଦେଓଲ ପରିବାରର ଏହି ବ୍ୟକ୍ତିଗତ କ୍ଷଣକୁ ରେକର୍ଡ କରିବା ଓ ସୋସିଆଲ ମିଡ଼ିଆରେ ସେୟାରେ କରିଥିବା ହସ୍ପିଟାଲ କର୍ମଚାରୀଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ ଆଗାମୀ ସୂଚନା ଏବେ ସାମ୍ନାକୁ ଆସି ନାହିଁ।

କହି ରଖୁଛୁ କି , କାଲି ଅର୍ଥାତ୍ ବୁଧବର ସକାଳ ପାଖାପାଖି ସମୟ ୭ଟା୩୦ରେ ଡିସଚାର୍ଜ ହେବା ପରେ ଧର୍ମେନ୍ଦ୍ରଙ୍କୁ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ଏହାପରେ ପରିବାର ପକ୍ଷରୁ ଅଫିସିଆଲ ବିବୃତ୍ତି ଜାରି କରାଯାଇଛି, ଯେଉଁଥିରେ ଲେଖା ଥିଲା , ଶ୍ରୀ ଧର୍ମେନ୍ଦ୍ରଙ୍କୁ ହସ୍ପିଟାଲରୁ ଛୁଟି ମିଳି ଯାଇଛି ଏବଂ ସେ ଘରେ ଧିରେ ଧିରେ ଆରୋଗ୍ୟ ଲାଭ କରିବେ। ଆମେ ମିଡ଼ିଆ ଓ ଲୋକଙ୍କୁ ଅନୁରୋଧ କରୁଛୁ କି , ସେ ଆଗକୁ କୌଣସି ଆକଳନ ନକରନ୍ତି ଏବଂ ଏହି ସମୟରେ ତାଙ୍କର ଓ ପରିବାରର ପ୍ରାଇଭେସିକୁ ସମ୍ମାନ କରନ୍ତୁ। ଆମେ ତାଙ୍କର ଶୀଘ୍ର ସୁସ୍ଥ ହେବା , ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଆୟୁଷ ପାଇଁ ସମସ୍ତଙ୍କର ସ୍ନେହ , ପ୍ରାର୍ଥନା ଓ ଶୁଭକାମନା ପାଇଁ କୃତଜ୍ଞତା । ଦୟାକରି ତାଙ୍କୁ ସମ୍ମାନ କରନ୍ତୁ , କାରଣ ସେ ଆପଣଙ୍କୁ ଭଲ ପାଆନ୍ତି।