ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ରକ୍ତଚାପକୁ ନିୟନ୍ତ୍ରଣ କରିବ ଉଷୁମ ପାଣି, ଜାଣନ୍ତୁ କ'ଣ କହୁଛନ୍ତି ଡାକ୍ତର...

Published By : Harapriya Sethi | March 27, 2025 2:36 PM

ଅଧିକାଂଶ ଲୋକ ସୁସ୍ଥ ରହିବା ପାଇଁ ଉଷୁମ ପାଣି ପିଇବାକୁ ଭଲ ପାଆନ୍ତି। ଉଷୁମ ପାଣି ପଇବା ଦ୍ୱାରା ଗଳାକୁ ଆରାମ ମିଳିଥାଏ ଏବଂ ଏହା ପାଚନ କ୍ରିୟାକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ତେବେ ଅନେକ ଲୋକ ବିଶ୍ୱାସ କରନ୍ତି ଯେ, ଉଷୁମ ପାଣି ପିଇବା ଦ୍ୱାରା ରକ୍ତଚାପ ବୃଦ୍ଧି ପାଇଥାଏ। ଯାହାକି ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିଙ୍କ ପାଇଁ କ୍ଷତିକାରକ ହୋଇପାରେ । ତେବେ ଆସନ୍ତୁ ଜାଣିବା ଉଷୁମ ପାଣି ପିଇବା ବିପଜ୍ଜନକ କି?

ଡାକ୍ତର ମତରେ ପରିବର୍ତ୍ତିତ ପାଣିପାଗରେ ହାଲୁକା ଉଷୁମ ପାଣି ପିଇବା ଦ୍ୱାରା ଗଳାକୁ ଆରାମ ମିଳିଥାଏ। ସାଧାରଣତଃ ଶୀତଦିନେ ଲୋକମାନେ ଥଣ୍ଡା ପାଣି ପରିବର୍ତ୍ତେ ଉଷୁମ ପାଣି ପିଇବାକୁ ପସନ୍ଦ କରିଥାନ୍ତି। ଉଷୁମ ପାଣି ପିଇବା ଦ୍ୱାରା ଶରୀରରେ ରକ୍ତ ପ୍ରବାହରେ ଉନ୍ନତି ହୋଇଥାଏ। ଯେଉଁମାନଙ୍କୁ ଅତ୍ୟଧିକ ଥଣ୍ଡା ହେଉଛି, ସେମାନେ ଉଷୁମ ପାଣି ପିଇବା ଉଚିତ। ଏହା ସ୍ୱାସ୍ଥ୍ୟକୁ ଅନେକ ଫାଇଦା ଦେବା ସହ କୌଣସି କ୍ଷତି କରିନଥାଏ।

ଉଷୁମ ପାଣି ପିଇବା ଦ୍ୱାରା ରକ୍ତଚାପରେ କୌଣସି ପରିବର୍ତ୍ତନ ହୋଇନଥାଏ । ତେଣୁ ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ମଧ୍ୟ ଗରମ ପାଣି ପିଇପାରିବେ । ଏହାଦ୍ୱାରା ସେମାନଙ୍କର କୌଣସି କ୍ଷତି ହେବ ନାହିଁ। ଉଚ୍ଚ ରକ୍ତଚାପ ରୋଗୀମାନେ ପ୍ରତ୍ୟେକ ଋତୁରେ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଉଚିତ୍‌‌। ଶରୀରର ଜଳୀୟ ଅଂଶ ଭଲ ରହିଲେ, ଏହା ଆପଣଙ୍କ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଆପଣ ନିଜ ସ୍ୱାସ୍ଥ୍ୟ ଏବଂ ଇଚ୍ଛା ଅନୁଯାୟୀ ଉଷୁମ କିମ୍ବା ସାଧା ପାଣି ପିଇବା ଉଚିତ୍‌ । ଉଚ୍ଚ ରକ୍ତଚାପ ଥିବା ଲୋକମାନେ ଭଲ ଖାଦ୍ୟ ଖାଇବା, ପର୍ଯ୍ୟାପ୍ତ ପାଣି ପିଇବା ସହ ଶୋଇବା ଏବଂ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ କରିବା ଜରୁରୀ।

ଗବେଷଣାରୁ ଜଣାପଡ଼ିଛି ଯେ, ପ୍ରତିଦିନ ଉଷୁମ ପାଣି ପିଇବା ଦ୍ୱାରା ଗ୍ୟାସ୍‌ ଏବଂ ବଦହଜମ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଉଷୁମ ପାଣି ପିଇବା ଦ୍ୱାରା ଶରୀରର ରକ୍ତ ପ୍ରବାହରେ ଉନ୍ନତି ଆସିଥାଏ, ଯାହାକି ହାର୍ଟ ପାଇଁ ଲାଭଦାୟକ ହୋଇଥାଏ। ଏଥି ସହିତ ମାନସିକ ଚାପ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଯଦି କୌଣସି ବ୍ୟକ୍ତି ଉଷୁମ ପାଣି ପିଇବା ଦ୍ୱାରା ଅସୁବିଧାର ଶିକାର ହେଉଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.