PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

“ଆତ୍ମହତ୍ୟା କରିଥିଲେ ହୋଟେଲ ମାଲିକ ବିଜୟ’ ରାଇମୋହନଙ୍କ ଭଳି ମରିବାକୁ ଧମକ ଦେଉଥିଲେ ପରିବାରଲୋକ

ଭୁବନେଶ୍ୱର,୩୦/୦୬: ପାତ୍ରପଡ଼ା ଭଗବାନପୁର ଶିଳ୍ପାଞ୍ଚଳରେ ହୋଟେଲ ମାଲିକ ବିଜୟ ମହାପାତ୍ରଙ୍କୁ ତାଙ୍କ ପତ୍ନୀ ଓ ପିଲାମାନେ ପିଟି ପିିଟି ହତ୍ୟା କରିନାହାନ୍ତି । ବରଂ ତାଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ବୋଲି ତମାଣ୍ଡୋ ଥାନା ପୁଲିସ କହିଛି । ପାରିବାରିକ ଅଶାନ୍ତିରୁ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡି଼ଛି ।

ବିଜୟ ଆତ୍ମହତ୍ୟା କରିବା ପୂର୍ବରୁ ‘ରାଇମୋହନ ଭଳି ମରିଯିବି’ ବୋଲି ପରିବାର ଲୋକଙ୍କୁ କହୁଥିଲେ । ପୁଲିସର ଏକ ଟିମ୍‌ ଗତକାଲି ରାତି ସାଢ଼େ ୧୨ଟାରେ ଏମ୍ସ ହସ୍ପିଟାଲ ଯାଇଥିଲା । ଅନ୍ୟ ଏକ ଟିମ୍‌ ଭଗବାନପୁରସ୍ଥିତ ରାଉତ ସାହିରେ ଥିବା ବିଜୟଙ୍କ ଘରେ ତଦନ୍ତ କରିଥିଲା । ଶବ ପଞ୍ଚନାମା ଓ ପାରିପାଶ୍ୱିର୍କସ୍ଥିତିରୁ ପୁଲିସ ଜାଣିବାକୁ ପାଇଛି, ତାଙ୍କ ଶରୀରରେ କୌଣସି ଆଘାତ ଚିହ୍ନ ନାହିଁ । କିମ୍ବା କୌଣସି ଅସ୍ତ୍ରରେ ଆକ୍ରମଣ ହୋଇନି । ବେକରେ ଏକ ଲିଗାଚର ମାର୍କ ରହିଛି । ବିଜୟ ତାଙ୍କ ‘ମହାପାତ୍ର’ ହୋଟେଲରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ହୋଟେଲର ଛାଳ ଛପର ଶେଣୀରେ ଓହଳିଥିବା ରଶିକୁ ପୁଲିସ ଜବତ କରିଛି ।

ବିଜୟଙ୍କ ସାନ ଭାଇ ସନ୍ତୋଷ ମହାପାତ୍ର ଥାନାରେ ଏତାଲା ଦେଇଥିଲେ । ପୁଲିସ୍‌ କେସ ନମ୍ବର ୧୦/୨୨ରେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସ୍ତ୍ରୀ ମମତାଙ୍କ ସହ ୨ ପୁଅଙ୍କ ବୟାନ ରେକର୍ଡ କରିଛି । ପୁଲିସ ଜାଣିବାକୁ ପାଇଛି, ୨-୩ ଦିନ ହେଲା ବିଜୟ ଘରେ ଝଗଡ଼ା କରୁଥିଲେ । ଅଭିନେତା ରାଇମୋହନଙ୍କ ଭଳି ଆତ୍ମହତ୍ୟା କରି ମରିଯିବେ ବୋଲି ପରିବାର ଲୋକଙ୍କୁ ଧମକାଉଥିଲେ । ସବୁଦିନ ଭଳି ଗତକାଲି ସନ୍ଧ୍ୟାରେ ବିଜୟ ନିଶାସକ୍ତ ଅବସ୍ଥାରେ ଘରକୁ ଯାଇ ଝଗଡ଼ା କରିଥିଲେ । ସେତେବେଳେ ବଡ଼ ପୁଅ ପବିତ୍ର ହୋଟେଲରେ ଥିଲା । ପବିତ୍ର ଘରକୁ ଯାଇ ବାପାଙ୍କୁ ବିରୋଧ କଲେ । ବିଜୟ ଘରୁ ସିଧା ହୋଟେଲକୁ ଯାଇ ବେକରେ ରଶି ଲଗାଇ ଝୁଲିପଡି଼ଥିଲେ ।