କାଶୀପୁର ,୩୧।୮ : କାଶୀପୁର ବ୍ଲକ ଅନ୍ତର୍ଗତ ସାନ ମାଟି କଣା ଗ୍ରାମ ରାସ୍ତା କଡ଼ରେ ଥିବା ଏକ ଘରକୁ କାର ଧକ୍କା ଦେଇ କାନ୍ଥ ଭାଙ୍ଗି ଘର ଭିତରକୁ ଗାଡ଼ି ପଶି ଯାଇଛି। ସୌଭାଗ୍ୟ ବଶତଃ ଘରେ ଶୋଇ ଥିବା ପରିବାର ଲୋକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଶନିବାର ରାତିରେ ଟିକିରି ଅଭିମୁଖେ ଯାଉଥିବା ଏକ କାର ରାସ୍ତା ପାର୍ଶ୍ୱର ଏକ ଘରର ପଛ କାନ୍ଥକୁ ଜୋରରେ ଧକ୍କା ଦେଇଥିଲା । ଗାଡ଼ି ଧକ୍କାରେ ରୋଷେଇ ଘରର ଜିନିଷ ପତ୍ର ନଷ୍ଟ ହେବାସହ କାନ୍ଥ ଭାଙ୍ଗିଯାଇଛି । ମଝି ବଖରାରେ ଶୋଇ ଥିବା ଚନ୍ଦ୍ର ମଣିଙ୍କ ପରିବାର ଦୁର୍ଘଟଣାରୁ ରକ୍ଷା ପାଇଛନ୍ତି । ଦୁର୍ଘଟଣା ଘଟାଇ ଥିବା ଡ୍ରାଇଭର ଏବଂ ଆଉ ଜଣେ ବ୍ୟକ୍ତିକୁ କାର ଭିତରୁ ଉଦ୍ଧାର କରି ଘଟଣା ସମ୍ପର୍କରେ ଟିକିରି ଥାନା ପୁଲିସକୁ ଜଣାଇଥିଲେ ।ଗ୍ରାମବାସୀଙ୍କ ସହାୟତାରେ ପୁଲିସ ଆହତ ଅବସ୍ଥାରେ ଦୁଇଜଣକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି।