କୁଆପଥର ମାଡ଼ରେ ଭାଙ୍ଗିଲା ଘର

କାଶୀପୁର, ୧୮।୩ କାଶୀପୁର ବ୍ଲକରେ କୁଆ ପଥର ବର୍ଷା ଏବଂ ବଜ୍ରପାତରେ ବହୁ ଘର ଓ ଫସଲ ନଷ୍ଟ ହୋଇଛି। ପବନରରେ ବହୁ ଘରର ଆଜବେଷ୍ଟସ ଉଡିଯାଇଛି। ସେହିପରି ବ୍ରଜପାତରେ ଗାଈଗୋରୁ ମୃତ୍ୟୁ ଘଟିଚି।
ପଣଷ ଗୁଡା, କଞ୍ଜାକଣା, ଡି. କରଳ ଗ୍ରାମରେ ଘର ଗୁଡିକରେ ବର୍ଷା ପାଣି ପଶି ବହୁ ଆସବାବପତ୍ର ଏବଂଖାଦ୍ୟ ଶସ୍ୟ ମଧ୍ୟ ନଷ୍ଟ ହୋଇଯାଇଥିବାର ଦେଖିବାକୁ ମିଳିଛି । ଡି କରଳ,ହାତୀ ମୁଣ୍ଡ ଏବଂ କାଶୀପୁର ତହସିଲ କାର୍ଯ୍ୟାଳୟରେ ପବନରେ ଗଛ ଭାଙ୍ଗି ପଡିଛି। କଞ୍ଜାକଣା ଗ୍ରାମର ଦୁଇଜଣ ପାଣି ଆଣିବାକୁ ନାଳ କୁ ଯାଇଥିବା ବେଳେ କୁଆ ପଥର ମାଡ଼ରେ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ କାଶୀପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାଞ୍ଜାକଣା ଗ୍ରାମର ପାଲଙ୍ଗ ମାଝି ,ଜୁଲେମେ ମାଝି,ସନେ ମାଝି କାଶିପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।