ପ୍ରମୂଖ ଖବର
  • କଟକ : କାଠଯୋଡିରେ ବୁଡି ଜଣେ ମୃତ, ଜଣେ ନିଖୋଜ
  • ||
  • ବେଲପାହାଡରେ ରାସନ କାର୍ଡ ବାଣ୍ଟିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ
  • ||
  • ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପକ୍ଷରୁ ତାଳଦଣ୍ଡା କେନାଲର ଉଭୟପଟ ରାସ୍ତାରୁ ଉଚ୍ଛେଦ ଅଭିଯାନ ଆରମ୍ଭ
  • ||
  • ସିମୁଳିଆରେ ଚୋରଙ୍କ ଆତଙ୍କରାଜ, ଘର ଗ୍ରିଲ କାଟି କଳାକନା ବୁଲାଇଲେ ଦୁର୍ବୃତ୍ତ
  • ||
  • CRPF ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ବନ୍ଦ ହେଲା ସାଧାରଣ ଦର୍ଶନ
  • ||
  • IPL 2025: ଆଜି କିଙ୍ଗ୍‌ସ- ରୟାଲ୍ସ ମଧ୍ୟ ଟକ୍କର, ଫୋକସ୍‌ରେ ଯୁବ ଓପନରଙ୍କ ବିଧ୍ୱଂସୀ ବ୍ୟାଟିଂ
  • ||
  • ରାଇରଙ୍ଗପୁର : ହାଇୱା ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତା ଅବରୋଧ
  • ||
  • ହାଇୱା ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତା ଅବରୋଧ
  • ||
  • ମାର୍ଲବା ଘାଟିରେ ଭାରସାମ୍ୟ ହରାଇ ପାହଡ଼କୁ ପିଟିଲା ଯାତ୍ରୀବାହୀ ବସ , ୩ ଗୁରୁତର, ୭ ଆହତ
  • ||
  • ରାଜଗାଙ୍ଗପୁର ରେଳ ଷ୍ଟେସନରେ ଅଘଟଣ, ଟ୍ରେନ୍ ଧକ୍କାରେ ବୃଦ୍ଧ ମୃତ
  • ||
  • ରାଉରକେଲା: ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ଏହି ରୁଟ୍‌ରେ ରେଳ ଚଳାଚଳ ବନ୍ଦ
  • ||
  • ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼, ମିସୌରୀ ଓ କେଣ୍ଟକି ଅଧିକ ପ୍ରଭାବିତ, ୨୭ ମୃତ, ୧୨ରୁ ଅଧିକ ଆହତ
  • ||
  • ସରିବ ଭାରତ-ପାକିସ୍ତାନ ଅସ୍ତ୍ରବିରତି ଅବଧି, ଡିଜିଏମ୍‌ଓ ସ୍ତରରେ ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ସଫଳ ହେଲାନି ସାଟେଲାଇଟ୍ EOS-09ର ଉତ୍‌କ୍ଷେପଣ, ସୂଚନା ଦେଲେ ଇସ୍ରୋ ମୁଖ୍ୟ ଭି. ନାରାୟଣନ
  • ||
  • କେନ୍ଦୁଝର : ସାଙ୍ଗକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ସାଙ୍ଗ ମୃତ
  • ||
  • ଭଦ୍ରକ : ଲିଫ୍ଟରେ ଚାପି ହୋଇ ରୋଗୀ ମୃତ୍ୟୁ ଘଟଣା, ସମ୍ପର୍କୀୟଙ୍କୁ ମିଳିଲା ଆର୍ଥିକ ସହାୟତା ସହ ଚାକିରି
  • ||
  • ରାଜ୍ୟର ୪ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ, ଆଜି ୯ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା
  • ||

ଘର ଭାଙ୍ଗିଲେ ବଣୁଆ ହାତୀ, ସହାୟତା ପାଇଁ ଗୁହାରୀ...

Published By : Prameya | May 18, 2025 5:09 PM

କଳିଙ୍ଗା ୧୮/୫ ଗତ କିଛି ଦିନ ଧରି କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳୁଛି। ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର କୁରୁ୍ମିଙ୍ଗିଆ, ସୁଜେଲି, ଗାମୁଲି, ରେଟୁଡ଼ି,ପୁକୁଲିଙ୍ଗିଆ, ମାଲାନସୁଗା, ନନ୍ଦଗିରି ଭଳି ବିଭିନ୍ନ ଅଞ୍ଚଳରେ ବଣୁଆ ହାତୀପଲ କ୍ଷୟକ୍ଷତି କରିଥିବା ଜଣାପଡିଛି। ଲୋକଙ୍କ ଘର ଭାଙ୍ଗିବା ସହିତ ଫସଲ ନଷ୍ଟ କରିଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ  ଦୁଇଟି ବଣୁଆ ହାତୀ ଆସି ପୁକୁଲିଙ୍ଗିଆର ପ୍ରେମଚାନ୍ଦ ନାୟକଙ୍କ ଘର ପାଖରେ ଥିବା ଆସବାବ ଫିଙ୍ଗା ଫୋପଡା କରିଥିଲେ I ପ୍ରେମଚାନ୍ଦ ଘର ବାହାରକୁ ଆସି ଦୁଇଗୋଟି ବିରାଟକାୟ ବଣୁଆ ହାତୀ ଘର ସାମନାରେ ଠିଆ ହୋଇଥିବା ଦେଖିବା ପରେ ଭୟରେ ଦୌଡ଼ି ପଳାଇଥିଲେ I ବଣୁଆ ହାତୀ ପ୍ରେମଚାନ୍ଦଙ୍କ ଘରକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ସହିତ ବାଡିରେ ଥିବା କଦଳୀ ଗଛ, ପନିପରିବା ନଷ୍ଟ କରି ଦେଇଛନ୍ତି। ପ୍ରେମଚାନ୍ଦ ସ୍ଥାନୀୟ ପ୍ରଶାସନ ପାଖରେ ସହାୟତା ପାଇଁ ଗୁହାରୀ କରିଛନ୍ତି I ଅପରପକ୍ଷେ, ହାତୀପଲର ଉପସ୍ଥିତି ଯୋଗୁଁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ବନବିଭାଗ ଏ ଦିଗରେ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ଲୋକେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.