ମୁମ୍ବାଇ, ୨୮/୧ : ଜଣାଶୁଣା ପ୍ଲେବ୍ୟାକ ସିଙ୍ଗର ଅରିଜିତ ସିଂହ ଗୀତ ଗାଇବାରୁ ଅବସର ଘୋଷଣା କରିଛନ୍ତି । ଯୁବପୀଢ଼ୀଙ୍କ ହୃଦୟରେ ରାଜ କରୁଥିବା ଏହି ଯୁବ ଗାୟକଙ୍କ ସାରା ବିଶ୍ବରେ ବହୁ ପ୍ରଂଶସକ ରହିଛନ୍ତି । ହଠାତ ଏଭଳି ନିଷ୍ପତ୍ତି ତାଙ୍କ ଫ୍ୟାନ୍ସଙ୍କୁ ଚମକାଇ ଦେଇଛି । ତେବେ କ୍ୟାରିୟରରେ ଯେଭଳି ବ୍ୟକ୍ତିଗତ ଜୀବନ ମଧ୍ୟ ସେଭଳି । ନିଜର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥିଲେ ଅରିଜିତ । ସେ ଦୁଇଟି ବିବାହ କରିଛନ୍ତି । ପ୍ରଥମ ପତ୍ନୀଙ୍କ ସହ ଛାଡ଼ପତ୍ର ପରେ ସେ ତାଙ୍କର ପିଲାଦିନର ବନ୍ଧୁଙ୍କ ବିବାହ କରିଥିଲେ । ସେ ମଧ୍ୟ ପୂର୍ବରୁ ବିବାହ କରିଥିବାବେଳେ ତାଙ୍କର ମଧ୍ୟ ଛାଡ଼ପତ୍ର ହୋଇଥିଲା । ତେବେ କଣ ରହିଛି ପୁରା କାହାଣୀ । ଆସନ୍ତୁ ଜାଣିବା ଆମର ଏହି ଲେଖାରେ....
ଅରିଜିତ ଯେତେବେଳେ ନିଜର କ୍ୟାରିୟରର ପିକ ଟାଇମରେ ଥିଲେ ସେତେବେଳେ ସେ ବିବାଦରେ ମଧ୍ୟ ଫସିଥିଲେ । ପ୍ରଥମ ପତ୍ନୀଙ୍କ ସହ ଛାଡ଼ପତ୍ର ପରେ ଚିନ୍ତାରେ ରହୁଥିଲେ । ଏହି ସମୟରେ ସମାନ ଚିନ୍ତାରେ ଥିବା ତାଙ୍କ ପିଲାଦିନର ବନ୍ଧୁ କୋଏଲଙ୍କ ସହ ପୁଣିଥରେ ବିବାହ ହୁଏ । ସେମାନେ କୌଣସି ବଡ଼ ହୋଟେଲରେ ନୁହେଁ ବରଂ ପା୍ଚିମବଙ୍ଗର ଲକ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଯେଉଁ କାର୍ଯ୍ୟକ୍ରମରେ ଅଳ୍ପ କିଛି ସମ୍ପର୍କୀୟ ଯୋଗ ଦେଇଥିଲେ । ସେମାନଙ୍କର ତିନି ଛୁଆ ରହିଛନ୍ତି । କୋଏଲ ପ୍ରଥମରୁ ଗୋଟିଏ ଝିଅ ରହିଛନ୍ତି । ଏହାପରେ ଅରିଜିତଙ୍କ ଦୁଇ ପୁଅ ରହିଛନ୍ତି । ସେମାନଙ୍କର ତିନିଟି ଛୁଆ ରହିଥିବାବେଳେ ବେଶ ହସଖୁସିରେ ପରିବାର ଚଳୁଛି । ସେ ନିଜ ଗାଁରେ ସାଧାରଣ ଜୀବନ ଯାପନ କରୁଛନ୍ତି । ସ୍କୁଟରେ ପରିବା ପାଇଁ ଯାଉଥିବା ନଜର ଆସିଥିଲେ । ଭାରତ-ପାକିସ୍ତାନ ବିଭାଜନ ସମୟରେ ତାଙ୍କ ପରିବାର ଭାରତ ଆସିଥିଲା । ବାପା ଶିଖ୍ ହୋଇଥିବାବେଳେ ମାଆ ହେଉଛନ୍ତି ହିନ୍ଦୁ । ଏବେ ଅବସର ଘୋଷଣା କରିବା ପରେ ସରଳ ଜୀବନ ଯାପନ କରିବା ଆରମ୍ଭ କରି ପୁଣି ଚର୍ଚ୍ଚାରେ ରହିଛନ୍ତି ଅରିଜିତ୍ ।