ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶରେ ଗତ ଦୁଇ ଦିନ ହେଉଥିବା ବର୍ଷା କିଛି ଜିଲ୍ଲାରେ ବିପର୍ଯ୍ୟୟ ପାଲଟିଛି। ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜଳାର୍ଣ୍ଣବ ସ୍ଥିତି ଉପୁଜିଛି। ବର୍ଷା ଯୋଗୁଁ ନଦୀଗୁଡ଼ିକରେ ଜଳ ଉଛୁଳିଛି।, ଯାହା ଫଳରେ ନଦୀଗୁଡ଼ିକ ସେମାନଙ୍କର ଭୟଙ୍କର ରୂପ ଦେଖାଇଛନ୍ତି। କିଛି ଜିଲ୍ଲାରେ ନଦୀ ବନ୍ଧ କ୍ଷୟ ହେବା ଆରମ୍ଭ ହୋଇଛି। ଏହି ମଧ୍ୟରେ ସନ୍ତକବିରନଗର ଜିଲ୍ଲାରୁ ଏକ ଦୁର୍ଘଟଣା ଘଟିବାର ସୂଚନା ଆସିଛି। ଧନଘଟା ତହସିଲ ଅଞ୍ଚଳର ବସୱାରୀ ଗାଁରେ ବର୍ଷା ଯୋଗୁଁ ୩୦୦ ବର୍ଷର ପୁରୁଣା ପ୍ରସିଦ୍ଧ ବାବା ବୈଜୁନାଥ ମନ୍ଦିର , ରବିବାର ଦ୍ୱିପ୍ରହର ସମୟରେ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ସୌଭାଗ୍ୟ ଯେ, ଦୁର୍ଘଟଣାରେ କେହି ହତାହତ ହୋଇ ନାହାନ୍ତି। ଗତ ଦିନ ସିଏମ୍ ଯୋଗୀ ଏଠାକୁ ଆସି ଥିଲେ। ସେ ଶ୍ରାବଣ ମାସକୁ ଦେଖି ମନ୍ଦିରର ସୌନ୍ଦର୍ଯ୍ୟକରଣର ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ବର୍ତ୍ତମାନ ମନ୍ଦିରରେ ପୂଜା ଜାରି ରଖିବା ପାଇଁ ଭଗ୍ନାବଶେଷ ହଟାଇବା କାମ ଆରମ୍ଭ କରି ଦିଆ ଯାଇଛି। ଅଧିକାରୀମାନେ ଭବ୍ୟ ମନ୍ଦିରର ନିର୍ମାଣର ଆଶ୍ୱାସନା ଦେଇଛନ୍ତି।

ଉଲ୍ଲେଖନୀୟ ଯେ, ପ୍ରସିଦ୍ଧ ବାବା ବୈଜୁନାଥ ମନ୍ଦିରରେ ସୋମବାର ସହ ଶ୍ରାବଣ ମାସ ଓ ଶିବରାତ୍ରୀରେ ଶ୍ରଦ୍ଧାଳୁଙ୍କ ଖୁବ୍‌ ଭିଡ଼ ଲାଗି ଥାଏ। ବର୍ଷା ସାରା ଏଠାରେ ଧାର୍ମିକ ଆୟୋଜନ ଅନୁଷ୍ଠିତ ହୁଏ। ଗତ ୨୫ ଜୁନରେ ରାଜ୍ୟର ମୁଖମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ମନ୍ଦିର ପରିସରକୁ ଆସି ଥିଲେ ଏବଂ ବାବା ବୈଜୁନାଥଙ୍କ ପୂଜା ଅର୍ଚ୍ଚନା କରି ଥିଲେ। ରବିବାର ସକାଳୁ ମଧ୍ୟମ ଧରଣର ହାଲକା ବର୍ଷା ହେଉଥିଲା। ବର୍ଷା ବନ୍ଦ ହେବା ପରେ ଦ୍ୱିପ୍ରହରରେ ମନ୍ଦିରର ଟ୍ରଷ୍ଟିଙ୍କୁ ସୂଚନା ମିଳିଲା ଯେ, ମନ୍ଦିରର ଫାଟ ସୃଷ୍ଟି ହୋଇଛି। କିଛି ଲୋକ ଅନୁଧ୍ୟାନ କରିବାକୁ ମନ୍ଦିର ପରିସରକୁ ଯାଇ ଦେଖିଲେ , ମନ୍ଦିରର ଗର୍ଭଗୃହ ଠାରୁ ଦୂରରେ ଥିବା ପରିସରରେ ବହୁତ ଭକ୍ତ ଓ ଅନ୍ୟ ଲୋକେ କାର୍ଯ୍ୟକ୍ରମ ପାଇଁ ଏକାଠି ହୋଇ ଥିଲେ।

ଏହି ସମୟରେ, ପ୍ରାୟ ୧ଟା ସମୟରେ, ହଠାତ୍ ମନ୍ଦିରର ଗର୍ଭଗୃହର ଗମ୍ବୁଜ ଏବଂ ପଛ ଭାଗର ପ୍ରାୟ ୭୦ ପ୍ରତିଶତ ସମ୍ପୂର୍ଣ୍ଣ ଭାବରେ ଭୁଶୁଡ଼ି ପଡ଼ିଲା। କେବଳ ବାରଣ୍ଡା ସୁରକ୍ଷିତ ରହିଛି। ମନ୍ଦିରଟି ପୁରୁଣା ଲାଖୋରୀ ଇଟାରେ ନିର୍ମିତ ହୋଇଥିଲା। ଘଟଣାର କିଛି ସମୟ ପୂର୍ବରୁ କିଛି ମହିଳା ପୂଜା କରି ବାହାରକୁ ଆସିଥିଲେ। ସୌଭାଗ୍ୟର କଥା ଯେ, ସମସ୍ତେ ସୁରକ୍ଷିତ ଅଛନ୍ତି , କେହି ହତାହତ ହୋଇ ନାହାନ୍ତି। ମନ୍ଦିର ଭୁଶୁଡ଼ିବା ଖବର ଶୁଣି ସମସ୍ତେ ସେଠାରେ ଭିଡ଼ ଲଗେଇ ଥିଲେ। ଡିଏମ୍ ଆଲୋକ କୁମାର , ଏସପି ସନ୍ଦିପ କୁମାର ମିନା ଓ ଅନ୍ୟ ଅଧିକାରୀଙ୍କ ବ୍ୟତୀତ ଧନଘଟା ବିଧାୟକ ଗଣେଶ ଚୌହାନ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଜିଲ୍ଲାଧିକାରୀ ଭଗ୍ନାବଶେଷ ହଟେଇ ଏହା ତଳେ ଚାପି ରହି ଥିବା ଶିବଲିଙ୍ଗକୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ମଧ୍ୟ ପଢନ୍ତୁ -  ଜମ୍ମୁ-କଶ୍ମୀରରେ ବାଦଲ ଫଟା ବର୍ଷା ପରେ ବନ୍ୟା ଏବଂ ଭୂସ୍ଖଳନ : ୧୧ ମୃତ, ଅନେକ ନିଖୋଜ