ନୂଆଦିଲ୍ଲୀ – ମଧ୍ୟପ୍ରଦେଶ ସରକାର ମହିଳାଙ୍କୁ ଆର୍ଥିକ ରୂପେ ସଶକ୍ତ କରିବା ପାଇଁ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ଯୋଜନା ଲାଗୁ କରିଛନ୍ତି। ଏହି ସବୁ ଯୋଜନା ଗୁଡ଼ିକର ଉଦ୍ଦେଶ୍ୟ ମହିଳାମାନେ କେବଳ ଚାକିରି ଭରସାରେ ନରୁହନ୍ତୁ , ବରଂ ସ୍ୱୟଂ ଉଦ୍ୟୋଗ ସ୍ଥାପିତ କରି ପରିବାରର ଆର୍ଥିକ ସ୍ଥିତି ମଜବୁତ କରନ୍ତୁ। ଏଥିପାଇଁ ସରକାର ତାଙ୍କୁ ଟ୍ରେନିଂ ଲୋନ୍ , ମାର୍ଜିନ ମନି ଓ ସବସିଡି ଭଳି ସୁବିଧା ଗୋଟିଏ ପ୍ଲାଟଫର୍ମରେ ଯୋଗାଉଛନ୍ତି।

ଅକ୍ଟୋବର ୨୦୨୫ ସୁଦ୍ଧା ଏମଏସଏମଇ ସେକ୍ଟରରେ ୮୫୦ରୁ ଅଧିକ ୟୁନିଟ୍‌କୁ୨୭୫ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗା ଯାଇଥିଲା। ଏଥିରେ ମହିଳା ଉଦ୍ୟୋଗକୁ ମଜବୁତ୍ ଆଧାର ମିଳିଛି। ରେଡିମେଡ୍ ଗାରମେଣ୍ଟ ଉଦ୍ୟୋଗରେ କାର୍ଯ୍ୟରତ ମହିଳାଙ୍କୁ ପ୍ରତି ମାସରେ ୫୦୦୦ର ପ୍ରୋତ୍ସାହିତ ରାଶି ଦିଆ ଯାଉଛି।

ଏହି ଯୋଜନା ଗୁଡ଼ିକ ମାଧ୍ୟମରେ ମହିଳାମାନେ ବୁଟିକ୍ , ଫୁଡ୍ ପ୍ରୋସେସିଂ , ସର୍ଭିସ ୟୁନିଟ୍ , ମାନ୍ୟୁଫ୍ୟାକ୍ଚରିଂ ଭଳି କାର୍ଯ୍ୟକୁ ଆରମ୍ଭ କରି ପାରନ୍ତି। ବ୍ୟାପାର, ସର୍ଭିସ , ମାନ୍ୟୁଫ୍ୟାକ୍ଚରିଂ ଭଳି ସେକ୍ଟର ପାଇଁ ମଧ୍ୟ ମହିଳାଙ୍କୁ ଏହି ସବୁ ଯୋଜନା ମାଧ୍ୟମରେ ସାହାଯ୍ୟ ଦେଉଛି।

ଆତ୍ମନିର୍ଭରଶୀଳ କରିବା ପାଇଁ କେଉଁ କେଉଁ ଯୋଜନା ଅଛି ?

ସିଏମ୍ ସ୍ୱରୋଜଗାର ଯୋଜନା –

ଏହି ଯୋଜନା ଅନୁସାରେ ୧୮ରୁ ୪୫ ବୟସର ମହିଳାମାନେ ୧୦ ଲକ୍ଷ ଟଙ୍କା ଯାଏ ଲୋନ୍ ନେଇ ବିଜନେସ୍ କରି ପାରିବେ। ଏଥିରେ ୩୦ ପ୍ରତିଶତ ଅନୁଦାନ ମିଳିଥାଏ।

ମୁଖ୍ୟମନ୍ତ୍ରୀ ଉଦ୍ୟୋଗ କ୍ରାନ୍ତି ଯୋଜନା –

ଏହି ଯୋଜନା ଅନୁସାରେ , ମହିଳା ଉଦ୍ୟୋଗୀଙ୍କୁ ୧ରୁ ୫୦ ଲକ୍ଷ ଟଙ୍କା ଯାଏ ଲୋନ୍ ୩ ପ୍ରତିଶତ ସବସିଡ୍ ସହ ମିଳିଥାଏ। ଏହା ବ୍ୟାଣିଜ୍ୟ, ମାନ୍ୟୁଫ୍ୟାକ୍ଚରିଂ ସବୁଥିରେ ମିଳିଥାଏ। ଡିଜିଟାଲ ଷ୍ଟାର୍ଟଅପ୍ ମଧ୍ୟ କରି ପାରିବେ।

ଲାଡଲୀ ବହନା ଉଦ୍ୟୋଗୀ ଯୋଜନା –

ଏହି ମହିଳାଙ୍କୁ ଛୋଟ ଛୋଟ ବ୍ୟବସାୟ ପାଇଁ ସହଜ ଋଣ ଦେଇ ଥାଏ। ଟ୍ରେନିଂ , ବଜାର ସଂପର୍କ ମାଧ୍ୟମରେ ପ୍ରଡକ୍ଟ ବିକ୍ରିରେ ସାହାଯ୍ୟ ଦେଇଥାଏ।

ସହରାଞ୍ଚଳରେ ମହିଳାଙ୍କ ପାଇଁ ଜୀବିକା ମିଶନ –

ନିଜର ବ୍ୟବସାୟ ଆରମ୍ଭ କରିବା ପାଇଁ ୨ ଲକ୍ଷ ଟଙ୍କା ଯାଏ ଋଣ ମିଳିଥାଏ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୦ ଲକ୍ଷଟଙ୍କା ଯାଏ ଲୋନ୍ର ସୁବିଧା। ଉଦ୍ୟୋଗ ପ୍ରଶିକ୍ଷଣ , କୌଶଳ ବିକାଶ ଆକାଉଣ୍ଟ ଖୋଲିବା ଏବଂ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ।

କେଉଁଠି କରିବେ ଆବେଦନ ଓ କେଉଁ କେଉଁ କାଗଜପତ୍ର ଆବଶ୍ୟକ ?

ସିଏମଏସଇ ଓ ଉଦ୍ୟୋଗ କ୍ରାନ୍ତି :https://www,janasamarth.inକିମ୍ୱା ନଗର ପାଳିକାର ଜୀବିକା ମିଶନ କାର୍ଯ୍ୟାଳୟରେ ମଧ୍ୟ ଏହାର ଆବେଦନ ଦିଆଯାଇ ପାରେ। ଆବେଦନ ପାଇଁ ଆଧାର , ବ୍ୟାକ୍ ପାସବୁକ୍ , ପାସପୋର୍ଟ ଫଟୋ, ନିବାସ ପ୍ରମାଣପତ୍ର , ପ୍ରୋଜେକ୍ଟ ରିପୋର୍ଟ , ଆୟପ୍ରମାଣ ପତ୍ର ଜରୁରି।