କେମିତି ପାସ୍ ହେଲା ‘କାଳୀ’ଙ୍କ ବିବାଦୀୟ ପୋଷ୍ଟର ? ଅଶୋକ ପଣ୍ଡିତ ଓ ପହଲାଜ ନିହଲାନୀ ବୁଝାଇଲେ ନିୟମ

ମୁମ୍ୱାଇ : ବର୍ତ୍ତମାନ ସମୟରେ ଏକ ଡକ୍ୟୁମେଣ୍ଟ୍ରି ଫିଲ୍ମକୁ ନେଇ ଚାରିଆଡ଼େ ଚର୍ଚ୍ଚା । ଫିଲ୍ମ ‘କାଳୀ’ର ପୋଷ୍ଟରରେ ଦେବୀ କାଳୀଙ୍କୁ ସିଗାରେଟ୍ ପିଇବା ଓ ଏଲଜିବିଟି ସଂପ୍ରଦାୟର ପତାକା ଉଠାଇବା ଦେଖିବା ପରେ ଉତ୍ତେଜନା ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ଫିଲ୍ମର ନିର୍ଦ୍ଦେଶକ ଲୀନା ମଣିମେକଲଇଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ନିଜେ କେନ୍ଦ୍ର ସରକାର ମଧ୍ୟ ଆକ୍ସନ ମୋଡକୁ ଆସିବା ପରେ ଟ୍ୱିଟର ଲୀନାଙ୍କର ବିବାଦିତ ପୋଷ୍ଟର ଥିବା ଟ୍ୱିଟ୍ ନିଜର ପ୍ଲାଟଫର୍ମରୁ ହଟାଇ ଦେଇଛି ।
ଏହି ସମୟରେ ପ୍ରଶ୍ନ ଏହି କଥାରେ ଉଠୁଛି କି, ଶେଷରେ ଏହି ପୋଷ୍ଟର ରିଲିଜ୍ କେମିତି ହେଲା। ପୋଷ୍ଟର , ଫିଲ୍ମର ଟ୍ରେଲର ଓ ଅନ୍ତରାଷ୍ଟ୍ରୀୟ ଫିଲ୍ମ ଫେଷ୍ଟିଭାଲରେ କଣ ,ରିଲିଜ ହେଉଥିବା ଫିଲ୍ମର ସେନ୍ସର କୌଣସି ବ୍ୟବସ୍ଥା ନାହିଁ ? ଆଜତକ୍ ଡଟ୍ ଇନ୍ ଏହାକୁ ନେଇ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ୍ର ପୂର୍ବତନ ଅଧ୍ୟକ୍ଷ ପହଲାଜ ନିହଲାନୀ ଓ IMPPA ( ଇଣ୍ଡିଆନ ମୋସନ ପିକ୍ଚର ପ୍ରଡ୍ୟୁସର୍ସ ଆସୋସିଏସନ) ର ସିନିୟର ଭାଇସ୍ ପ୍ରେସିଡେଣ୍ଟ ଅଶୋକ ପଣ୍ଡିତଙ୍କ ସହ କଥା ହୋଇଛନ୍ତି।
କେବେ ସେନ୍ସର ସାର୍ଟିଫିକେଟ୍ର ଆବଶ୍ୟକତା ପଡ଼ିଥାଏ ?
ଅଶୋକ ପଣ୍ଡିତ କହିଛନ୍ତି କି, ଯେବେ ଆପଣ ନିଜର ଫିଲ୍ମ ଥିଏଟରରେ ରିଲିଜ୍ କରୁଛନ୍ତି , ତ ଆପଣଙ୍କୁ ସେନ୍ସର ସାର୍ଟିଫେକେଟ୍ର ଆବଶ୍ୟକତା ପଡ଼ିଥାଏ । ଥିଏଟରରେ ଡକ୍ୟୁମେଣ୍ଟ୍ରି ,କ୍ରିକେଟ୍ ମ୍ୟାଚ୍ , କମର୍ସିୟଲ ଆଡ୍ସ ଯାଏ ସେନ୍ସର ବୋର୍ଡ ଦେଇ ଯିବାକୁ ହୋଇଥାଏ । ଯଦି ଫିଲ୍ମକୁ କୌଣସି ବି ପବ୍ଲିକ୍ ଭ୍ୟୁ ମଧ୍ୟରେ ନେବାକୁ ହୋଇଥାଏ , ତ ସେଠାରେ ମଧ୍ୟ ଆପଣଙ୍କୁ ସେନ୍ସର ସାର୍ଟିଫିକେଟ୍ର ଆବଶ୍ୟକତା ପଡ଼ିଥାଏ । ୧୫ ହୁଅନ୍ତୁ ବା ୫୦୦ଲୋକ , ଆପଣ ବିନା ସାର୍ଟିଫିକେଟ୍ର ଫିଲ୍ମ ଦେଖାଇ ପାରିବେ ନାହିଁ ।
ଅଶୋକ ପଣ୍ଡିତ କହିଛନ୍ତି କି, ଫିଲ୍ମର ପୋଷ୍ଟର ସଂପୂର୍ଣ୍ଣ ଭାବେ ଏହାର ସଂସ୍ଥା ଆଇଏମ୍ପିଏ ଦ୍ୱାରା ଆପ୍ରୁଭ୍ କରାଯାଏ । ପ୍ରଥମେ ତାଙ୍କର ଏଠାରେ ପୋଷ୍ଟର ଆପ୍ରୁଭ ହୁଏ , ପରେ ସେନ୍ସର ବୋର୍ଡ ଯାଏ । ଏବେ ଫିଲ୍ମ କାଳୀର ପୋଷ୍ଟରର କଥା , ଏହା ନା ପବ୍ଲିକ୍ ଭ୍ୟୁ ପାଇଁ ରଖାଯାଇଛି ନା ଏହାକୁ ଥିଏଟରେ ରିଲିଜ୍ କରାଯାଉଛି। ନିର୍ଦ୍ଦେଶକ ଆମ ପାଖରେ ଏହାର ପୋଷ୍ଟର ବା ସେନ୍ସର ସାର୍ଟିଫିକେଟ୍ ପାଇଁ ଆପ୍ଲାଇ ହିଁ କରି ନାହାନ୍ତି । ଯଦି ସେ କେରଳର କୌଣସି ଏରିଆରେ ପୋଷ୍ଟର ରିଲିଜ କରୁଛନ୍ତି ତ, ଆମେ ଏହା ଉପରେ କଣ କରି ପାରିବୁ । ଆମର ବୋର୍ଡ ଏଥିପାଇଁ ଦାୟୀ ନୁହେଁ।
ପହଲାଜ ନିହଲାନୀ ଦୀର୍ଘ ଦିନ ଧରି ସେନ୍ସର ବୋର୍ଡର ଦାୟିତ୍ୱ ନେଇଥିଲେ । ଏହି ସମୟରେ ନିଜେ ପହଲାଜ ଅନେକ ଥର ଫିଲ୍ମକୁ ସେନ୍ସରକୁ ନେଇ ବିବାଦରେ ରହି ସାରିଛନ୍ତି।