ମୁମ୍ୱାଇ : ପିଲାଦିନେ ମାଆବାପାଙ୍କ ଠାରୁ ପାଇଥିବା ଶିକ୍ଷା ସାରା ଜୀବନ ସାଥିରେ ରହିଥାଏ। ଆମିର ଖାନଙ୍କୁ ମଧ୍ୟ ତାଙ୍କର ମାଆ ପିଲାଦିନେ ଏକ ଏମିତି ଶିକ୍ଷା ଦେଇ ଥିଲେ , ଯେଉଁଥି ପାଇଁ ତାଙ୍କ ଦ୍ୱାରା ନିର୍ମିତ ଫିଲ୍ମରେ ଇମୋସନ୍ସର ସ୍ତର ଏତେ ଅଧିକା ରହିଥାଏ ଯେ, ଆପଣ ତାକୁ ଅନୁଭବ କରି ପାରିବେ। ଆମିର ଖାନ୍ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ସ୍କୁଲ୍‌ରେ ଯେବେ ସେ ଏକ କମ୍ପିଟିସନ ଖେଳିବା ପରେ ଘରକୁ ଫେରୁଥିଲେ ତ ତାଙ୍କ ସହ ଏକ ଏମିତି ଘଟଣା ହୋଇ ଥିଲା , ଯାହାକି ତାଙ୍କୁ ଭାବିବାକୁ ବାଧ୍ୟ କରି ଦେଇ ଥିଲା। ଆମିର୍ ଖାନ କହିଛନ୍ତି ଯେ, ଏହି କଥା ଆଜି ସୁଦ୍ଧା ତାଙ୍କ ହୃଦୟରେ ରହି ଯାଇଛି।

ଏକ ସାକ୍ଷାତକାର୍ ବେଳେ ଆମିର ଖାନ କହିଥିଲେ ଯେ, ଟୁର୍ଣ୍ଣାମେଣ୍ଟ ବେଳେ ମୋ ମାଆ ମୋତେ ଅପେକ୍ଷା କରୁଥିଲେ। ଯେବେ ବି ମୁଁ ଘରକୁ ଫେରୁଥିଲି ତ ସେ ପ୍ରଥମ ବ୍ୟକ୍ତି ଥିଲେ , ଯିଏ ମୋ ପାଇଁ ଡୋର୍ ଖୋଲୁ ଥିଲେ । ସେତେବେଳେ ମୁଁ ବୋଧହୁଏ ୧୧ ବା ୧୨ ବର୍ଷର ହୋଇଥିଲି। ଥରେ ଯେବେ ମୁଁ ଘରକୁ ଫେରୁଥିଲି ସେ ମୋତେ ପଚାରିଲେ କି, ତୁମେ ଜିତିଲ ନା ହାରିଲ ? ମୁଁ କହିଲି ଯେ, ମୁଁ ଜିତି ଗଲି। ସେ ବହୁତ ଖୁସି ହୋଇଗଲେ ଏବଂ ସେ ମୋତେ କୋଳେଇ ନେଲେ। ଆମେ ଏକାଠି ଚା ପିଇବାକୁ ବସିଲୁ ଏବଂ ଯେବେ ସେ ଚା ପିଉ ଥିଲେ ତ ସେ କିଛି ଭାବୁ ଥିଲେ।ମୋତେ ଲାଗିଲା ଯେ, ସେ ନିଜ ସହ କଥା ହେଉଥିଲେ।

ଆମିର ଖାନ୍ କହିଥିଲେ – ତାଙ୍କ ମାଆ ତାଙ୍କୁ କହିଥିଲେ , ତୁମକୁ ଜଣା କି , ଯେଉଁ ପିଲା ତୁମ ଠାରୁ ଆଜି ହାରି ଥିବ , ସେ ଆଜି ଯେତେବେଳେ ଘରେ ପହଞ୍ଚି ଥିବ ତ ତାର ମାଆ ମଧ୍ୟ ତାକୁ ଏହି ପ୍ରଶ୍ନ ପଚାରି ଥିବ ଯାହା ମୁଁ ତୁମକୁ ପଚାରିଲି। ତ ସେହି ପିଲାର ମାଆଙ୍କୁ ଏବେ ବହୁତ ଖରାପ ଲାଗିଥିବ। ଏହି କଥା ମୋ ଅନ୍ତରତ୍ମାକୁ ଖୁବ୍ ଜୋରରେ ଦୋହଲାଇ ଦେଇଥିଲା। ହଠାତ୍ ସେହି ପିଲା ପାଇଁ ମୋ ହୃଦୟରେ ମାନବୀୟ ସମ୍ୱେଦନ ଅନୁଭବ ହେଉଥିଲା। ଏବେ ସେ ମୋ ଖେଳର ପ୍ରତିନ୍ଦ୍ୱନ୍ଦ୍ୱୀ ହୋଇ ରହି ନଥିଲେ। ଆମିର ଖାନ୍ଙ୍କୁ ତାଙ୍କର ମାଆଙ୍କ ଠାରୁ ମିଳିଥିବା ଏହି ଶିକ୍ଷା ସର୍ବଦା ତାଙ୍କ ସହ ରହିଛି।