ଭୁବନେଶ୍ୱର ୦୪/୧୨:ବିଶ୍ୱାସ ଯେକୌଣସି ସମ୍ପର୍କର ମୂଳଦୁଆ । କିନ୍ତୁ ଆଜିର ଟେକ୍ନିକାଲ୍ ଯୁଗରେ ଏହି ଭରସା କେବଳ ମୋବାଇଲ୍ ଚାରିପଟେ ଘୂରି ବୁଲୁଛି । କିନ୍ତୁ ଜାଣନ୍ତି କି ସାଥୀଙ୍କ ଫୋନ୍ ଚେକ୍ କରିବାର ଅଧିକାର ରହିଛି କି ନାହିଁ । ଏବେ ଆସିଥିବା ନୂଆ ନିୟମକୁ ଓପନ୍ ଫୋନ୍ ପଲିସ୍ କୁହାଯାଉଛି । ଦାମ୍ପତ୍ୟ ଜୀବନରେ ଉଭୟ ପରସ୍ପରଙ୍କ ମୋବାଇଲ୍ ଚେକ୍ କରିବାର ଅଧିକାର ରହିବା ରହିଛି କି ନାହିଁ । ସେଥିପାଇଁ ରହିଛି ଓପନ୍ ଫୋନ୍ ପଲିସି ।
ଓପନ୍ ଫୋନ୍ ପଲିସ୍ କ'ଣ?
ଯଦି ସମ୍ପର୍କରେ ଉଭୟ ପରସ୍ପରଙ୍କ ଫୋନର ପାସୱାର୍ଡ ଜାଣିବା ସହ ବିନା ରୋକଠୋକରେ ମୋବାଇଲ୍ ବ୍ୟବହାର କରିପାରୁଛନ୍ତି, ତେବେ ଏହାକୁ ଓପନ୍ ଫୋନ୍ ପଲିସି କୁହାଯାଏ । ଏହାକୁ ଆପଣାଇବା ପଛରେ ଦୁଇଟି କାରଣ ରହିଥାଏ- ପ୍ରଥମତଃ ସମ୍ପର୍କରେ ପାରଦର୍ଶିତା ରହିଥାଏ କିମ୍ବା କୌଣସି ଘଟଣା ପରେ ପୁର୍ନବାର ଭରସା କରିବା ।
ସକାରାତ୍ମକ ଦିଗ:
୧. ସମ୍ପର୍କରେ ବଢେ ଭରସା:ଯଦି ସାଥୀଙ୍କୁ ବିଶ୍ୱାସ ହୁଏ ଯେ ଆପଣ ତାଙ୍କୁ କିଛି ଲୁଚାଉ ନାହାନ୍ତି, ତେବେ ତାଙ୍କ ଭିତରେ ବିଶ୍ୱାସ ଗଭୀର ହୋଇଥାଏ । କିଛି ଦମ୍ପତ୍ତିଙ୍କ ପାଇଁ ଏହା ସୁରକ୍ଷା ଓ ଶାନ୍ତିର ଅନୁଭବ ଦେଇଥାଏ ।
୨. ଭୁଲ୍ ବୁଝାମଣା କମ୍ ହୁଏ:ଅନେକ ସମୟରେ ଚାଟ୍, କଲ୍ ଓ ନୋଟିଫିକେସନକୁ ନେଇ ସମ୍ପର୍କରେ ଭୁଲ୍ ବୁଝାମଣା ସୃଷ୍ଟି ହୋଇଥାଏ । ତେଣୁ ପରସ୍ପରଙ୍କ ପାଇଁ ଫୋନ୍ ଖୋଲା ରହିବା ଦ୍ୱାରା ଭୁଲ୍ ବୁଝାମଣା କମ୍ ହୋଇଥାଏ ।
୩. ସମ୍ପର୍କ ମଜବୁତ୍ ହେବା ଦର୍ଶାଏ:କିଛି ଦମ୍ପତି ଏହା ଦର୍ଶାଇଥାନ୍ତି ଯେ ଆମେ ଉଭୟଙ୍କୁ କିଛି ଲୁଚାଉନାହୁଁ । ଏହା ସମ୍ପର୍କରେ ସଚୋଟ୍ଟତାର ଅନୁଭବ ସୃଷ୍ଟି କରିଥାଏ ।
ନକାରାତ୍ମକ ଦିଗ:
୧. ନିଜର ସ୍ପେଶ୍ ନଷ୍ଟ ହୁଏ:ବନ୍ଧୁ ସହ ଚାଟ୍ ହେଉ ଅବା ବ୍ୟକ୍ତିଗତ ନୋଟ୍ସ । ଯଦି ସବୁବେଳେ ଫୋନ୍ ଚେକ୍ କରିବାକୁ ଅନୁମତି ମିଳିଯାଏ, ତେବେ ଦାମ୍ପତ୍ୟ ଜୀବନରେ ଥିବା ସ୍ପେଶ୍ ନଷ୍ଟ ହୋଇଥାଏ ।
୨. ଭରସା କମ୍, ନିୟନ୍ତ୍ରଣ ଅଧିକ:ଅନେକ ସମୟରେ ଓପନ୍ ଫୋନ୍ ପଲିସି ଭରସା ଅପେକ୍ଷା ଅଧିକ ନିୟନ୍ତ୍ରଣ କରୁଥିବା ପରି ଲାଗିଥାଏ । ପ୍ରତି ନୋଟିଫିକେସନ୍ ଉପରେ ସାଥୀ ପ୍ରଶ୍ନ କରିଥାନ୍ତି, ଯାହା ସମ୍ପର୍କରେ ସମସ୍ୟା ସୃଷ୍ଟି କରିଥାଏ ।
୩. ଛୋଟ ଛୋଟ କଥା ବଡ଼ ହୋଇଥାଏ:କୌଣସି ପୁରୁଣା ମେସେଜ୍, ସାଙ୍ଗସାଥୀଙ୍କ ଚାଟ୍ ବା କଥାବାର୍ତ୍ତା ଅନେକ ସମୟରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହୋଇଥାଏ, ଯାହା ଭୁଲ୍ ବୁଝାମଣା କରିବା ସହ ସମ୍ପର୍କରେ ଦୂରତା ବଢାଇଥାଏ । ଏହି ପଲିସି ଜଣକ ମନରେ ଅନ୍ୟସାଥୀଙ୍କ ପାଇଁ ଆବଶ୍ୟକଠାରୁ ଅଧିକ ଭାବିବାକୁ ସୁଯୋଗ ଦେଇଥାଏ ।
୪. ସମ୍ପର୍କରେ ସମାନ ହେବାର ସନ୍ତୁଳନ ବିଗାଡିଦିଏ:ଯଦି ଜଣେ ସାଥୀ ଆରାମରେ ଅନ୍ୟଜଣକୁ ଫୋନ୍ ଦେଖାଉଛନ୍ତି । କନ୍ତୁ ଅନ୍ୟଜଣେ ଅସହଜ ଅନୁଭବ କରୁଥାନ୍ତି, ତେବେ ଏହି ଅସମାନତା ସମ୍ପର୍କରେ ଦୂରତା ବଢାଇ ଦେଇପାରେ ।
କେତେବେଳେ ଆପଣାଇବେ ପଲିସି?
ଏହି ପଲିସି ସେତେବେଳେ ଆପଣାନ୍ତୁ, ଯେତେବେଳେ ସମ୍ପର୍କରେ ଥିବା ଉଭୟ ସାଥୀ ଗ୍ରହଣ କରିପାରିବେ । ଏହା ସେତେବେଳେ କାମ କରିଥାଏ, ଯେତେବେଳେ ବାଧ୍ୟତାମୂଳକ ଭାବେ ନୁହେଁ, ବରଂ ସହମତିରେ ଗ୍ରହଣ କରାଯାଇଥାଏ । କିନ୍ତୁ ବୋଝ ଭାବେ ଗ୍ରହଣ କରିଲେ ସମ୍ପର୍କରେ ଦୂରତା ବଢିଯାଇପାରେ ।