ବରଫରେ ଫସିଥିବା ବିଲେଇ ପାଇଲା ନୂଆ ଜୀବନ

source:hindi.news18.com
ଆମେରିକାରେ ଏବେ ଥଣ୍ଡା ନିଜ ଉତ୍ପାତ ମଚାଇଛି । ଫେବୃୟାରୀ ଆରମ୍ଭରୁ କିଛି ସ୍ଥାନରେ ତାପମାତ୍ରା ମାଇନସ୍ ୪୦ ଡିଗ୍ରୀ ତଳକୁ ଖସି ଆସିଥିଲା । ତେବେ ବର୍ତ୍ତମାନ ୟୁଏସର ନର୍ଥୱିଷ୍ଟ ମୋଣ୍ଟାନା ସହରର କେଲିସପେଲ୍ ଅଞ୍ଚଳରେ ଘଟିଥିବା ଏକ ଘଟଣା ସାମ୍ନାକୁ ଆସିଛି ।


Kalispellରେ ଏକ ବିଲେଇ ବରଫରେ ସମ୍ପୂର୍ଣ୍ଣ ରୂପେ ଜମି ଯାଇଥିଲା । ଏହାର ଫଟୋ ସୋସିଆଲ ମିଡିଆରେ ଘୁରିବୁଲୁଛି । ଏହି ଫଟୋ ଫେସବୁକ୍ ପେଜ୍ Animal Clinic of Kalispell ୫ ଫେବୃୟାରୀରେ ସେୟାର କରିଥିଲା ।


କ୍ଲିନିକ ତରଫରୁ ସେୟାର ହୋଇଥିବା ଏହି ଫଟୋରେ କ୍ୟାପସନ୍ ରହିଥିଲା ଯେ ଏହା ହେଉଛି ଏସପ୍ତାହର ଆମର ସବୁଠାରୁ ଉତ୍ତମ ରକ୍ଷାକରଣ ଷ୍ଟୋରୀ । ସେ ବିଲେଇଟି ଯେତେବେଳେ କ୍ଲିନିକ୍ ଅଣାଗଲା ସେ ପ୍ରାୟ ମୃତ୍ୟୁ ନିକଟକୁ ଚାଲିଯାଇଥିଲା । ଆଉ ମାତ୍ର କିଛି କ୍ଷଣର ବିଳମ୍ବ ତାକୁ ମୃତ୍ୟୁ ମୁଖକୁ ଠେଲିଦେଇଥାନ୍ତା । ତାର ତାପମାତ୍ରା ବହୁତ କମି ଯାଇଥିଲା । ତେବେ ଚିକିତ୍ସାର କିଛି ଘଣ୍ଟା ମଧ୍ୟରେ ସେ ସୁସ୍ଥ ହୋଇଗଲା । ଏବେ ସେ ସମ୍ପୂର୍ଣ୍ଣ ରୂପେ ଠିକ୍ ଅଛି ।