PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ସ୍ୱାମୀ ବୟସରେ ବଡ଼ ହେବା କେତେ ଜରୁରି ଓ କାହିଁକି ? ଜାଣନ୍ତୁ…

shaadiwish.com

ନୂଆଦିଲ୍ଲୀ ୨୪/୦୩: ଆବହମାନ କାଳରୁ ରହିଆସିଛି ପତୀ-ପତ୍ନୀଙ୍କ ମଧ୍ୟରେ ପତି ବୟସରେ ବଡ଼ ହେବା ଜରୁରି । କିନ୍ତୁ ଆଜିକାଲି ଧୀରେ ଧୀରେ ଏହି ବ୍ୟବଧାନ କ୍ରମଶଃ କମିବାରେ ଲାଗିଛି । ଏପରିକି ଝିଅ ନିଜଠାରୁ କମ୍‌ ବୟସର ସ୍ୱାମୀ ବରଣ କରୁଛନ୍ତି । କେବଳ ବରଣ କରୁନାହାନ୍ତି, ସୁଖର ସଂସାର ମଧ୍ୟ କରୁଛନ୍ତି । ତେବେ ପତି ବଡ଼ ହେବା କେତେ ଜରୁରି ଓ କାହିଁକି? ଚାଲନ୍ତୁ ଜାଣିବା କ’ଣ କହୁଛନ୍ତି ଡାକ୍ତର ଓ ଜ୍ୟୋର୍ତିବିତ୍‌ ?

ଆଜିର ଦୁନିଆରେ ବହୁ ଲୋକ ବୟସକୁ କେବଳ ଗୋଟିଏ ନମ୍ବର ବୋଲି ଧରି ନେଇଛନ୍ତି । ଅଧିକାଂଶ ଲୋକ ମାନିଥାନ୍ତି ଯେ ପତି ଓ ପତ୍ନୀଙ୍କଠାରୁ ବଡ଼ ହୋଇଥିବା ଆବଶ୍ୟକ । ଏହା କେତେଦୂର ଠିକ୍‌ ଓ ଗ୍ରହଣୀୟ ହୋଇପାରିଛି । କିଛିଦିନ ତଳେ ହୋଇଥିବା ଏକ ଗବେଷଣାରୁ କିଛି ତଥ୍ୟ ମିଳିଛି । ଯେପରିକି

ଅନ୍ତର କେତେ ରହିବା ଉଚିତ୍‌

ଗବେଷଣା ଅନୁସାରେ ପତି ଓ ପତ୍ନୀଙ୍କ ମଧ୍ୟରେ ବୟସ ଅନ୍ତର ୪/୫ ବର୍ଷ ରହିବା ଉଚିତ୍‌ । ସେଥିରେ ପୁଣି ପତ୍ନୀ ସାନ ହୋଇଥିବା ଆବଶ୍ୟକ । ରିସର୍ଚ୍ଚରୁ ଜଣାପଡିଛି ଯେ ଯଦି ପତି ଓ ପତ୍ନୀଙ୍କ ବୟସ ଅନ୍ତର ୮ରୁ ଅଧିକ ହୁଏ, ତେବେ ସେମାନଙ୍କ ମଧ୍ୟରେ ଝଗଡା ଆବଶ୍ୟକଠାରୁ ଅଧିକ ହୋଇଥାଏ । ଫଳରେ ବିବାହ ବିଚ୍ଛେଦର ଆଶଙ୍କା ଅଧିକ ରହିଥାଏ । ସେହିପରି ଯେଉଁମାନଙ୍କ ମଧ୍ୟରେ ୧୦ ବର୍ଷରୁ ଅଧିକ ବୟସ ଅନ୍ତର ରହିଛି, ସେମାନଙ୍କ ମଧ୍ୟରେ ବହୁ ସମସ୍ୟା ଦେଖିବାକୁ ମିଳିଥାଏ । ଏମାନଙ୍କ ମଧ୍ୟରେ କେବଳ ସାମଞ୍ଜସ୍ୟ ବଜାୟ ରଖିବାରେ ସମସ୍ୟା ଉପୁଜି ନଥାଏ । ପିଲାମାନଙ୍କ ସହ ସମ୍ପର୍କ ମଜଭୁତ କରିବାରେ ମଧ୍ୟ ବାଧା ଉପୁଜିଥାଏ ।

୪/୫ ବର୍ଷକୁ ଆଦର୍ଶ

ଗବେଷଣାରେ କିଛି କାରଣ ମଧ୍ୟ ଦର୍ଶାଇଯାଇଛି । ଝିଅଙ୍କୁ ପୁଅଙ୍କଠାରୁ ୪/୫ ବର୍ଷ ସାନ ହେଲେ ହିଁ ବୈବାହିକ ଜୀବନ ଭଲରେ ବିତିଥାଏ ବୋଲି କୁହାଯାଇଛି ।

ବାୟୋଲୋଜିକାଲ କାରଣ

ବିଜ୍ଞାନ ଅନୁସାରେ ଝିଅମାନେ ୧୦ରୁ ୧୪ ବର୍ଷ ମଧ୍ୟରେ ପ୍ରାପ୍ତ ବୟସ୍କ ହେଉଥିବା ବେଳେ ପୁଅମାନେ ୧୨ରୁ ୧୬ ବର୍ଷ ବୟସ ପ୍ରାପ୍ତ ବୟସ୍କ ହୋଇଥାନ୍ତି । ଝିଅମାନଙ୍କର ହର୍‌ମୋନାଲ୍‌ ପରିବର୍ତ୍ତନ ସେମାନଙ୍କୁ ଶୀଘ୍ର ପରିପକ୍ୱ କରି ଦେଇଥାଏ ।

ଚେହେରାରେ ପରିବର୍ତ୍ତନ

ଝିଅମାନଙ୍କର ହର୍‌ମୋନାଲ୍‌ ପରିବର୍ତ୍ତନ ଯୋଗୁ ସେମାନେ ଶୀଘ୍ର ବୟସ୍କ ଦେଖାଯାଇଥାନ୍ତି । କିନ୍ତୁ ପୁଅମାନଙ୍କଠାରେ ବୟସର ଛାପ ସେତେଟା ଦେଖାଯାଇ ନଥାଏ ।

ଅନ୍ତର ନଥିଲେ, ଆସେ ସମସ୍ୟା

ସବୁଠାରୁ ବଡ଼ ଜିନିଷ ହେଲା ଏହି ସମସ୍ୟାଗୁଡିକ ମଧ୍ୟରୁ କେତେକ କାରଣ ବୟସ ଅନ୍ତର ଯୋଗୁ ହୋଇଥାଏ । ଯେପରିକି ସ୍ୱାସ୍ଥ୍ୟ ସମସ୍ୟା, ପ୍ରାପ୍ତ ବୟସ ସହ ଜଡିତ ସମସ୍ୟା, ସନ୍ତାନ ପ୍ରସବରେ ସମସ୍ୟା, ପତି-ପତ୍ନିଙ୍କ ମାନସିକତାରେ ଅନ୍ତର ଆସିଥାଏ । ଯେଉଁ ପତି- ପତ୍ନୀଙ୍କ ଭିତରେ ବୟସର ତାରତମ୍ୟ ଅଧିକ ରହିଛି, ମନସ୍ତତ୍ତ୍ୱବିତ୍‌ଙ୍କ ଅନୁସାରେ ସେମାନଙ୍କ ଭିତରେ ସ୍ୱଳ୍ପ ଜୀବନକୁ ନେଇ ଭୟ ରହିଥାଏ । ଏଭଳି ଯୋଡ଼ି କଥାବାର୍ତ୍ତା ଦ୍ୱାରା ନିଜ ଭିତରେ ଥିବା ସମସ୍ୟାକୁ ଦୂର କରି ଦେବା ଉଚିତ୍‌ । ମନସ୍ତତ୍ତ୍ୱ ସାଧାରଣ ବିଚାରଧାରାକୁ ଦେଖିଥାଏ, କିନ୍ତୁ ପରସ୍ପର ଭିତରେ ଥିବା ପ୍ରେମ ଓ ବୁଝାମଣାକୁ କେବଳ ପତି-ପତ୍ନୀ ବୁଝିବା ସହ ଆଗେଇ ନେଇପାରିବେ ।