ପ୍ରମୂଖ ଖବର
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

୯୦ ବର୍ଷର ହେବାକୁ ଯାଉଛନ୍ତି ଦଲାଇଲାମା: କରିବେ ଉତ୍ତରାଧିକାରୀ ଘୋଷଣା, ଚୀନ୍ କରୁଛି ହସ୍ତକ୍ଷେପ

Published By : Harapriya Biswal | June 30, 2025 2:41 PM

ନୂଆଦିଲ୍ଲୀ,୩୦।୬: ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନକୁ ନେଇ ଚାଲିଛି ଚର୍ଚ୍ଚା । ଏହାକୁ ନେଇ କୌଣସି ଔପଚାରିକ ଘୋଷଣା ହୋଇନାହିଁ। କିନ୍ତୁ ନିଜେ ଧର୍ମଗୁରୁ ନିଜ ବହିରେ ସଙ୍କେତ ଦେଇଥିଲେ ଯେତେବେଳେ ସେ ୯୦ ବର୍ଷର ହୋଇଯିବେ, ସେତେବେଳେ ଉତ୍ତରାଧିକାରୀ ବିଷୟରେ ସୂଚନା ଦେବେ। ଖାସ କଥା ଏହା ଯେ, ଆସନ୍ତା ୬ ଜୁଲାଇରେ ତାଙ୍କୁ ୯୦ ବର୍ଷ ହୋଇଯିବ। ତେଣୁ ସେ ଏହି ଦିନ ଉତ୍ତରାଧିକାରୀ ଘୋଷଣା କରିପାରନ୍ତି। ଯାହାକି  ଚୀନ୍, ଭାରତ ଓ ଆମେରିକା ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ। 

ତିବ୍ଦତୀୟ ପରମ୍ପରା ଅନୁସାରେ, ଯେତେବେଳେ କୌଣସି ବରିଷ୍ଠ ବୌଦ୍ଧ ଭିକ୍ଷୁଙ୍କ ମୃତ୍ୟୁ ହୁଏ ତେବେ ତାଙ୍କର ଆତ୍ମା ପୁଣିଥରେ ଜନ୍ମନିଏ। ବର୍ତ୍ତମାନର ବା ୧୪ ତମ ଦଲାଇଲାମାଙ୍କ ଜନ୍ମ ୬ ଜୁଲାଇ ୧୯୩୫ ରେ ହୋଇଥିଲା। ପୂର୍ବ ଉତ୍ତର ତିବ୍ଦତରେ ସେ ଏକ କୃଷକ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ନାଁ ଥିଲା ଲାହମୋ ଥୋଧୁପ । ତାଙ୍କ ପରିଚୟ ପୁନଃଜନ୍ମ ନେଇଥିବା ୧୪ ତମ ଦଲାଇଲାମାଙ୍କ ଆତ୍ମା ରୂପରେ ହୋଇଥିଲା। ସେତେବେଳେ ତିବ୍ଦତ ସରକାରଙ୍କ ପକ୍ଷରୁ ପଠାଯାଇଥିବା ଏକ ଟିମ୍‌କୁ ସଙ୍କେତ ମିଳିଥିଲା । ଏହାପରେ ତାଙ୍କୁ ଚିହ୍ନଟ କରାଯାଇଥିଲା ଏହି ଟିମ୍ ଦେଖିଥିଲା ଯେ, ୧୩ ତମ ଦଲାଇଲାମାଙ୍କ ଜିନିଷ ଦେଖି ପିଲାଟି କହିଥିଲା ଏହା   ମୋର। ୧୯୪୦ ରେ ଲାହମୋ ଥୋଧୁପଙ୍କୁ ହ୍ଲାସାର ପୋଟାଳା ମହଲକୁ ନିଆଯାଇଥିଲା। ଏହାପରେ ତିବ୍ଦତର ଜନତା ଆଧ୍ୟାତ୍ମିକ ଗୁରୁ ଘୋଷିତ କରି ଥିଲେ।

ମାର୍ଚ୍ଚ ୨୦୨୫ ରେ ରିଲିଜ ହୋଇଥିବା ପୁସ୍ତକ ‘ଭଏସ୍ ଫର ଦ ଭଏସଲେସ୍’ରେ ଦଲାଇଲାମା ଲେଖିଛନ୍ତି ଯେ, ତାଙ୍କ ଉତ୍ତରାଧିକାରୀ ଚୀନ୍ ବାହାରେ ଜନ୍ମ ହେବ। ଗୋଦେନ ଫୋଦରାଙ୍ଗ ଫାଉଣ୍ଡେସନର ଅଧିକାରୀଙ୍କ ପାଖରେ ଉତ୍ତରାଧିକାରୀଙ୍କୁ ଖୋଜିବା ଓ ଚିହ୍ନଟ କରିବାର ଦାୟିତ୍ବ ରହିବ। ଏହି ଫାଉଣ୍ଡେସନ୍‌ର ସ୍ଥାପନା ୨୦୧୫ ରେ ହୋଇଥିଲା। ଯେଉଁଥିରେ ବହୁ ଭରସାଯୋଗ୍ୟ ବରିଷ୍ଠ ଅଧିକାରୀ ରହିଛନ୍ତି। ସେପଟେ ଚୀନ୍ କହିଛି, ପୁରୁଣା ସମୟରୁ ଦଲାଇଲାମାଙ୍କୁ ଚୟନ କରିବାର ଅଧିକାରୀ କେବଳ ତା’ର ନେତାଙ୍କ ପାଖରେ ରହିଛି। ଏହି ପରମ୍ପରା ଅନୁସାରେ ସୁନା କଳସରେ ସମ୍ଭାବିତ ନାଁକୁ ଚୟନ କରାଯାଇଥାଏ। ଏହାର ଆରମ୍ଭ ୧୭୯୩ ରେ କିଙ୍ଗ ରାଜବଂଶ ସମୟରେ ହୋଇଥିଲା। ତେବେ ଚୀନ୍‌ର ଦାବିକୁ ନେଇ ବହୁ ତିବ୍ଦତୀୟ ଲୋକ ସନ୍ଦେହ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି, ଉତ୍ତରାଧିକାରୀ ଚୟନ ନାଁରେ   ନିଜର ପ୍ରଭାବ ବଢାଇବା ଏହା ଚୀନ୍‌ର ଚାଲ୍। ସେଭଳି ବହୁ ଭାରତୀୟ ଦଲାଇଲାମଙ୍କ ପ୍ରତି ଶ୍ରଦ୍ଧା ରହିଛି। ବିଶେଷଜ୍ଞଙ୍କ କହିବା ଅନୁସାରେ, ଭାରତରେ ତାଙ୍କର ଉପସ୍ଥିତି ଚୀନ୍ ବିରୋଧରେ ନୂଆଦିଲ୍ଲୀକୁ ଆଗକୁ ବଢିବାକୁ ସୁଯୋଗ ଦେଉଛି। ସେଭଳି ଆମେରିକା ମଧ୍ୟ ବାରମ୍ବାର କହିସାରିଛି ସେ ତିବ୍ଦତୀୟଙ୍କ ମାବାଧିକାର ରକ୍ଷା ପାଇଁ ପ୍ରସ୍ତୁତ ଅଛି। ଦଲାଇଲାମାଙ୍କ ଉତ୍ତରାଧିକାରୀଙ୍କୁ ଚୟନ କରିବାରେ ଚୀନ୍‌ର ପ୍ରଭାବ ପକାଇବାକୁ ଦେବୁନି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.