ନୂଆଦିଲ୍ଲୀ,୦୨/୦୩; ଇସ୍ରାଏଲର ସର୍ଜିକାଲ ଷ୍ଟ୍ରାଇକ୍ ସିଷ୍ଟମ୍ ବିଶ୍ୱର ସବୁଠୁ ଠିକ୍ ବୋଲି ବିବେଚନା କରାଯାଏ । କାରଣ ଗୁଇନ୍ଦା ସୂଚନା, ହାଇ-ଟେକ୍ ମେସିନ୍ ଓ ଦୀର୍ଘ ଦିନର ଯୋଜନା ଏହାର ଆଧାର । ମୋସାଦ ଓ ଆଇଡିଏଫ୍ ସାମରିକ ଗୁଇନ୍ଦା ବର୍ଷ ବର୍ଷ ଧରି ଶତ୍ରୁ ଦେଶମାନଙ୍କରେ ଗୁପ୍ତଚର କାର୍ଯ୍ୟ କରିଆସିଛନ୍ତି । ଏଜେଣ୍ଟ୍ ପଠାଇଛନ୍ତି ଏବଂ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଛନ୍ତି । ଏହି ବ୍ୟବସ୍ଥା କେବଳ ବିମାନ ଆକ୍ରମଣ କରେ ନାହିଁ, ବରଂ ସ୍ଥଳ, ଆକାଶରୁ ଏବଂ ସାଇବର୍ ସ୍ପେସ୍‌ରୁ ଏକକାଳୀନ କାମ କରେ । ଇସ୍ରାଏଲର ସଫଳତାର ରହସ୍ୟବୁଦ୍ଧିମତା, ପ୍ରଯୁକ୍ତିବିଦ୍ୟା ଓ ସ୍ୱତନ୍ତ୍ର ବାହିନୀର ଉତ୍ତମ ତାଳମେଳ । ଏଥିଯୋଗୁ ଇସ୍ରାଏଲ ଛୋଟ ଲକ୍ଷ୍ୟକୁ ସହଜରେ ଧ୍ୱସ୍ତ କରିଦିଏ । ଇରାନ ଉପରେ ସଦ୍ୟ ଆକ୍ରମଣରୁ ସ୍ପଷ୍ଟ ହୋଇଛି, ମାସ ମାସ ଧରି ଗୁପ୍ତଚର କାର୍ଯ୍ୟ ଓ ରିୟଲ-ଟାଇମ୍ ଡାଟାରୁ ଏହା ସଠିକ୍ ଆକ୍ରମଣ କରିଛି । ଶତ୍ରୁକୁ ଜବାବ ଦେବାକୁ ସୁଯୋଗ ବି ଦେଇନାହିଁ ।

ଆମେରିକା-ଇସ୍ରାଏଲର ମିଳିତ ଯୋଜନା- ଦୀର୍ଘ ମାସର ମିଳିତ ଯୋଜନା ଜରିଆରେ ଆମେରିକା ଓ ଇସ୍ରାଏଲ ଖାମେନେଇଙ୍କ ଉପରେ ଠିକ୍ ଆକ୍ରମଣ କରିଛନ୍ତି । ଆକ୍ରମଣ ଲାଗି ଆମେରିକା ଟୋମାହକ୍ କ୍ରୁଜ୍ ମିସାଇଲ ଓ ଶସ୍ତା କାମିକେଜ ଡ୍ରୋନ୍ ବ୍ୟବହାର କରିଛି । ଇସ୍ରାଏଲ ଏଫ୍-୩୫ ଷ୍ଟେଲ୍ଥ ଫାଇଟର ଓ ଜିବିୟୁ-୨୮ ଭଳି ବଙ୍କର ବଷ୍ଟର୍ ବୋମା ମାଡ଼ କରିଛି । ମୋଟ୍ ୨୦୦ରୁ ଅଧିକ ଲଢୁଆ ବିମାନ ୫୦୦ରୁ ଅଧିକ ଲକ୍ଷ୍ୟ ଉପରେ ଆକ୍ରମଣ କରିଛନ୍ତି । ଖାମେନେଇଙ୍କ ବୈଠକ କେବେ ଓ କେଉଁଠି ହେବ, ରିୟଲ-ଟାଇମ୍ ଇଣ୍ଟେଲିଜେନ୍ସରୁ ସେମାନେ ଜାଣିପାରିଥିଲେ ।

ହାଇ-ଟେକ୍ ଟେକ୍ନୋଲୋଜ- ଇରାନ ଉପରେ ଆକ୍ରମଣରେ ଇସ୍ରାଏଲ-ଆମେରିକା ହାଇ-ଟେକ୍ ଉପକରଣ ବ୍ୟବହାର କରିଛନ୍ତି । ଖାମେନେଇଙ୍କୁ ମାରିବା ପାଇଁ ପ୍ରେସିଜନ୍ ଗାଇଡେଡ୍ ବମ୍ ଓ କ୍ରୁଜ୍ ମିସାଇଲ ପ୍ରୟୋଗ ହୋଇଛି । ରିପୋର୍ଟ ଅନୁସାରେ, ଇସ୍ରାଏଲ ଖାମେନେଇଙ୍କ କମ୍ପେ୍ଲକ୍ସରେ ୩୦ ବୋମା ପକାଇଛି, ତନ୍ମଧ୍ୟରେ ଜିବିୟୁ-୨୮ ଭଳି ଲେଜର୍ ଗାଇଡେଡ୍ ପେନେଟ୍ରେଟର୍ ବୋମା ଅନ୍ୟତମ । ଏହି ବୋମା ମଜଭୁତ ଅଟ୍ଟାଳିକା ଓ ଭୂତଳ ବଖରାକୁ ମଧ୍ୟ ଭେଦ କରିପାରେ । ଏକ ବୈଠକ କୋଠରୀ ଉପରେ ଟାର୍ଗେଟ୍ ଥିଲା, ଯେଉଁଠି ଖାମେନେଇ ଓ ଅନ୍ୟ ନେତା ଥିଲେ । ସ୍ଥାନ ବିଷୟରେ ସଠିକ୍ ସୂଚନା ଲାଗି ଇସ୍ରାଏଲ ସାଟେଲାଇଟ୍ ଚିତ୍ର, ଡ୍ରୋନ୍ ସର୍ଭିଲାନ୍ସ ଓ ହ୍ୟୁମାନ ଇଣ୍ଟେଲିଜେନ୍ସର ଉପଯୋଗ କରିଛି ।

ଏହା ବି ପଢନ୍ତୁ...କୁଏତରେ ଆମେରିକାର ଘାତକ F-15 ଫାଇଟର୍ ଜେଟ୍ ଦୁର୍ଘଟଣାଗ୍ରସ୍ତ; ଗୁଳି କରି ଖସାଇଥିବା ଇରାନର ଦାବି  

ସ୍ଥଳ, ଆକାଶ ଓ ମହାକାଶରୁ ଟେକ୍ନୋଲୋଜି ଓ ସାମଞ୍ଜସ୍ୟ- ମୋସାଦର ଏଜେଣ୍ଟ୍ ଇରାନରେ ପଶି ଡ୍ରୋନ୍, ପ୍ରେସିଜନ୍ ମିସାଇଲ ଓ ବିସ୍ଫୋରକ ପ୍ରଣାଳୀ ଲୁଚାଇ ରଖନ୍ତି । ଏ ସବୁ ରିମୋଟ୍ରେ ସକ୍ରିୟ ହୁଏ । ସେମାନେ ପ୍ରଥମେ ବାୟୁ ପ୍ରତିରକ୍ଷା ବା ମିସାଇଲ ଲଞ୍ଚର୍ ବ୍ୟବହାର କରନ୍ତି । ସ୍ୱତନ୍ତ୍ର ବାହିନୀ ଓ ସ୍ଥାନୀୟ ଏଜେଣ୍ଟ୍ ଠିକ୍ ସମୟରେ ଗୁପ୍ତ ସୂଚନା ଦିଅନ୍ତି । ଏଫ୍-୩୫ ଷ୍ଟେଲ୍ଥ ଫାଇଟର୍ ଓ ଏଫ୍-୧୫ ଆଇ ଜେଟ୍ ଷ୍ଟେଲ୍ଥ ଟେକ୍ନୋଲୋଜି ପ୍ରୟୋଗ କରି ଆକାଶ ସୀମାରେ ପ୍ରବେଶ କରନ୍ତି । ଏମାନେ ସ୍ପାଇସ୍, ଜେଡିଏଏମ୍ ଓ ଜିବିୟୁ-୨୮ ଭଳି ପ୍ରେସିଜନ୍ ବୋମା ପକାନ୍ତି । କାମିକେଜ୍ ଡ୍ରୋନ୍ ଓ ଲଙ୍ଗ-ରେଞ୍ଜ୍ ଡ୍ରୋନ୍ ସର୍ଭିଲାନ୍ସ ଓ ଷ୍ଟ୍ରାଇକ୍ କରନ୍ତି । ସବୁକିଛି ଏକସଙ୍ଗେ ହୋଇଥାଏ । ଇସ୍ରାଏଲର ଓଫେକ୍ ସିରିଜ୍ର ସ୍ପାଇ ସାଟେଲାଇଟ୍ ହାଇ-ରିଜୋଲ୍ୟୁସନ୍ ଚିତ୍ର ପ୍ରଦାନ କରନ୍ତି । ଏମାନେ ଦିନରାତି ନଜର ରଖନ୍ତି । ଆମେରିକୀୟ ସାଟେଲାଇଟ୍ ମଧ୍ୟ ଏଥିରେ ସାହାଯ୍ୟ କରନ୍ତି । ସାଟେଲାଇଟ୍ ତଥ୍ୟରୁ ସଠିକ୍ ସ୍ଥାନ ଜଣାପଡ଼େ ଓ ଆକ୍ରମଣର ଯୋଜନା ହୁଏ ।