ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

୫୦ ହଜାର ଟଙ୍କାର ଦରମା , ପ୍ରତି ମାସରେ ଆପଣ କେତେ ସେଭିଂ କରିବେ ? ଜାଣନ୍ତୁ ହିସାବ

ନୂଆଦିଲ୍ଲୀ : ପ୍ରତି ମାସରେ ଆପଣ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି , ହେଲେ କିଛି ଟଙ୍କା ବଞ୍ଚାଇ (ସେଭିଂ) ପାରୁ ନାହାନ୍ତି। ଅଧିକାଂଶ ଚାକିରିଆଙ୍କର ଏହି ସମସ୍ୟା ଥାଏ। ସେମାନେ ନିଜର ଏହି ଦୁର୍ବଳତାକୁ ଏଡ଼େଇ କୁହନ୍ତି, ଯେବେ ଦରମା କିଛି ବଢ଼ିଯିବ , ସେତେବେଳେ କିଛି ଟଙ୍କା ବଞ୍ଚାଇବେ । ଆପଣ ବି କଣ ଏପରି ବିଚାରରେ ପଡ଼ିଛନ୍ତି କି ?

ବିଶ୍ୱାସ କରନ୍ତୁ ,  ଯେଉଁ ଲୋକ ଏହି କଥା ଖାଲି କହୁଥାନ୍ତି ,ଦରମା ବଢ଼ିବା ପରେ କିଛି ବଞ୍ଚାଇବେ , ସେ କେବେ ବି ବଳକା ଟଙ୍କା ରଖି ପାରିବେ ନାହିଁ । କାରଣ ସେଭିଂ ପାଇଁ ଦରମା ବୃଦ୍ଧିର ଅପେକ୍ଷା କେବେ ଶେଷ ହେବ ନାହିଁ । ଯଦି ଆପଣ ଚାହାନ୍ତି ତ ଯେତେ ଦରମା ଅଛି ସେଥିରୁ ରଖି ପାରିବେ। ଏଥିପାଇଁ ଇଚ୍ଛାଶକ୍ତି ଓ ଭଲ ପ୍ଲାନିଂର ଆବଶ୍ୟକ ଅଛି। ଆମେ ଆପଣଙ୍କୁ କେମିତି ଟଙ୍କା ସେଭିଂ କରିବେ ଓ କେତେ କରିବେ , ସେହି ଟିପ୍ସ ବିଷୟରେ କହୁଛୁ –

बचत का फॉर्मूला (Photo: File)

୨୦ ହଜାର ଟଙ୍କାର ବି କରିପାରିବେ ସେଭିଂ – ଯଦି ଆପଣଙ୍କ ପ୍ରତି ମାସର ଦରମା ୨୦ହଜାର ଟଙ୍କା ତ ଆପଣ ଏଥରୁ ଖୁବ୍‌ ଭଲ ବଳକା (ସେଭ୍‌) ରଖି ପାରିବେ । ଉପାୟ ଏହାକି ସର୍ବ ପ୍ରଥମେ ଦରମା ଆସିବା କ୍ଷଣି ସେଭିଂ ପାଇଁ ନିର୍ଦ୍ଦିଷ୍ଟ ରାଶିକୁ ଅନ୍ୟ ଏକ ଆକାଉଣ୍ଟରେ ଟ୍ରାନ୍ସଫର କରି ଦିଅନ୍ତୁ । ଯଦି ଅନ୍ୟ କିଛି ଆକାଉଣ୍ଟ ଆପଣଙ୍କର ନାହିଁ ତ ପୁଣି ସ୍ଥିର କରି ନିଅନ୍ତୁ କି ସେଭ୍‌ ପାଇଁ ଯେଉଁ ରାଶି ନିର୍ଦ୍ଦିଷ୍ଟ ରହିଛି , ତାକୁ କେବେ ବି ହାତ ଲଗାନ୍ତୁ ନାହିଁ । ଯଦି ଆପଣ ସେଭ୍‌କୁ ଗୁରୁତର ସହ ନେଉ ନାହାନ୍ତି ତ ପ୍ରାରମ୍ଭରେ କେବଳ ନିଜ ଦରମାର ୧୦ ପ୍ରତିଶତ ବଞ୍ଚାଇ ରଖନ୍ତୁ। ଅର୍ଥାତ୍‌ ଆରମ୍ଭରେ ୬ ମାସ ଯାଏ ୨୦୦୦ ଟଙ୍କା ମାସକୁ ସେଭ୍‌ କରନ୍ତୁ।

ଯଦି ଆପଣଙ୍କର ବି ଦରମା ୫୦ ହଜାର ଟଙ୍କାର ପାଖାପାଖି ତ ଆମେ ଆପଣଙ୍କୁ ହିସାବ ମାଧ୍ୟମରେ କହିବୁ କି ଆପଣଙ୍କୁ ପ୍ରତି ମାସ କେତେ ବଞ୍ଚାଇବା ଉଚିତ୍‌ ଏବଂ ଏହାକୁ କେଉଁଠି ନିବେଶ କରିବେ, ଯାହାକି ଭବିଷ୍ୟତରେ ତାହା ବଡ଼ ଫଣ୍ଡ ହୋଇପାରିବ ଓ ମୁସ୍କିଲ ସମୟରେ କାମରେ ଆସିବ ।

ଯଦି ଆପଣ ବିବାହିତ , ଓ  ଦୁଇଟି ପିଲା ଆପଣଙ୍କର , ତଥାପି ଆପଣ ୫୦ ହଜାର ଟଙ୍କାର ଦରମାରେ ସେଭ୍‌ କରିପାରିବେ । ସାଧାରଣ ଭାବେ ଚାକିରିଆ ଲୋକଙ୍କୁ ମୁଖ୍ୟତଃ ପ୍ରାଇଭେଟ୍‌ ଜବ୍‌ କରୁଥିବା ଲୋକଙ୍କୁ ପ୍ରତି ମାସରେ ନିଜ ଦରମାରୁ ପାଖାପାଖି ୩୦ ପ୍ରତିଶତ ରାଶି  ବଞ୍ଚିଇବା ଉଚିତ୍‌ । ଅର୍ଥାତ୍‌ ନିୟମ କୁହେ କି ୧୫ ହଜାର ଟଙ୍କା ପ୍ରତି ମାସରେ ବଞ୍ଚାଇବା ଉଚିତ୍‌ । ଯଦି ଆପଣଙ୍କର ଦରମା ୫୦ ହଜାର ଏବଂ ଆପଣ ପ୍ରତି ମାସରେ ଏଥିରୁ ୧୫ହଜାର ଟଙ୍କା  ବଞ୍ଚାଇ ପାରୁନାହାନ୍ତି ତ ପୁଣି ନିବେଶର ଲକ୍ଷ୍ୟ ଯାଏ ପହଞ୍ଚି ପାରିବେ ନାହିଁ , ଆପଣଙ୍କୁ ତୁରନ୍ତ ଭାବିବାର ଆବଶ୍ୟକତା ରହିଛି ।

ପ୍ରଥମେ ୧୦ ପ୍ରତିଶତରୁ ଆରମ୍ଭ କରନ୍ତୁ – ଯଦି ଆପଣ ସେଭିଂର ଆରମ୍ଭ କରୁଛନ୍ତି ତ ୧୦ ପ୍ରତିଶତରୁ ଆରମ୍ଭ କରନ୍ତୁ , ହେଲେ ପ୍ରତି ୬ ମାସରେ ଏହାକୁ ବଢ଼ାଉ ଥାଆନ୍ତୁ ,ଯେପର୍ଯ୍ୟନ୍ତ ୩୦ ପ୍ରତିଶତର ସେଭିଂ ଯାଏ ପହଞ୍ଚି ନାହାନ୍ତି। ପ୍ରାରମ୍ଭରେ ଆପଣଙ୍କୁ ବହୁତ ଅସୁବିଧା ହେବ , ଖର୍ଚ୍ଚ ପୂରା ହେବ ନାହିଁ । କାହିଁକି ନା ପୂର୍ବରୁ  ପୂରା ଦରମା ଖର୍ଚ୍ଚ କରିବାର ଅଭ୍ୟାସ ହୋଇଯାଇଛି। କିନ୍ତୁ ୬ ମାସରେ ଆପଣ ନିଜର ଅଭ୍ୟାସକୁ ବଦଳାଇ ପାରିବେ । ସର୍ବ ପ୍ରଥମେ ଖର୍ଚ୍ଚର ତାଲିକା ପ୍ରସ୍ତୁତ କରନ୍ତୁ। ଏଥିରେ ଯାହା ଆବଶ୍ୟକ , ଏହାକୁ ପ୍ରଥମ ସ୍ଥାନ ଦିଅନ୍ତୁ , ଏହାପରେ ଏହି ଖର୍ଚ୍ଚ ଉପରେ ବିଚାର କରନ୍ତୁ , ଯାହାକୁ କାଟି ପାରିବେ । ଅର୍ଥାତ୍‌ ଖର୍ଚ୍ଚ କମାଇ ପାରିବେ ।

ଉଦାହରଣ ସ୍ୱରୂପ , ଯଦି ଆପଣଙ୍କର ମାସରେ ୪ଥର ବାହାର ଖାଇବା ଅଭ୍ୟାସ ଥାଏ , ତ ଏହାକୁ ମାସରେ ୨ଥର କରିଦିଅ । ଏହା ବ୍ୟତୀତ ଅଯଥା ଖର୍ଚ୍ଚର ଏକ ତାଲିକା କର, ଯାହାକୁ ଆପଣ ପ୍ରତି ମାସରେ ଅନାୟାସରେ ଖର୍ଚ୍ଚ କରୁଛନ୍ତି । ବିଶ୍ୱାସ କରନ୍ତି , ପ୍ରତ୍ୟେକ ବ୍ୟକ୍ତି ନିଜ ଦରମାର ପାଖାପାଖି ୧୦ ପ୍ରତିଶତ ଅଂଶ ବେକାରରେ ଖର୍ଚ୍ଚ କରି ଦିଅନ୍ତି ।

ଏହା ବ୍ୟତୀତ ଅନ୍‌ଲାଇନ୍‌ର ଏହି ଜମାନାରେ ଯଦି କ୍ରେଡିଟ୍‌ କାର୍ଡ ରଖିଥାନ୍ତି , ଏହାର ବ୍ୟବହାର ଉପରେ ବି ଲଗାମ ଲଗାନ୍ତୁ ।ଯଦି  ବହୁତ ଗୁଡ଼ିଏ କ୍ରେଡିଟ୍‌ କାର୍ଡ କରିଛନ୍ତି ତ କିଛି କୁ ତୁରନ୍ତି ବନ୍ଦ କରିଦିଅନ୍ତୁ । ଏହା ବ୍ୟତୀତ ଅନଲାଇନ୍‌ ସପିଂ ରୁ ମଧ୍ୟ ଦୂରେଇ ରୁହନ୍ତୁ । ଯଦି ବାହାରକୁ କିଣିବାକୁ ଯାଉଛନ୍ତି ତ ଆପଣ ଘରୁ ତାଲିକା କରି ବାହାରନ୍ତୁ । ଏହିପରି ଭାବେ ଆପଣ ନିଜ ଦରମାର ୩୦ ପ୍ରତିଶତ ରାଶି ବଞ୍ଚାଇ ପାରିବେ ।   

Copyright © 2022 - Summa Real Media Private Limited. All Rights Reserved.