ଭୁବନେଶ୍ୱର ୨୦/୧୨: ଫିଟ୍ ଓ ସକ୍ରିୟ ରହିବା ପାଇଁ ନିୟମିତ ୱର୍କଆଉଟ୍ ଜରୁରୀ । ଏହା କେବଳ ଶରୀରକୁ ଫିଟ୍ ରଖେନା, ବରଂ ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ଫାଇଦା ପହଞ୍ଚାଇଥାଏ । ନିୟମିତ ୱର୍କଆଉଟ୍ କରିବା ଦ୍ୱାରା ଶରୀର ସକ୍ରିୟ ରହିବା ସହ ସ୍ଫୁର୍ତ୍ତି ରହିଥାଏ । କିଛି ଲୋକ ଓଜନ କମାଇବାକୁ ୱର୍କଆଉଟ୍ କରିଥାନ୍ତି । କିନ୍ତୁ ଫିଟନେସ୍କୁ ବଜାୟ ରଖିବା ପାଇଁ ୱର୍କଆଉଟ୍ ସମସ୍ତଙ୍କ ପାଇଁ ଜରୁରି । କିଛି ଲୋକ ଦିନର ଅଧିକାଂଶ ସମୟ ୱର୍କଆଉଟ୍ରେ ବିତାଇଥାନ୍ତି, ଯାହା ଆଦୌ ଠିକ୍ ନୁହେଁ ।
ହେଲ୍ଥ୍ କୋଚ୍ଙ୍କ ମତରେ ଦିନକୁ ୪୫ ମିନିଟ୍ ୱର୍କଆଉଟ୍ କରିବା ଯଥେଷ୍ଟ । ଏହାର ଶରୀର ଉପରେ ଖୁବ୍ ପ୍ରଭାବ ପକାଇଥାଏ । କିନ୍ତୁ ଯଦି ସେହି ସମୟ କେବଳ ୱର୍କଆଉଟ୍ ଉପରେ ଫୋକସ୍ କରିଥାନ୍ତି । ୱର୍କଆଉଟ୍ର ପ୍ରଭାବ ଆପଣଙ୍କ ଏକାଗ୍ରତା ଉପରେ ନିର୍ଭର କରୁଛି । ବ୍ୟାୟାମ କରିବା ସମୟରେ ଗପୁଛନ୍ତି କିମ୍ବା ଚିନ୍ତା କରୁଛନ୍ତି, ତେବେ ଏହାର ପ୍ରଭାବ ଶରୀର ଉପରେ ସେତେଟା ପଡି ନଥାଏ । ତେଣୁ ୱର୍କଆଉଟ୍ କରିବା ସମୟରେ ନିଜ ଉପରେ ଫୋକସ୍ କରିବା ଖୁବ୍ ଜରୁରି । ଏପରିକି ଏହି ସମୟରେ ଅନ୍ୟମନସ୍କ ହେବା ଦ୍ୱାରା ଓଜନ ଉପରେ ମଧ୍ୟ ଏହାର କୌଣସି ପ୍ରଭାବ ପଡି ନଥାଏ । ସେଥିପାଇଁ ଦିନକୁ ୨-୩ ଘଣ୍ଟା ୱର୍କଆଉଟ୍ କରୁଥିବା ଲୋକଙ୍କ ଉପରେ ଏହାର କୌଣଣି ପ୍ରଭାବ ଦେଖିବାକୁ ମିଳି ନଥାଏ ।

ଉପଯୁକ୍ତ ଶୈଳୀ :
ୱର୍କଆଉଟ୍ ସମୟରେ ନିଜର ପୁରା ଧ୍ୟାନ ବ୍ୟାୟାମ ଉପରେ ହେବା ଆବଶ୍ୟକ । ଏପରିକି ଶରୀର ଉପରେ ୱର୍କଆଉଟ୍ର ପ୍ରତିକ୍ରିୟାକୁ ମଧ୍ୟ ଲକ୍ଷ୍ୟ କରିବା ଉଚିତ୍ । ନିଶ୍ୱାସପ୍ରଶ୍ୱାସର ବେଗ ଓ ହୃଦୟର ଗତିକୁ ଲକ୍ଷ୍ୟ କରିବାକୁ ଚେଷ୍ଟା କରନ୍ତୁ । ଏପରି କରିବା ଦ୍ୱାରା ହିଁ ୱର୍କଆଉଟ୍ର ଫାଇଦା ମିଳିଥାଏ ।
ବିଶେଷ ଧ୍ୟାନ ରଖନ୍ତୁ :
ୱର୍କଆଉଟ୍ ପୂର୍ବରୁ ୱାର୍ମ ଅଫ୍ ଜରୁରି । ଏହାଦ୍ୱାରା ବ୍ୟାୟାମ କରିବା ସମୟରେ ଅଚାନକ୍ ଆଘାତ ଲାଗିବାର ଆଶଙ୍କା କମ୍ ରହିଥାଏ । ବ୍ୟାୟାମ କରିବା ଭିତରେ ପାଣି ବା ଏନର୍ଜି ଡ୍ରିଙ୍କ୍ ନେବା ଦ୍ୱାରା ଥକ୍କା ଲାଗି ନଥାଏ । ଦ୍ୱିତୀୟତଃ, ନିଜର ସାମର୍ଥ୍ୟ ଅନୁସାରେ ୱର୍କଆଉଟ୍ କରନ୍ତୁ । ବ୍ୟାୟାମ କରିବା ପୂର୍ବରୁ କିଛି ଖାଆନ୍ତୁନି । ଯଦି ଥକ୍କାପଣ, ଦୁର୍ବଳ ଲାଗୁଥାଏ, ୱର୍କଆଉଟ୍ କରିବା ଅନୁଚିତ୍ ।