ଭୁବନେଶ୍ୱର ୨୨/୧୧: ପୁରୁଷମାନେ ଠିଆ ହୋଇ ନା ବସି ପରିସ୍ରା କରିବା ଉଚିତ୍ ? କେଉଁଟା ଠିକ୍ ? କ'ଣ କହୁଛନ୍ତି ବିଶେଷଜ୍ଞ ? ଶାରିରୀକ ଗଠନ ଅନୁସାରେ ସାଧାରଣତଃ ପୁରୁଷମାନେ ଠିଆ ହୋଇ ପରିସ୍ରା କରନ୍ତି। ହେଲେ କିଛି ଗବେଷଣା ଅନୁଯାୟୀ ପୁରୁଷମାନେ ବସି ପରିସ୍ରା କରିବା ଅଧିକ ଲାଭଦାୟକ ହୋଇଥାଏ।

ପ୍ରାୟ ୭୦୦୦ ପୁରୁଷଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ, ଜର୍ମାନୀରେ ୪୦ ପ୍ରତିଶତ ପୁରୁଷ ବସି ପରିସ୍ରା କରନ୍ତି। ସେହିପରି ଅଷ୍ଟ୍ରେଲିଆରେ ଏକ ଚତୁର୍ଥାଂଶ ଓ ଆମେରିକାରେ ୧୦ ପ୍ରତିଶତ ପୁରୁଷ ଏହି ଅଭ୍ୟାସକୁ ଆପଣେଇଛନ୍ତି। ଅଷ୍ଟ୍ରେଲିଆରେ ଉଭୟ ଯୁବ ଏବଂ ବୟସ୍କଙ୍କ ମଧ୍ୟରେ ବସି ପରିସ୍ରା କରିବା ଅଭ୍ୟାସ ତୀବ୍ର ଗତିରେ ବଢୁଛି। ଏଠାରେ ୩୬ ପ୍ରତିଶତ ଯୁବକ ଏଭଳି କରୁଥିବା ବେଳେ ୨୦ ପ୍ରତିଶତ ବୃଦ୍ଧ ବସି ପରିସ୍ରା କରୁଛନ୍ତି। କିଛି ଦେଶରେ ଠିଆ ହୋଇ ପରିସ୍ରା କରିବା ଠିକ୍ ଏବଂ ବସି ପରିସ୍ରା କରିବା ଦୁର୍ବଳତାର ପ୍ରମାଣ ବୋଲି ବିବେଚନା କରନ୍ତି। ଜର୍ମାନୀରେ ସେହି ଲୋକମାନଙ୍କୁ କଟାକ୍ଷ କରିବା ପାଇଁ Sitzpinkler ଶବ୍ଦର ବ୍ୟବହାର କରନ୍ତି।

ଜଣେ ସୁସ୍ଥ ପୁରୁଷକୁ ଦୁଇଟି ଉପାୟରେ ପରିସ୍ରା କଲେ କୌଣସି ଫରକ ପଡ଼ିବନି। ହେଲେ ଗବେଷଣା ଅନୁଯାୟୀ, ବସି ଏବଂ ଠିଆ ହୋଇ ପରିସ୍ରା କରିବା ମଧ୍ୟରେ ସମୟ, ପ୍ରବାହ କିମ୍ବା ମୂତ୍ରାଶୟ ଖାଲି ହେବାର କ୍ଷମତାରେ ବଡ଼ ପାର୍ଥକ୍ୟ ନାହିଁ। ତେଣୁ ଜଣେ ବସି କରିବ କି ଠିଆ ହୋଇ କରିବ ତାହା ଉକ୍ତ ବ୍ୟକ୍ତିର ପସନ୍ଦ। ଯଦି ଆପଣ ଠିଆ ହୋଇ ପରିସ୍ରା କରୁଛନ୍ତି ତେବେ ଉକ୍ତ ସ୍ଥାନ ସଫା ଅଛି କି ନାହିଁ ତାହା ଆଗେ ଦେଖନ୍ତୁ।

ଯେଉଁମାନଙ୍କର ପରିସ୍ରା କରିବା ସମୟରେ ସମସ୍ୟା ହୁଏ, ଯେପରିକି ଧୀରେ ଧୀରେ ପରିସ୍ରା ହେବା, ବ୍ଲାଡର ସମ୍ପୂର୍ଣ୍ଣ ଭାବେ ଖାଲି ହୋଇଛି ବୋଲି ଅନୁଭବ ନହେବା ସେମାନେ ବସି କରିବା ଉଚିତ୍। ବସି ପରିସ୍ରା କରିବା ଦ୍ଵାରା ଫ୍ଲୋ ଭଲ ରୁହେ। ପ୍ରୋଷ୍ଟେଟ୍ ବୃଦ୍ଧି ପାଇଥିବା ଲୋକଙ୍କ କ୍ଷେତ୍ରରେ, ଠିଆ ହୋଇ ପରିସ୍ରା କରିବା ଦ୍ଵାରା ମୂତ୍ରାଶୟ ଭଲ ଭାବରେ ଖାଲି ହୋଇଯାଏ। ହେଲେ ଏହା ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ, ତେଣୁ ଡାକ୍ତରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ।