ଭୁବନେଶ୍ଵର, ୨୧/୦୭ : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଆରଆଇ। ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ତହସିଲର କଳୋସିହିରିଆ ଆରଆଇ ଅନିତା ଜେନା ଲାଞ୍ଚ ନେବା ବେଳେ ଧରା ପଡ଼ିଛନ୍ତି। ଜମି ଡିମାର୍କେସନ ପାଇଁ ସେ ଏହି ଲାଞ୍ଚ ଟଙ୍କା ନେଉଥିଲେ। ଭିଜିଲାନ୍ସ ଟିମ୍ ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଛି। 

ସୂଚନାନୁଯାୟୀ, କୁଆଁରମୁଣ୍ଡା ତହସିଲର କଳୋସିହିରିଆ ଆରଆଇ ଅନିତା ଜେନା ଜଣେ ବ୍ୟକ୍ତିଙ୍କୁ ଜମି ଡିମାର୍କେସନ ପାଇଁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ଏନେଇ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ। ପୂର୍ବ ପ୍ରସ୍ତୁତି ମୁତାବକ ଆରଆଇ ଆଜି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା। ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। ଅନିତାଙ୍କ ୩ଟି ଠିକଣାରେ ଭିଜିଲାନ୍ସ ରେଡ୍ କରିଛି। 

ଆହୁରି ପଢନ୍ତୁ- SIR ପାଇଁ ବିଳମ୍ଵ ହୋଇପାରେ ପଞ୍ଚାୟତ ନିର୍ବାଚନ, ସ୍ଵଚ୍ଛ ଭୋଟର ତାଲିକା ପାଇଁ ଅକ୍ଟୋବରରୁ ଡୋର୍ ଟୁ ଡୋର୍ ସର୍ଭେ

ଓଡ଼ିଶାର ପ୍ରଥମ ମହିଳା ଡନ୍ ‘ଚିତ୍ତେରା’! ନାଁ ଶୁଣିଲେ ଥରୁଥିଲେ ୫ ଖଣ୍ଡ ମୌଜା ​​​​​​​