ପ୍ରମୂଖ ଖବର
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

ଲୁହା ବାସନରେ କିପରି ଆଣିବେ ଚମକ୍‌ ? ଜାଣନ୍ତୁ...

Published By : Harapriya Sethi | April 24, 2025 10:38 AM

ରୋଷେଇ ଘରେ ଏମିତି କିଛି ରୋଷେଇ ଉପକରଣ ରହିଥାଏ, ଯାହାକୁ ସବୁ ସମୟରେ ଭଲ ଭାବେ ସଫା କରିବା ଆଦୌ ସହଜ ହୋଇ ନଥାଏ । ଫଳରେ ସେହି ଜିନିଷର ଚମକ୍‌ ଧୀରେ ଧୀରେ ଚାଲିଯାଇଥାଏ । ଯେମିତିକି ଲୁହା ତାୱା ବା କଢାଇ । ଏହାକୁ ସବୁବେଳେ ବ୍ୟବହାର ନ କରିବା କିମ୍ବା ଠିକ୍‌ରେ ସଫା ନ କରିବା ଦ୍ୱାରା ଏଥିରେ କଳଙ୍କି ଲାଗିଯାଇଥାଏ । ଚାଲନ୍ତୁ ଜାଣିବା ଏହାକୁ କେମିତି ସଫା କରିପାରିବେ । 

ଧଳା ସିର୍‌କା: ପୋଡି ଯାଇଥିବା ତାୱା ବା କଢାଇ ଉପରେ ସିର୍‌କା ପକାଇ ଏହାକୁ ଗ୍ୟାସ୍‌ରେ ବସାଇ ଗରମ କରନ୍ତୁ । ଏବେ ଏଥିରେ ବେକିଂ ସୋଢା ପକାଇ ଷ୍ଟିଲ୍‌ ସ୍କବର୍‌ ସାହାଯ୍ୟରେ ଭଲ ଭାବେ ରଗଡ଼ି ସଫା କରି ନିଅନ୍ତୁ । ଲୁହା ତାୱା ବା କଢାଇ ଚମ୍‌କି ଉଠିବ । 

ଲୁଣ: ଗରମ ପାଣି ଓ ଲୁଣ ମିଶାଇ ଏହି କଢାଇ ବା ତାୱା ଉପରେ ପକାଇ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ । ଏବେ ଲିକ୍ୱିଡ୍‌ ଡିସ୍‌ୱାଶ୍‌ରେ ସଫା କରି ନିଅନ୍ତୁ । 

ଲେମ୍ବୁ: ପୋଡା କିମ୍ବା କଳଙ୍କି ଲାଗିଥିବା ତାୱାକୁ ସଫା କରିବା ପାଇଁ ଏହା ଉପରେ ଚାରିଆଡେ ଲେମ୍ବୁ ଓ ଲୁଣ ମିଶାଇ ପକାଇ ଦିଅନ୍ତୁ । ଏହାକୁ ୧୫ ମିନିଟ୍‌ ପରେ ଷ୍ଟିଲ୍‌ ସ୍କବ୍‌ରରେ ଘଷି ସଫା କରି ନିଅନ୍ତୁ ।

ଟମାଟୋ ରସ: ପୋଡ଼ି ଯାଇଥିବା ତାୱା ବା କଢାଇ ଉପରେ ଟମାଟୋ ରସ ଓ ପାଣି ପକାଇ ଏହାକୁ ଗ୍ୟାସ୍‌ରେ ଗରମ କରି ନିଅନ୍ତୁ । ଏହା ଭଲରେ ଗରମ ହେବା ପରେ ଲିକ୍ୱିଡ୍‌ ଡିସ୍‌ୱାଶ୍‌ ଦେଇ ସଫା କରି ନିଅନ୍ତୁ।

ଡିଟର୍‌ଜେଣ୍ଟ: ପୋଡ଼ି ଯାଇଥିବା ତାୱା ବା କଢାଇରେ ଡିଟରଜେଣ୍ଟ ଓ ପାଣି ମିଶାଇ ଗରମ କରି ନିଅନ୍ତୁ । ଏବେ ଏହାକୁ ଲିକ୍ୱିଡ୍‌ ଡିସ୍‌ୱାଶ୍‌ରେ ସଫା କରି ଦିଅନ୍ତୁ । ଲୁହା ତାୱା ବା କଢାଇ ଚକ୍‌ଚକ୍‌ ଦେଖାଯିବ । 

ବେକିଂ ସୋଢା: ପୋଡା ଲୁହା ତାୱା ଉପରେ ଏକ ଚାମଚ ବେକିଂ ସୋଢା, ୨ ଚାମଚ ଲେମ୍ବୁ ରସ ଓ ୨ ଚାମଚ ଗରମ ପାଣି ମିଶାଇ କିଛି ସମୟ ରଖି ଦିଅନ୍ତୁ । ଏବେ ଷ୍ଟିଲ୍‌ ସ୍କବ୍‌ର ସାହାଯ୍ୟରେ ଏହାକୁ ଘଷି ସଫା କରି ନିଅନ୍ତୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.