ପ୍ରମୁଖ ଖବର
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||
  • ଆଜି ୪ ରାଜ୍ୟରେ ଭୋଟ ଗଣତି, ଇଭିଏମ୍‌ରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ
  • ||

ଭୋଟର ଲିଷ୍ଟରେ ଆପଣଙ୍କ ନାଁ ନାହିଁ ? ଏହି ନମ୍ବରରେ ଏସଏମଏସ୍ ପଠାଇ ଚେକ୍ କରିପାରିବେ

ନୁଆଦିଲ୍ଲୀ ୨୬/୩: ଏଥର ଲୋକସଭା ନିର୍ବାଚନ ୭ ପର୍ଯ୍ୟାୟରେ ୧୧ ଏପ୍ରିଲରୁ ଆରମ୍ବ ହୋଇ ୧୯ ମେ ୨୦୧୯ ପର୍ଯ୍ୟନ୍ତ ଚାଲିବ । ଯଦି ଆପଣଙ୍କ ବୟସ ୧୮ରୁ ଅଧିକ ତେବେ ନିର୍ବାଚନ ପାଇଁ ମତଦାନ କରିବା ଆପଣଙ୍କ ଅଧିକାର ଏବଂ କର୍ତ୍ତବ୍ୟ ମଧ୍ଯ । ତେବେ ମତଦାନ ପାଇଁ ଆପଣଙ୍କ ନାଁ ଭୋଟର ତାଲିକାରେ ଆସିବା ମଧ୍ୟ ଜରୁରୀ । କିଛି ଲୋକ ଏହା ଜାଣି ମଧ୍ଯ ନାହାନ୍ତି ଯେ ଭୋଟର ତାଲିକାରେ ତାଙ୍କ ନାଁ ଅଛି କି ନାହିଁ । ତେବେ Electoralsearch ୱେବସାଇଟ୍ ଓ Voter Helpline ଆପ ବ୍ଯତୀତ ଏସଏମଏସ୍ ମାଧ୍ୟମରେ ମଧ୍ଯ ଆପଣ ଏହା ଚେକ୍ କରିପାରିବେ ।ତେବେ ଏହି ସୁବିଧା କେବଳ ଦିଲ୍ଲୀବାସୀଙ୍କ ପାଇଁ ଆରମ୍ଭ କରାଯାଇଛି । କିଛି ଦିନ ମଧ୍ଯରେ ଦେଶରେ ସବୁ ରାଜ୍ୟରେ ଏହି ସୁବିଧା ଉପଲବ୍ଧ ହେବ । ଏସଏମଏସ୍ ମାଧ୍ୟମରେ ତାଲିକାରେ ନିଜ ନାଁ ଚେକ୍ କରିବା ପାଇଁ ଦିଲ୍ଲୀବାସୀଙ୍କୁ 7738299899 ରେ ଏସଏମଏସ୍ ପଠାଇବାକୁ ପଡିବ । ଏସଏମଏସ୍ ପାଇଁ ଟାଇପ୍ କରନ୍ତୁ EPIC<space> Voter ID card number ଏବଂ ଏହି 7738299899 ନମ୍ବରରେ ପଠାଇଦିଅନ୍ତୁ  ।

ଏହା ବ୍ଯତୀତ ଭୋଟର ଲିଷ୍ଟରେ ନାଁ ଚେକ୍ କରିବା ପାଇଁ Delhi Election ଆପ ମଧ୍ୟ ବ୍ଯବହାର କରିପାରିବେ । ଭୋଟର ଲିଷ୍ଟରେ ନିଜ ନାଁ ଚେକ୍ କରିବା ପାଇଁ ଭୋଟର୍ସଙ୍କୁ ନିଜ ଭୋଟର କାର୍ଡ ନମ୍ବର କିମ୍ବା ନାଁ ରେଜିଷ୍ଟର କରିବାକୁ ପଡିବ । ଆପଣ ଏହା ମାଧ୍ୟମରେ ନୂଆ ଭୋଟର କାର୍ଡ ପାଇଁ ଆବେଦନ ମଧ୍ଯ କରିପାରିବେ । ଯଦି ଆପଣଙ୍କର ଭୋଟର କାର୍ଡରେ କିଛି ତୃଟି ଅଛି ତେବେ ଆପଣ ସଂଶୋଧନ ପାଇଁ ମଧ୍ଯ ଏହି ଆପକୁ ବ୍ଯବହାର କରିପାରିବେ ।  

Copyright © 2022 - Summa Real Media Private Limited. All Rights Reserved.