PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଆଧାର ଓ ପାନ୍ କାର୍ଡରେ ରହିଛି କି ଭିନ୍ନ ଭିନ୍ନ ନାଁ ? ଆପଣାନ୍ତୁ ଏହି ଉପାୟ

ନୁଆଦିଲ୍ଲୀ ୨୧/୭: ଆଧାର କାର୍ଡ ଓ ପାନ କାର୍ଡରେ ପ୍ରାୟତଃ ଅଲଗା ଅଲଗା ନାଁ ରହିଯାଉଥିବା ଭଳି ସମସ୍ୟା ଦେଖାଯାଉଛି । ପ୍ରାୟତଃ ପାନ୍ କାର୍ଡରେ ଆଧାର କାର୍ଡରୁ ଭିନ୍ନ ନାଁ ପ୍ରିଣ୍ଟ ହୋଇଯାଇଥାଏ । ପ୍ରକୃତରେ ପାନ୍ କାର୍ଡର ବ୍ଯାକଏଣ୍ଡରେ ଆପଣଙ୍କ ନାଁ ଠିକ୍ ଥାଏ କିନ୍ତୁ ପ୍ରିଣ୍ଟ ସମୟରେ ଏହା ଭୁଲ୍ ହୋଇଯାଇଥାଏ । କିନ୍ତୁ ଆପଣ ଅତି ସହଜରେ ଏହି ସମସ୍ଯାରୁ ମୁକୁଳି ପାରିବେ । ଆସନ୍ତୁ ଜାଣିବା ଏହାର ଉପାୟ…

ପାନ କାର୍ଡରେ ନାଁ ଠିକ୍ କରିବା ପାଇଁ ଆପଣଙ୍କୁ ଏହି  www.onlineservices.nsdl.com/paam/endUserRegisterContact.html  ଲିଙ୍କରେ ଯିବାକୁ ପଡିବ । ଏଠାରେ ଆପଣଙ୍କୁ Changes or Correction in existing PAN Data ର ଅପ୍ସନ ସିଲେକ୍ଟ କରିବାକୁ ପଡିବ ।

ଏହା ପରେ ଆପଣଙ୍କୁ ଆପ୍ଲିକେଶନରେ ଟାଇଟଲ୍, ଲାଷ୍ଟ ନେମ୍, ଫର୍ଷ୍ଟ ନେମ୍, ଡେଟ୍ ଅଫ ବର୍ଥ, ଇମେଲ୍ ଆଇଡି ଓ ପାନ୍ ନମ୍ବର ଭରିବାକୁ ପଡିବ ।

ଏହା ପରେ ଆପଣଙ୍କୁ ନିଜ ରାଷ୍ଟ୍ରୀୟତା ସମ୍ପର୍କରେ ସୂଚନା ଦେବାକୁ ପଡିବ ଏବଂ captcha କୋଡ୍ ସବମିଟ୍ କରିବାକୁ ପଡିବ ।

ଏହାପରେ ଆପଣଙ୍କୁ ଏକ ଟୋକନ୍ ନମ୍ବର ଜେନେରେଟ୍ କରି ଦିଆଯିବ । ଆପଣଙ୍କୁ ପାନ୍ କରେକ୍ସନ ଫର୍ମ ଏଠାରେ ଅନଲାଇନ୍ ମିଳିଯିବ https://tin.tin.nsdl.com/pan/correctiondsc.html  ।

ଅଫଲାଇନ୍ ଚେକ୍ କରନ୍ତୁ ଆଧାର ଷ୍ଟାଟସ୍
ଆଧାର କାର୍ଡ ଆପ୍ଲାଏ କରିବାର ୯୦ ଦିନ ପରେ ଜେନେରେଟ୍ ହୋଇଥାଏ । କିନ୍ତୁ ଆପଣ ନିଜ ଆଧାର ଷ୍ଟାଟସ୍ ଅନ୍ଯ ଉପାୟରେ ଚେକ୍ କରିପାରିବେ । ଏହାର ଏକ ଉପାୟ ହେଉଛି କଲ୍ । ଆସନ୍ତୁ ଜାଣିବା କେଉଁ ନମ୍ବରରେ କଲ୍ କରି ଆପଣ ନିଜ ଆଧାର ଷ୍ଟାଟସ୍ ସମ୍ପର୍କରେ ଜାଣିପାରିବେ ।

ଆଧାର ହଟଲାଇନ୍ ୧୯୪୭ ରେ ଫୋନ୍ କରି ନିଜ URN ନମ୍ବର ଦେଇ ଷ୍ଟାଟସ୍ ସମ୍ପର୍କରେ ଜାଣିପାରିବେ । ଏହା ବ୍ୟତୀତ ଆପଣ ପିଓ ବକ୍ସ ୧୯୪୭, ଜିପିଓ ୫୬୦୦୦୧ ଏହି ଠିକଣାରେ ଚିଠି ଲେଖି ମଧ୍ଯ ଷ୍ଟାଟସ୍ ଚେକ୍ କରିପାରିବେ ।