ନୂଆଦିଲ୍ଲୀ – ଏମିତି ତ ଭାରତୀୟ ପରିବାରରେ କ୍ଷୀର ଉତୁରିବାକୁ ଶୁଭ ମନେକରାଯାଏ, କିନ୍ତୁ ଏହି କଥା ସେତେବେଳେ ଭଲ ଲାଗେ , ଯେତେବେଳେ କୌଣସି ଶୁଭ କାମ କରାଯାଉ ଥିବ। ଦୈନିକ ଜୀବନରେ ଅଧିକାଂଶ ପ୍ରତି ଘରେ ସକାଳ ଓ ସନ୍ଧ୍ୟାରେ କ୍ଷୀରକୁ ଗରମ କରିବା ଏକ ସାଧାରଣ କଥା। ଏହି ସ୍ଥିତିରେ ଅନେକ ଲୋକଙ୍କ ଅଭିଯୋଗ ଯେ, କିଛି କ୍ଷଣ ପାଇଁ କ୍ଷୀରରୁ ନଜର ଯେବେ ହଟି ଯାଏ ତ, ସେତେବେଳେ ତାହା ଉତୁରି ଖସି ପଡ଼େ। ଏଥିରେ କ୍ଷୀର ନଷ୍ଟ ହେବା ସହ ଗ୍ୟାସ୍ ଚୁଲା ମଧ୍ୟ ଦୁର୍ଗନ୍ଧ ହୋଇ ଯାଏ। ଏହାକୁ ସଫା କରିବା ପାଇଁ ସମୟ ସହ ପରିଶ୍ରମ ମଧ୍ୟ ସେତିକି କରିବାକୁ ପଡ଼େ। ଆପଣଙ୍କୁ ଏମିତି ଏକ ଉପାୟ କହିବୁ , ଯାହା ଆଶ୍ୱସ୍ତି ଦେବ ଏବଂ କ୍ଷୀର ବାରମ୍ୱାର ଗ୍ୟାସ ଚୁଲା ଉପରେ ଉତୁରିବାରୁ ରକ୍ଷା କରିପାରିବେ। ଆସନ୍ତୁ ଜାଣିବା ସେହି ଉପାୟଟିକୁ –

କ୍ଷୀର ଉତୁରିବାକୁ ଦୂରେଇବାର ସହଜ ଉପାୟ –

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଆପଣ କେବଳ ଘିଅ ଓ ଲହୁଣୀ ସାହାଯ୍ୟରେ କ୍ଷୀରକୁ ଉତୁରିବାରୁ ରକ୍ଷା କରି ପାରିବେ। ଏଥିରେ କେବଳ ଆପଣଙ୍କୁ ଘିଅ କିମ୍ୱା ଲହୁଣୀକୁ ବାସନ ପାର୍ଶ୍ୱରେ ଲଗାଇବାର ଅଛି ଅର୍ଥାତ୍ କ୍ଷୀରକୁ ଗରମ କରିବା ପୂର୍ବରୁ ବାସନର ଉପର ପାର୍ଶ୍ୱରେ ଘିଅର ପତଳା ଆବରଣ ଲଗାଇ ଦିଅନ୍ତୁ। ଏମିତି କରିବାରେ ଯେତେବେଳେ କ୍ଷୀର ଫୁଟି ହୋଇ ଉପରକୁ ଆସେ , ସେତେବେଳେ ଘିଅ ତାର ଉଷ୍ଣତା ଓ ଫେଣକୁ ହ୍ରାସ କରିଦିଏ ଏବଂ କ୍ଷୀର ପତଳା ହୋଇ ଭିତରେ ହିଁ ରହିଯାଏ।

ଏହା ବ୍ୟତୀତ ଦ୍ୱିତୀୟ ଉପାୟଟି ହେଲା, କ୍ଷୀର ଫୁଟାଇବା ପୂର୍ବରୁ ଆପଣ ଏକ କାଠ ଚାମଚ କିମ୍ବା ଡଙ୍କିକୁ ଭୂସମାନ୍ତର ଭାବରେ ରଖି ପାରିବେ। ଏହା ଫେଣ ଜମା ହେବାରୁ ରୋକିଥାଏ ଏବଂ କ୍ଷୀର ଫୁଟିବା ଗତିକୁ ଧୀର କରିଥାଏ। ତୃତୀୟ ଏବଂ ସହଜ ସମାଧାନ ହେଉଛି ଅଧିକ ଉତ୍ତାପ ବଦଳରେ ମଧ୍ୟମ ଉତ୍ତାପରେ କ୍ଷୀର ଫୁଟାଇବା। ଉତ୍ତାପ ନିୟନ୍ତ୍ରଣ କରିବା ଦ୍ୱାରା କ୍ଷୀର ଫୁଟିବା ହାର ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ ହୁଏ।

ଏହି ସବୁ ଉପାୟ ସହ କିଛି ଛୋଟ ଛୋଟ କଥାର ଧ୍ୟାନ ରଖିବା ମଧ୍ୟ ଜରୁରି। କ୍ଷୀର ଗରମ କରିବା ସମୟରେ ବାସନର ଚଉଡା ମୁହଁ ହେବା ଭଲ , କାରଣ ଏଥିରେ ଫେଣ ବ୍ୟାପିବାକୁ ସ୍ଥାନ ମିଳିଯାଏ ଏବଂ ସେ ଉପରୁ ବାହାରକୁ ଆଉ ଖସେ ନାହିଁ। ଏହା ସହ, କ୍ଷୀର ଫୁଟିବାକୁ ଆରମ୍ଭ କରିବା ମାତ୍ରେ, ନିଆଁକୁ କିଛି ମାତ୍ରାରେ କମାଇ ଦିଅନ୍ତୁ। ଏଥିରେ କ୍ଷୀର ଧିରେ ଧିରେ ଫୁଟିବାକୁ ଲାଗେ ଏବଂ ଉତୁରିବା ସମସ୍ୟା କମିଯାଏ। ଏହା ବ୍ୟତୀତ କ୍ଷୀରକୁ ବାହାରେ ପଡ଼ିବାରୁ ରକ୍ଷା କରିବାର ସବୁଠୁ ସହଜ ଉପାୟ ,ବାସନ ପାଖରେ ଠିଆ ହୋଇ କ୍ଷୀରକୁ ଗରମ କର , କାରଣ ପ୍ରଥମେ ଫୁଟିବା କ୍ଷଣି ନିଆଁକୁ ତୁରନ୍ତ କମାଇ ଦିଅନ୍ତୁ ,ଯଦ୍ୱାରା କ୍ଷୀର ବାହାରେ ପଡ଼ିବା ପୂର୍ବରୁ ରହି ଯିବ।

ଆହୁରି ମଧ୍ୟ ପଢନ୍ତୁ - ମହିଳାମାନେ ସକାଳ ଜଳଖିଆ କରିବାକୁ ଭୁଲୁଛନ୍ତି କି ? ହୋଇପାରେ ଏହି ସବୁ କ୍ଷତି