କେଉଁଠୁ ଆସିଲା ଉରୀ ଫିଲ୍ମର ଫେମସ୍ ଡାଇଲଗ୍ ‘ହାଓ ଇଜ୍ ଦ ଯୋଶ୍’, ଜାଣନ୍ତୁ ପ୍ରକୃତ କାହାଣୀ

source:www.thelallantop.com
ଇଂରାଜୀରେ ‘ହାଓ ଇଜ୍ ଦ ଯୋଶ୍’ କିମ୍ବା ଫ୍ଲୋରେ ‘ହାଓଜ୍ ଦ ଯୋଶ୍’ । ୧୧ ଜାନୁୟାରୀରେ ରିଲିଜ ହୋଇଥିବା ଫିଲ୍ମ ‘ଉରୀ- ଦ ସର୍ଜିକାଲ ଷ୍ଟ୍ରାଇକ୍’ ପରେ ଏହି ଡାଇଲଗ୍ ମାର୍କେଟରେ ଟ୍ରେଣ୍ଡ ମଚାଇଛି । ପିଲାଠୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ମୁଣ୍ଡରେ ଏହି ୱାର୍ଡର ନିଶା ଚଢିଛି । ସୋସିଆଲ ମିଡିଆରେ ମଧ୍ୟ ଘୁରି ବୁଲୁଛି ଏହି ଜୋଶ୍ ୱାଲା ଡାଇଲଗ୍ । ଅର୍ଥମନ୍ତ୍ରୀଙ୍କ ବଜେଟ୍ ଭାଷଣ ତ ଆପଣଙ୍କର ମନେ ଥିବ । ସଂସଦରେ ମଧ୍ୟ ଏହି ଡାଇଲଗ୍ ନିଜ କମାଲ୍ ଦେଖାଇଥିଲା । ସାଂସଦମାନେ ଖୁବ୍ ଜୋରରେ ଚିଲ୍ଲାଇଥିଲେ ‘ହାଓ ଇଜ୍ ଦ ଜୋଶ୍’ ଏବଂ ନିଜେ ଉତ୍ତର ଦେଇଥିଲେ ‘ହାଇ ସାର୍’ ।

ତେବେ ଖୁବ୍ କମ୍ ଦିନରେ ଫେମସ ହୋଇସାରିଛି ଏହି ଡାଇଲଗ୍ । ଏହି ଫିଲ୍ମର ଡାଇରେକ୍ଟର ଆଦିତ୍ୟ ଏହି ଡାଇଲଗ ସମ୍ପର୍କରେ ଏକ ଏମିତି କାହାଣୀ କହିଛନ୍ତି ଯାହା ଆପଣ ହୁଏତ ଜାଣିନଥିବେ । ଏକ ଇଣ୍ଟରଭ୍ୟୁ ସମୟରେ ସେ ନିଜ ପିଲାଦିନର ସ୍ମୃତି ବଖାଣି ଥିଲେ । ସେ କହିଥିଲେ ତାଙ୍କର କିଛି ବନ୍ଧୁ ଡିଫେନ୍ସ ସହିତ ଜଡିତ ଥିଲେ ଯେଉଁମାନଙ୍କ ସହ ମିଶି ସେ ଆର୍ମି କ୍ଲବ ଯାଉଥିଲେ ।

କ୍ଲବରେ ଅନେକ ସମୟରେ ଜଏ ବ୍ରିଗେଡିୟର ଏହି ଲାଇନ୍ ବ୍ୟବହାର କରୁଥିଲେ । ସେ କହିଲେ ଯେ ଅବସରପ୍ରାପ୍ତ ବ୍ରିଗେଡିୟର ପ୍ରଥମେ ସମସ୍ତଙ୍କୁ ଲାଇନରେ ଠିଆ କରାଉଥିଲେ । ପରେ ହାତରେ ଚକୋଲେଟ୍ ଦେଖାଇ ପଚାରୁଥିଲେ ‘ହାଓ ଇଜ୍ ଦ ଯୋଶ୍’ ଏବଂ ଯେଉଁପିଲା ସବୁଠାରୁ ଜୋରରେ କହୁଥିଲା ‘ହାଇ ସାର୍’ ତାକୁ ସେ ଚକୋଲେଟ୍ ମିଳୁଥିଲା । ଆଦିତ୍ୟ କହିଛନ୍ତି ଯେ ସେ ଚକୋଲେଟ୍ ଖାଇବାକୁ ବେଶି ଭଲ ପାଉଥିଲେ । ତେଣୁ ସେ ଲାଇନରେ ଠିଆ ହୋଇଯାଉଥିଲେ ଏବଂ ସବୁବେଳେ ଚକୋଲେଟ୍ ଜିତୁଥିଲେ ।

ଆଦିତ୍ୟ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ଫିଲ୍ମର ସ୍କ୍ରିପ୍ଟ ଲେଖିବା ଆରମ୍ଭ ହେଲା ସେତେବେଳେ ସେ ଭାବିନେଇଥିଲେ ଯେ ସେ ଏହି ଡାଇଲଗକୁ ନିଜ ଫିଲ୍ମରେ ସାମିଲ କରିବେ । ତା ପରେ ଶେଷରେ ଫିଲ୍ମ ପ୍ରସ୍ତୁତ ହେଲା ଏବଂ ସଠିକ୍ ସ୍ଥାନରେ ଏହି ଡାଇଲଗ୍ ଶୋଭା ପାଇଲା । ଏବେ ଏହାର ରେଜଲ୍ଟ ତ ଆପଣମାନେ ଦେଖିପାରୁଛନ୍ତି ।

ଏବେ ଏହି ଡାଇଲଗ୍ ଏତେ ଫେମସ୍ ହେଲା ଯେ ଅନେକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ୱାଡକୁ ବ୍ୟବହାର କରିସାରିଛନ୍ତି । ତେବେ ଫିଲ୍ମ ଉରୀ ସମ୍ପର୍କରେ ଆପଣଙ୍କୁ କହିରଖୁଛୁ ୨୦୧୬ରେ ଜାମ୍ମୁ କାଶ୍ମୀରର ଉରୀରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ଭାରତର ୧୮ ସୈନିକ ଶହୀଦ ହୋଇଥିଲେ । ଯାହାର ଜବାବରେ ଭାରତ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା । ସୈନିକମାନେ ୨୯ ସେପ୍ଟେମ୍ବର ରାତିରେ ପିଓକେର ପଶି ଆତଙ୍କବାଦୀଙ୍କୁ ସଫା କରିଦେଇଥିଲେ । ଏହି ଫିଲ୍ମ ଏହି ଘଟଣା ଉପରେ ଆଧାରିତ । ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରିଛି । ଖୁବ୍ କମ୍ ସମୟ ମଧ୍ୟରେ ୨୦୦ କୋଟିରୁ ଅଧିକ ଆୟ କରିସାରିଲାଣି ଫିଲ୍ମ ‘ଉରୀ- ଦ ସର୍ଜିକାଲ ଷ୍ଟ୍ରାଇକ୍’ ।