PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ହତ୍ୟା ଷଡ଼ଯନ୍ତ୍ରରେ ଅଫତାବର ପରିବାର ମଧ୍ୟ ଥିଲା ସଂପୃକ୍ତ ? ଶ୍ରଦ୍ଧାଙ୍କ ପିତା ଖୋଲିଲେ ଅନେକ ରହସ୍ୟ

ନୂଆଦିଲ୍ଲୀ : ଦିଲ୍ଲୀର ମେହରୌଲୀରେ ହୋଇଥିବା ଶ୍ରଦ୍ଧା ହତ୍ୟାକାଣ୍ଡ ସହ ଜଡ଼ିତ ଗୋଟିଏ ପରେ ଗୋଟିଏ ରହସ୍ୟ ସାମ୍ନାକୁ ଆସୁଛି। ଏବେ ଶ୍ରଦ୍ଧାଙ୍କର ପିତା ବିକାଶ କହିଛନ୍ତି କି ଶ୍ରଦ୍ଧାଙ୍କ ମାଆଙ୍କର ସ୍ୱାସ୍ଥ୍ୟ ଖରାପ ରହୁଥିଲା। ଏଥିପାଇଁ ବାଧ୍ୟ ହୋଇ ସେ ଅଭିଯୁକ୍ତ ଅଫତାବ ପୁନାୱାଲର ପରିବାରକୁ ଭେଟିବାକୁ ଯାଇଥିଲେ। ହେଲେ ଅଫତାବର ଛୋଟ ଭାଇ ତାଙ୍କୁ ଘରେ ପଶିବାକୁ ଦେଇ ନଥିଲେ। ଅଫତାବର ପରିବାର ମୁମ୍ୱାଇ ସ୍ଥିତ ବସାଇରେ ରହୁଥିଲେ। ଏହାର ଏକ ମାସ ପରେ ହିଁ ଶ୍ରଦ୍ଧାଙ୍କ ମାଆଙ୍କ ମୃତ୍ୟୁ ହୋଇଥିଲା।

ବିକାଶ ଏହି କଥାରେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି କି, ହତ୍ୟାର କିଛି ଦିନ ପୂର୍ବରୁ ଅଫତାବର ପରିବାର ବସାଇରୁ କାହିଁକି ଚାଲିଗଲେ। ସେ କହିଛନ୍ତି , ଏହା ହୋଇପାରେ କି, ଅଫତାବର ପରିବାରକୁ ଏହିକଥା ଜଣାଥିଲା କି, ସେ ଶ୍ରଦ୍ଧାର ହତ୍ୟା କରିବାକୁ ଯାଉଛି। ଅଫତାବ ଧରାଯିବା ପରେ ଦୁଇ ସପ୍ତାହ ପୂର୍ବେ ୧୧ ନଭେମ୍ୱରରେ ଅଫତାବର ପରିବାର ବସାଇରୁ ଚାଲିଯାଇ ଥିଲା। ନିଜ ପରିବାରର ଶିଫ୍ଟଂରେ ବି ସାହାଯ୍ୟ କରିବାକୁ ଅଫତାବ ବି ଯାଇଥିଲା । ଏହିକଥା ଅଫତାବର ପଡ଼ୋଶୀମାନେ କହିଥିଲେ।

ଶ୍ରଦ୍ଧାଙ୍କ ପିତା ଦିଲ୍ଲୀ ପୁଲିସର ଲକଅପ୍‌ରେ ଅଫତାବକୁ ସାମ୍ନା ସାମ୍ନା ଭେଟିଥିଲେ। ସେ କହିଥିଲେ ପୁଲିସକୁ ଅଫତାବର ପରିବାର ସହ ମଧ୍ୟ ପଚରାପଚରି କରିବା ଉଚିତ। ବିକାଶ ମନେପକାଇ କହିଥିଲେ କେମିତି ତାଙ୍କର ପତ୍ନୀ ଓ ଶାଳୀ ଅଫତାବର ପରିବାରକୁ ଭେଟିବାକୁ ବସାଇରେ ପହଞ୍ଚି ଥିଲେ। ୨୦୧୯ରେ ହିଁ ଶ୍ରଦ୍ଧା ଅଫତାବ ସହ ରହିବାକୁ ଚାଲି ଯାଇଥିଲା। ଶ୍ରଦ୍ଧାଙ୍କର ମାଆ ରୋଗରେ ପୀଡ଼ିତ ଥିଲେ , ଏଥିପାଇଁ ପିତା ଚାହୁଁଥିଲେ କି ଅଫତାବଙ୍କର ପରିବାର ବିବାହ ପାଇଁ ରାଜି ହୋଇ ଯାଆନ୍ତୁ।

ସମ୍ବନ୍ଧିତ ଖବର