ମୁମ୍ବାଇ,୧୧/୬ : ଭାରତୀୟ ସିନେମାର ସବୁଠାରୁ ଆଇକନିକ୍ ସୁପରଷ୍ଟାର ରଜନୀକାନ୍ତ ଏବଂ ଡ୍ୟାନ୍ସିଂ ଷ୍ଟାର ହ୍ରିତିକ ରୋଶନ ବଡ଼ ପରଦାରେ ଏକା ସାଥିରେ ନଜର ଆସୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା କି ଆଜକୁ ପ୍ରାୟ ୪୦ବର୍ଷ ପୂର୍ବେ ହ୍ରିତିକ ରୋଶନ ଏବଂ ରଜନୀକାନ୍ତ ଫିଲ୍ମ ‘ଭଗବାନ ଦାଦା’(୧୯୮୬)ରେ ସାଥିରେ କାମ କରି ସାରିଛନ୍ତି । କିନ୍ତୁ ସେତେବେଳେ ହ୍ରିତିକ ରୋଶନ ନିଜ ବାପା ରାକେଶ ରୋଶନଙ୍କ ଏହି ଫିଲ୍ମରେ ଚାଇଲ୍ଡ ଆର୍ଟିଷ୍ଟ ଭାବେ କାମ କରିଥିଲେ । ଫିଲ୍ମର ନିର୍ଦେଶକ ହ୍ରିତିକଙ୍କ ନାନା ଜେ. ଓମପ୍ରକାଶ ଥିଲେ। ‘ଭଗବାନ ଦାଦା’ରେ ହ୍ରିତିକ ରୋଶନ ରଜନୀକାନ୍ତଙ୍କ ପୁଅର ଚରିତ୍ର ନିଭାଇଥିଲେ । ଏବେ ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଜେଲର ୨’ରେ ହ୍ରିତିକ ରୋଶନ ଏକ ସ୍ପେଶାଲ୍ ଚରିତ୍ରରେ ନଜର ଆସିବାରେ ଅଛନ୍ତି ।
ଏକ ରିପୋର୍ଟ ଅନୁସାରେ, ହ୍ରିତିକ ରୋଶନ ‘ଜେଲର ୨’ରେ ଏକ ଖାସ୍ କେମିଓରେ ନଜର ଆସିବେ । ଏହାସହ ସେ ପ୍ରାୟ ୪୦ବର୍ଷ ପରେ ରଜନୀକାନ୍ତଙ୍କ ସହ ସ୍କ୍ରିନ ସେୟାର କରିବେ । କେତେକ ସପ୍ତାହ ପର୍ଯ୍ୟନ୍ତ ଚାଲିଥିବା କଥାବାର୍ତ୍ତା ପରେ ହ୍ରିତିକ ରୋଶନ ଅଫିସିଆଲି ଫିଲ୍ମରେ ରୋଲ୍ କରିବା ଲାଗି ହଁ କରିଛନ୍ତି । ସେ ୨୨ ଏବଂ ୨୩ଜୁନରେ ଚେନ୍ନାଇରେ ନିଜ ସିନ୍ସର ସୁଟିଂ କରିବେ ବୋଲି ଜଣାପଡ଼ିଛି ।
ସୁଟିଂ ପୂର୍ବରୁ ହ୍ରିତିକଙ୍କ କେତେକ ଲୁକ୍ ଟେଷ୍ଟ ହେବ । ମେକର୍ସ ତାଙ୍କ ଚରିତ୍ର ଲାଗି ସମ୍ପୂର୍ଣ୍ଣ ନୂଆ ଏବଂ ଏଭଳି ଅବତାର ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ଯାହା ସେ ଅନସ୍କ୍ରିନ ପୂର୍ବରୁ କେବେ ନିଭାଇନାହାନ୍ତି । କୁହାଯାଉଛି ଯେ ତାଙ୍କ କେମିଓ ବଡ଼ ସ୍କେଲରେ ସୁଟ୍ କରାଯିବ ଏବଂ ସେ ଏକ ହାଇ-ଆକ୍ଟେନ ଆକ୍ସନ ଅବତାରରେ ନଜର ଆସିବେ । ଯାହା ତାଙ୍କ ଫ୍ୟାନ୍ସଙ୍କ ଲାଗି ଖୁସିର ଖବର ।