PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

ରିଲିଜ ହେଲା ‘ସୁପର ୩୦’ର ପୋଷ୍ଟର, ୪ ଜୁନରେ ଆସିବ ଟ୍ରେଲର

ମୁମ୍ବାଇ ୨/୬:  ବଲିଉଡ ଅଭିନେତା ହ୍ରିତକ୍ ରୋଶନଙ୍କ ଫିଲ୍ମ ‘ସୁପର ୩୦’ ବହୁତ ସମୟ ହେବ ଅଟକି ରହିଛି । ତେବେ ଖୁସିର ଖବର ଆସିଛି ଯେ ଏହା ଖୁବ ଶୀଘ୍ର ଅଟକି ରହିଛି । ଫିଲ୍ମ ନିର୍ମାତା ଗତ ବର୍ଷ ଫିଲ୍ମର ୨ଟି ପୋଷ୍ଟର ରିଲିଜ କରିଥିଲେ ଯାହା କି ଲୋକଙ୍କ ମଧ୍ଯରେ ଜବରଦସ୍ତ ଉତ୍ସାହ ଭରିଦେଇଥିଲା । ହ୍ରିତିକଙ୍କ ଫ୍ୟାନ୍ ତାଙ୍କ ଫିଲ୍ମ ପାଇଁ ଅପେକ୍ଷା କରି ରହିଛନ୍ତି । ତେବେ ଆଜି ଫିଲ୍ମ ସୁପର ୩୦ର ଆଉ ଏକ ପୋଷ୍ଟର ସାମ୍ନାକୁ ଆସିଛି ଯାହା ସହିତ ନିର୍ମାତା ଫିଲ୍ମର ଟ୍ରେଲର ରିଲିଜ ସମ୍ପର୍କରେ ମଧ୍ଯ ସୂଚନା ଦେଇଛନ୍ତି । ନିର୍ମାତା ସୂଚନା ଦେଇଛନ୍ତି ଯେ ଫିଲ୍ମର ଟ୍ରେଲର ଆଗାମୀ ୪ ଜୁନରେ ରିଲିଜ ହେବ ।

ନାଡିୟାୱାଲା ପ୍ରଡକ୍ସନ ଫିଲ୍ମ ସୁପର ୩୦ର ନୂଆ ପୋଷ୍ଟର ରିଲିଜ କରିଛନ୍ତି, ଯେଉଁଥିରେ ହ୍ରିତିକ୍ ରୋଶନଙ୍କ ସ୍ମିତହାସ୍ୟ ନଜର ଆସୁଛି । ତାଙ୍କ ସହିତ କିଛି ପିଲାମାନେ ମଧ୍ଯ ଅଛନ୍ତି । ଏଥିରେ କ୍ଯାପସନ୍ ଅଛି ଯେ ସଫଳତାର ଫର୍ମୁଲା କ୍ରାକ୍ କରାଯାଇଛି । ଫିଲ୍ମର ଟ୍ରେଲର ୪ ଜୁନକୁ ଆସିବ ।

ଫିଲ୍ମ ସୁପର ୩୦ ଭାରତୀୟ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ ଯିଏକି ଗରିବ ପିଲାଙ୍କୁ ଆଇଆଇଟି ଭଳି ଶିକ୍ଷାନୁଷ୍ଠାନ ପର୍ଯ୍ଯନ୍ତ ପହଞ୍ଚାଇବାର ଦାୟିତ୍ୱ ନିଜ କାନ୍ଧକୁ ନେଇଛନ୍ତି । ଆନନ୍ଦ କୁମାର ଗରିବ ପିଲାଙ୍କୁ ମାଗଣାରେ ଏଭଳି ଶିକ୍ଷା ଦେଇଥାନ୍ତି ଯାହା ଆଇଆଇଟି ପାଇଁ ପ୍ରସ୍ତୁତ କରାଉଥିବା କୋଚିଂ ଲକ୍ଷ ଲକ୍ଷ ଟଙ୍କାରେ ମଧ୍ୟ ଦେଇନଥାନ୍ତି । ହ୍ରିତିକ୍ ଏହି ଫିଲ୍ମରେ ଦେଖାଇବେ ଯେ ଆନନ୍ଦ କୁମାରଙ୍କୁ କିଭଳି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି ଏବଂ ତାଙ୍କ ଜୀବନ କେତେ ସଂଘର୍ଷପୂର୍ଣ୍ଣ ରହିଛି ।