PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଗର୍ଲଫ୍ରେଣ୍ଡ୍ ସବାଙ୍କ ସହ ମନ୍ନତରେ ରହିବେ ହ୍ରିତିକ୍, ୧୦୦ କୋଟି କରିଛନ୍ତି ଖର୍ଚ୍ଚ

ନୂଆଦିଲ୍ଲୀ ୨୦/୧୧: ହ୍ରିତିକ ରୋଶନ ଏବଂ ସବା ଆଜାଦ ଏବେ ଏକାଠି ରହି ନିଜ ସମ୍ପର୍କକୁ ଆଗକୁ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦୁହେଁ ଖୁବ୍ ଶୀଘ୍ର ଏକ ବିଳାସପୂର୍ଣ୍ଣ ଫ୍ଲାଟକୁ ସିପ୍ଟ ହେବାକୁ ଯାଉଛନ୍ତି । କୁହାଯାଉଛି ହ୍ରିତିକ-ସବା ମୁମ୍ବାଇର ମନ୍ନତ ନାମକ ଏକ ବିଲ୍ଡିଂର ଆପାର୍ଟମେଣ୍ଟରେ ଏକାଠି ରହିବାକୁ ଯାଉଛନ୍ତି।

ଖବର ଅନୁଯାୟୀ, କପଲଙ୍କ ନୂଆ ଫ୍ଲାଟରେ ବର୍ତ୍ତମାନ କାମ ଚାଲିଛି, ଯାହା ସମାପ୍ତ ହେବା ପରେ ଉଭୟ ସେଠାକୁ ସିପ୍ଟ ହେବେ। ରିପୋର୍ଟରେ କୁହାଯାଇଛି, ହ୍ରିତିକ ବିଲଡିଂରେ ଦୁଇଟି ଆପାର୍ଟମେଣ୍ଟ ନେଇଛନ୍ତି ଯେଉଁଥିପାଇଁ ସେ ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେ ଜୁହୁ-ଭର୍ସୋଭା ଲିଙ୍କ୍ ରୋଡ ନିକଟରେ ଅବସ୍ଥିତ ମନ୍ନତରେ ୯୭.୫୦ କୋଟି ଟଙ୍କାରେ ଦୁଇଟି ଆପାର୍ଟମେଣ୍ଟ କିଣିଛନ୍ତି।

ଖବର ଅନୁଯାୟୀ, ଷ୍ଟାର୍ ଦମ୍ପତିଙ୍କ ଏହି ଘର ୩୮,୦୦୦ ବର୍ଗଫୁଟରେ ରହିଛି। ଏଗୁଡ଼ିକ ୧୫ ଏବଂ ୧୬ ତମ ମହଲାରେ ଅବସ୍ଥିତ ଡୁପ୍ଲେକ୍ସ ଫ୍ଲାଟ। ଯେଉଁଥିରେ ପ୍ରଥମ ଫ୍ଲାଟ ପାଇଁ ୬୭.୫୦ କୋଟି ଏବଂ ଦ୍ୱିତୀୟଟି ପାଇଁ ପ୍ରାୟ ୩୦ କୋଟି ଖର୍ଚ୍ଚ ହୋଇଛି। ହ୍ରିତିକ ଏବଂ ସବା କିଛି ସମୟ ପାଇଁ ଏକାଠି ରହିବାକୁ ଯୋଜନା କରିଛନ୍ତି ଏବଂ ଖୁବ୍ ଶୀଘ୍ର ଏହି ପଦକ୍ଷେପ ନେବେ।