HSRP ମାମଲା : ୧,୨,୩ ଏବଂ ୪ ନମ୍ଵର ପାଇଁ ଆଉ ଏକ ମାସ ସମୟ ସୀମା ବୃଦ୍ଧି

କଟକ, ୩୦/୧୧ : ଗାଡିର ଶେଷ ନମ୍ବର ଥିବା ୧,୨,୩ ଏବଂ ୪ର HSRP ଲଗାଇବାର ଅବଧି ଶେଷ ହେଉଥିବା ବେଳେ ଏସବୁର ସମୟ ସୀମାକୁ ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବୁଧବାର ହାଇକୋର୍ଟରେ STA ପକ୍ଷରୁ ଜବାବ ଦାଖଲ କରାଯାଇଥିଲା। ଏହି ଜବାବ ପରେ ହାଇକୋର୍ଟ ଏହି ମାମଲାର ଅନ୍ତ ଘଟାଇଛନ୍ତି। ଏହାସହ ଯଦି କେହି ସ୍ଲଟ ବୁକିଂ କରିଥିବେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।
HSRP ଲଗାଯିବା ମାମଲାରେ ଅନେକ ସମସ୍ୟା ଥିବା ଅଭିଯୋଗ କରି ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ଏହି ମାମଲାର ଶୁଣାଣି ଅବସରରେ STAରୁ ରିପୋର୍ଟ ତଲବ କରିଥିଲେ। ଗତ ଦୁଇଥର ଶୁଣାଣି ଅବସରରେ STA ପକ୍ଷରୁ ଦୁଇ ଥର ଏହି ନମ୍ବର ପ୍ଲେଟ ଲଗାଇବାର ସମୟ ଅବଧି ବୃଦ୍ଧି କରା ଯାଇଥିଲା। ଆଜି ୧,୨,୩ ଏବଂ ୪ର ସମୟ ଅବଧି ଶେଷ ହେଉଥିଲା। ପୁଣି ଥରେ ଗୋଟେ ମାସ ସମୟ ଅବଧି ବୃଦ୍ଧି କରାଯାଇଛି।