ଜଗତସିଂହପୁର,୨୪/୦୯: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ପୁଲିସ ପକ୍ଷରୁ ଚୋରା ନିଶା ଦ୍ରବ୍ୟକୁ ରୋକିବା ପାଇଁ ଅପରେସନ ପ୍ରହାର ଚାଲିଛି । ଏହି ଅପରେସନରେ ପୁଲିସ ୨୭୭ ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହିତ ୩ଜଣଙ୍କୁ ଗିରଫ କରିଛି । ୩ ଅଭିଯୁକ୍ତ ହେଉଛନ୍ତି କୁଜଙ୍ଗ ଥାନା ଷଣ୍ଢକୂଦ ଗ୍ରାମର କାଳିଆ ଓରଫ ଅମର କୁମାର ସ୍ୱାଇଁ,ପହଲି ଓରଫ ପ୍ରହଲାଦ ପରିଡା ଓ ବଣିକୁଦ ଗ୍ରାମର କାଳିଆ ଓରଫ ସଂଗ୍ରାମ ଲେଙ୍କା ।
ସୂଚନା ମୁତାବକ, ଅଭିଯୁକ୍ତ ମାନେ କଟକ-ପାରାଦୀପ ରାସ୍ତା ତାଳଦଣ୍ଡା କେନାଲ ସାଇଡ ଶଣ୍ଢପୁର ଠାରେ ବ୍ରାଉନ ସୁଗର କାରବାର କରୁଥିବା ବେଳେ ପୁଲିସ ହାତରେ ଧରା ପଡ଼ିଥିଲେ । ସେମାନଙ୍କ ପାଖରୁ ମୋଟ ୨୭୭ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି । ଯାହାର ଆନୁମାନିକ ମୁଲ୍ୟ ୨୮ଲକ୍ଷ ଟଙ୍କା ହେବ ବୋଲି ଏସ୍ପି ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ, ସେମାନଙ୍କ ଠାରୁ ୩ଟି ମୋବାଇଲ ସହିତ ନଗଦ ୫ ହଜାର ଟଙ୍କା ଜବତ କରିଛି ପୁଲିସ ।