ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବିଶାକ୍ତ ପୋଚ ପାଇଁ ସାପୁଆ ନଦୀ ପାଣି ବିଷାକ୍ତ ହେବା ଅଭିଯୋଗ, ଚଢାଉରେ ଜବତ ହେଲା ବିପୁଳ ପରିମାଣର ଦେଶୀ ମଦ ଏବଂ ପୋଚ

Published By : Harapriya Sethi | December 11, 2024 3:17 PM

ଆଠଗଡ଼, ୧୧/୧୨: ବିଶାକ୍ତ ଦେଶୀ ମଦ ପୋଚ ପାଇଁ ସାପୁଆ ନଦୀ ପାଣି ବିଷାକ୍ତ ହେବା ନେଇ ବାରମ୍ୱାର ହୋଇଥିଲା ଅଭିଯୋଗ । ଅଭିଯୋଗ ଆଧାରରେ ଉଭୟ ଅବକାରୀ ବିଭାଗ ଏବଂ ପୋଲିସ ପକ୍ଷରୁ ମିଳିତ ଚଢାଉ କରାଯାଇଛି । ଏହି ଚଢାଉରେ ବିପୁଳ ପରମାଣର ଚୋରା ଦେଶୀ ରନ୍ଧା ମଦ ସହ ପୋଚ ନଷ୍ଟ କରାଯାଇଛି । କଟକ ଜିଲ୍ଲା ଆଠଗଡ଼ ତିଗିରିଆ ଅଞ୍ଚଳର ଭିରୁଡ଼ା ଏବଂ ପଣଷପାଟଣା ଗାଁରେ ଏହି ଚଢାଉ କରାଯାଇଛି । 

ସୂଚନା ମୁତାବକ, ତିଗିରିଆ ଅଞ୍ଚଳରେ ସାପୁଆ ନଦୀ ପ୍ରଦୂଷିତ ହୋବାରେ ଲାଗିଛି । ଲୋକମୋନେ ମଦ ପ୍ରସ୍ତୁତ କରି ଏହାର ପୋଚ ଏବଂ ଆବର୍ଜନାକୁ ନଦୀରେ ଭାସାଇ ଦେଉଥିଲେ । ଏହାର ପରିଣାମ ଭୋଗୁଛନ୍ତି ନଦୀ କୂଳିଆ ଲୋକେ ଏବଂ ନଦୀର ଜୀବ । ନଦୀରେ ବିପୁଳ ପରିମାଣର ଜଳଜୀବଙ୍କ ମର ଶରୀର ଭାସିବା ପରେ ଲୋକେ ଏନେଇ ଅଭିଯୋଗ କରିଥିଲେ । ହେଲେ ବାରମ୍ୱାର ଜଳସେଚନ ବିଭାଗ ଅଧିକାରୀଙ୍କୁ ଫୋନ୍‌ କରିବା ସତ୍ତ୍ୱେ କେହି ଫୋନ୍‌ ଉଠାଇ ନଥିଲେ । ତେଣୁ ଏ ବାବଦରେ  ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହୋଇଥିଲା।

ଏହା ପରେ ଆକ୍ସନ ମୋଡକୁ ଆସିଛି ପୋଲିସ । ଉଭୟ ଅବକାରୀ ବିଭାଗ ଏବଂ ପୋଲିସ ପକ୍ଷରୁ ତିଗିରିଆ ଅଞ୍ଚଳର ଭିରୁଡ଼ା ଏବଂ ପଣଷପାଟଣା ଗାଁରେ ମିଳିତ ଚଢାଉ କରାଯାଇଛି । ଏହି ଚଢାଉରେ ବିଫୁଳ ପରିମାଣର ଚୋରା ଦେଶୀ ରନ୍ଧା ମଦ ସହ ପୋଚ ମଧ୍ୟ ଜବତ କରାଯାଇଛି । ପରେ ସେସବୁ ନଷ୍ଟ କରିଦିଆ ଯାଇଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.