ପ୍ରମୂଖ ଖବର
  • ସୋର : ପାଇଖାନା ଟାଙ୍କି କାମ କରୁଥିଲେ, ବିଦ୍ୟୁତ ଆଘାତରେ ୩ ଶ୍ରମିକ ମୃତ
  • ||
  • ସରିଲା କ୍ରିକେଟର ରିଙ୍କୁ ସିଂଙ୍କ ନିର୍ବନ୍ଧ; ପ୍ରିୟା ସରୋଜଙ୍କୁ ପିନ୍ଧାଇଲେ ମୁଦି, ଲୁହ ଅଟକାଇ ପାରିଲେନି ସାଂସଦ
  • ||
  • ଶିଳ୍ପ ବିକାଶ ନେଇ ରାଜ୍ୟ ସରକାରଙ୍କ ବୈଠକ, ଶିଳ୍ପପତି ଓ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
  • ||
  • ୧୭ ବର୍ଷ, ଅନେକ ଚ୍ୟାଲେଞ୍ଜ ଆଉ ଐତିହାସିକ ଚେନାବ ବ୍ରିଜ... ଜାଣନ୍ତୁ କିଏ ମାଧବୀ ଲତା ? ତୁଲାଇଥିଲେ ବଡ଼ ଭୂମିକା
  • ||
  • ଅନୁଗୁଳ : ବିଦ୍ୟୁତ୍ ଆଘାତରେ ଶିଶୁପୁତ୍ର ଗୁରୁତର, ମେଡିକାଲରେ ଭର୍ତ୍ତି
  • ||
  • ଅନୁଗୁଳ : କାରଖାନାରେ ଅଘଟଣ, ୧୫ ଫୁଟ ଉଚ୍ଚରୁ ପଡ଼ି ଶ୍ରମିକ ମୃତ
  • ||
  • ଢେଙ୍କାନାଳ : ବଗିଚା ଜଗିବାକୁ ଯିବାବେଳେ କଚାଡି ଦେଲା ହାତୀ, ବୃଦ୍ଧ ଗୁରୁତର
  • ||
  • ରାଜଧାନୀ‌ରେ ଚାଞ୍ଚଲ୍ୟ: ନାବାଳିକାକୁ ସେବାୟତଙ୍କ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
  • ||
  • ଏଲନ ମସ୍କଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ...ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ
  • ||
  • ଅଶାନ୍ତ ମଣିପୁର; ୫ ଦିନ ୫ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ
  • ||
  • ଭଦ୍ରକ : ଓଲଟିଲା ବାଲି ବୋଝେଇ ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ପରିବାରଲୋକେ
  • ||
  • କୋଲମ୍ବିଆରେ ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲଙ୍କୁ ଗୁଳିମାଡ଼, ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ତତଲା କଢ଼େଇରେ ସିଝୁଛି ଓଡ଼ିଶା: ୩ ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ତାତି, ସୋମବାର ୪୪ ଡିଗ୍ରୀ ଛୁଇଁପାରେ ପାରଦ
  • ||

ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ପରଲୋକ

Published By : Suraj Kumar | June 8, 2025 10:29 PM

ଭୁବନେଶ୍ବର, ୮।୬ : ସୁପ୍ରିମ କୋର୍ଟ ଓକିଲ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କର ଦେହାନ୍ତ। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରା ଯାଇଥିଲା।  ଚିକିତ୍ସାଧୀନ ଥ‌ିବା ବେଳେ ତାଙ୍କର ଦେହାନ୍ତ ହୋଇଛି। ରାଧାକାନ୍ତ ତ୍ରିପାଠୀଙ୍କ ପୈତୃକ ଗ୍ରାମ ତିହିଡ଼ି ଥାନା ଅନ୍ତର୍ଗତ ତାଳଗୋପବିନ୍ଧା ଗ୍ରାମରେ  । 

ପୀଡ଼ିତଙ୍କୁ ନ୍ୟାୟ ଦେବା ପାଇଁ ଜାତୀୟ ମାନବାଧିକାର   ଆୟୋଗରେ ୧୬ ହଜାରରୁ ଊର୍ଦ୍ଧ୍ବ ମାମଲା ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟ ଓକିଲ ରାଧାକାନ୍ତ ତ୍ରିପାଠୀ ଦାଖଲ କରିଛନ୍ତି । ଏନଏଚଆରସିରେ ସର୍ବାଧ‌ିକ ସଂଖ୍ୟକ ମାନବାଧିକାର ମାମଲା ଦାଖଲ କରିବା ଏବଂ ପରବର୍ତ୍ତୀ ସମଯରେ ପୀଡ଼ିତଙ୍କୁ ନ୍ୟାୟ ଦେବା ପାଇଁ ପ୍ରତ୍ୟେକ ମାମଲାରେ ତାଙ୍କ ନିରବଚ୍ଛିନ୍ନ ଉଦ୍ୟମକୁ ଇଣ୍ଡିଆ ବୁକ ଅଫ ରେକର୍ଡ଼ସରେ ପ୍ରଶଂସା କରାଯାଇଛି। ଜାତୀୟ ମାନବାଧିକାର ଆୟୋଗ, ଜାତୀୟ ମହିଳା ଆୟୋଗ, ଜାତୀୟ ଅନସୂଚିତ ଜାତି ଆୟୋଗ, ଜାତୀୟ ଅନସୂଚିତ ଜନଜାତି ଆୟୋଗ ଏବଂ ଜାତୀୟ ଶିଶୁ ସୁରକ୍ଷା ଓ ଅଧିକାର ଆୟୋଗ ଭଳି ସଂସ୍ଥାରେ ମାନବାଧିକାର ଉଲ୍ଲଙ୍ଘନ ନେଇ ବିଗତ ଦିନରେ ବହୁ ଘଟଣାରେ ଆଡଭୋକେଟ ତ୍ରିପାଠୀ ଦୃଷ୍ଟି ଆକର୍ଷଣ କରିଛନ୍ତି। ହୀରାକୁଦ ନଦୀବନ୍ଧ ପ୍ରକଳ୍ପ, କାନପୁର ପ୍ରକଳ୍ପ, ଇନ୍ଦ୍ରାବତୀ ପ୍ରକଳ୍ପ, ସାଳନ୍ଦୀ ସଂସ୍କାର ପ୍ରକଳ୍ପ, ସୁକତେଲ ପ୍ରକଳ୍ପ ଆଦି ଜଳସେଚନ ପ୍ରକଳ୍ପରେ ବିସ୍ଥାପିତଙ୍କ ସମସ୍ୟା, ଗୁଣିଗାରେଡ଼ି ସନ୍ଦେହ, ସାଇକେଲ ପମ୍ପରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ଆଦି ଘଟଣାରେ ପୀଡ଼ିତଙ୍କୁ ନ୍ୟାୟ ପ୍ରଦାନ ପାଇଁ ବିଗତ ଦିନରେ ଆଡ଼ଭୋକେଟ ତ୍ରିପାଠୀ ଜାତୀୟ ମାନବାଧିକାର ଆୟୋଗଙ୍କ ଦ୍ବାରସ୍ଥ ହୋଇଛନ୍ତି ।

୨୦୧୫ କୋରାପୁଟ ଓ କନ୍ଧମାଳ ଜିଲା ଆଶ୍ରମ ବିଦ୍ୟାଳୟରେ ଦଶମ ଓ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଦୁଇଜଣ ଛାତ୍ରୀ ସନ୍ତାନ ପ୍ରସବ କରିବା ଘଟଣାରେ ଆଡଭୋକେଟ ତ୍ରିପାଠୀଙ୍କ ଉଦ୍ୟମକ୍ରମେ ପୀଡ଼ିତାଙ୍କୁ ରାଜ୍ୟ ସରକାର ଏକ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.