କୋକସରା,୧୮/୦୬ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ କାର୍ଯ୍ୟରତ ଜନୈକା ଆଶା କର୍ମୀଙ୍କୁ ଗତ ୨ ତାରିଖରେ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଡାକ୍ତରଖାନା ମହିଳା ଶୌଚାଳୟରେ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱିପର ଥିବା କର୍ମଚାରୀଙ୍କ ପୁଅ ଆଶା କର୍ମୀଙ୍କୁ ଏକୁଟିଆ ଦେଖି ଶୌଚାଳୟରେ ଦୁଷ୍କର୍ମ ଉଦ୍ୟମ କରି ଥିଲେ। ଏହି ସମୟରେ ଆଶା କର୍ମୀ ଚିତ୍କାର କରିବାରୁ ତାଙ୍କ ସହିତ ଥିବା ଅନ୍ୟ ଜଣେ ଆଶା କର୍ମୀ ଧାଇଁ ଆସିବାରୁ ଯୁବକ ଜଣକ ଚମ୍ପଟ ମାରିଥିଲେ।
ଏ ନେଇ ପୀଡିତା ଆଶା କର୍ମୀ ଗତ ୪ ତାରିଖରେ କୋକସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଆଇଆଇସି କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ବ୍ଲକ ଆଶା ସଂଘ ନେତ୍ରୀ ମାନେ ସଂଘବଦ୍ଧ ଭାବେ ଗତ ୧୩ ତାରିଖରେ ପୁଣିଥରେ ଥାନାରେ ଆସି ଆଇଆଇସିଙ୍କୁ ଭେଟି ଶୀଘ୍ର ଅଭିଯୁକ୍ତକୁ ଗିରଫ ପାଇଁ ଦାବି କରିଥିଲେ। ତେବେ ଏହାପରେ ମଧ୍ୟ ତଦନ୍ତ ପ୍ରକ୍ରିୟାରେ ଶିଥିଲତା ଦେଖି ବ୍ଲକ ସଂଘ ପକ୍ଷରୁ ଜିଲ୍ଲା ଓ ରାଜ୍ୟ ସଂଘ ନେତ୍ରୀ ଙ୍କୁ ଅଭିଯୋଗ
ପରେ ଗତ ସୋମବାର ରାଜ୍ୟ ଓ ଜିଲ୍ଲା ଆଶା କର୍ମି ସଂଘର ସଭାନେତ୍ରୀ ଓ ଭାରତୀୟ ମାନବ ଅଧିକାର କାଉନସିଲ ପକ୍ଷରୁ କୋକସରା ସିଏଚସି ଇନଚାର୍ଜ ଡ଼. ତତ୍ୱଦର୍ଶୀ ଦାସ ଙ୍କୁ ଭେଟି ଆଶା କର୍ମୀଙ୍କ ସୁରକ୍ଷା ଦାବି କରିଥିଲେ। ପୁଲିସ ଥାନାକୁ ଯାଇଥିବା ବେଳେ ଥାନା ଆଇଆଇସି ଅନୁପସ୍ଥିତ ଥିବା ନେଇ ଉଦବେଗ ପ୍ରକାଶ କରିଥିଲେ। ତେବେ କୋକସରା ଥାନାରୁ ନ୍ୟାୟ ନ ମିଳିବାରୁ ବୁଧବାର ଭାରତୀୟ ମାନବ ଅଧିକାର କାଉନ୍ସିଲ ଓ ରାଜ୍ୟ ଓ ଜିଲ୍ଲା ଆଶା ସଂଘ ନେତ୍ରୀ ଓ ପିଡିତା ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଥିଲେ। ଏହି ଘଟଣାରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ସହ ଅଭିଯୁକ୍ତକୁ ଗିରଫ କରିବା ସହ ପିଡିତା ଆଶା କର୍ମୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଲିଖିତ ଅଭିଯୋଗ କରିଛନ୍ତି। ଏହି ପ୍ରତିନିଧି ଦଳରେ ଭାରତୀୟ ମାନବ ଅଧିକାର କାଉନ୍ସିଲର ରାଜ୍ୟ ସଭାପତି ମହମ୍ମଦ ମୁସ୍ତାଫା, ଜିଲ୍ଲା ସଭାପତି ଅନିଲ ସାହୁ, କୋର୍ଡିନେଟର ଧବଳେଶ୍ବର ପାନ ସମେତ ରାଜ୍ୟ ଆଶା କର୍ମୀ ସାମୁଖ୍ୟ ନେତ୍ରୀ ପଙ୍କଜିନୀ ନାୟକ,ଜିଲ୍ଲା ନେତ୍ରୀ ସୂର୍ଯ୍ୟକାନ୍ତି ନାଏକ ପ୍ରମୁଖ ଏସ.ପି ଙ୍କୁ ଭେଟିଛନ୍ତି। ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବା ନେଇ ଏସ.ପି ପ୍ରତିଶ୍ରୁତି ଦେଇଥିବା ସୁଚନା ମିଳିଛି।