ଆମେରିକା ବୈଜ୍ଞାନିକଙ୍କ ସୂଚନା: ସ୍ମାର୍ଟ ଚିପ୍ ଲଗାଇ ବୃଦ୍ଧି କରିହେବ ମସ୍ତିଷ୍କର କ୍ଷମତା

ଓ୍ବାଶିଂଟନ,୫।୩: ଖୁବ୍ ଶୀଘ୍ର ମଣିଷର ମସ୍ତିଷ୍କର କ୍ଷମତାକୁ ବଢାଇ ହେବ। ବୈଜ୍ଞାନିକମାନେ ଏଭଳି ହାଇ-ଟେକ୍ ଚିପ୍ ବିକଶିତ କରୁଛନ୍ତି। ଯାହାକୁ ମସ୍ତିଷ୍କରେ ଲଗାଇଲେ ସ୍ମାର୍ଟ ବ୍ରେନ କମ୍ପ୍ୟୁଟର ଭଳି ଏହା କାମ କରିବ। ଏହାକୁ ନର୍ଥଓ୍ବେଷ୍ଟର୍ନ ୟୁନିଭର୍ସିଟିର ନ୍ୟୁରୋ ସାଇଣ୍ଟିଷ୍ଟ ଡ.ମୋରନ ସେର୍ଫ ତିଆରି କରୁଛନ୍ତି। ଡା. ମୋରେନ୍ ସେର୍ଫଙ୍କ ଲକ୍ଷ୍ୟ ହେଉଛି ମଣିଷର ବିଚାର କ୍ଷମତାକୁ ଆହୁରି ବିକଶିତ କରିବ। ଡା ମୋରେନଙ୍କୁ ଚିପ୍ ତିଆରି କରିବାର ଚିନ୍ତା ସେତେବେଳେ ଆସିଥିଲା ଯେତେବେଳେ ଏଲମ ମସ୍କ ବ୍ରେନ କମ୍ପ୍ୟୁଟର ବିକଶିତ କରିବା କଥା କହିଥିଲେ। ତାଙ୍କର କହିବା ଅନୁସାରେ ବ୍ରେନରେ ଲାଗିଥିବା ଚିପ୍ ଇଣ୍ଟରନେଟ୍ ସହିତ ସଂଯୋଗ ହେବ ଓ ପ୍ରଶ୍ନ ପଚରାଯିବା ସଙ୍ଗେ ସଙ୍ଗେ ଉତ୍ତର ମିଳିବ। ଚିପକୁ ଆହୁରି ଉନ୍ନତମାନର କରିବା ପାଇଁ କାମ କରାଯାଉଛି।

source: https://www.dailymail.co.uk
ଡଃ ମୋରେନଙ୍କ କହିବା ଅନୁସାରେ କ’ଣ ଏଭଳି କିଛି ଜିନିଷ ଖାଇବା ଦ୍ବାରା ମସ୍ତିଷ୍କ ଅଧିକ ଶକ୍ତିଶାଳୀ ହୋଇପାରିବ। ଏଥିପାଇଁ ହାଇଟେକ୍ ଚିପ୍ ତିଆରି କରିଛି। ଆଗାମୀ କିଛି ବର୍ଷରେ ଏହାର ବ୍ୟବହାର ସମ୍ଭବ ହେବ। କିଛି ସମୟ ପୂର୍ବରୁ ପେଣ୍ଟାଗନ ରିସର୍ଚ ରୋବୋଟିକ୍ ଆର୍ମ ତିଆରି କରିଥିଲା। ଯାହାକି ମଣିଷ ଓ ମେସିନ୍ ମଧ୍ୟରେ ଦୂରତ୍ବକୁ କମ୍ କରିଥାଏ। ଆଗାମୀ ୫ ବର୍ଷରେ ସ୍ମାର୍ଟ ବ୍ରେନ୍ ଚିପ୍ସର କାମ ପୂରା କରିହେବ।

ଆମେରିକାର ଡିଫେନ୍ସ ଆଡଭାନ୍ସ ରିସର୍ଚ ପ୍ରୋଜେକ୍ଟ ଏଜେନ୍ସି ମଧ୍ୟ ସେଠାର ସୈନିକଙ୍କ ମାନସିକ ଶକ୍ତିକୁ ବଢାଇବା ପାଇଁ ଏହି କ୍ଷେତ୍ରରେ ଅଧିକ ଧ୍ୟାନ ଦେଇଥିଲା। ଏଜେନ୍ସି ଜୁଲାଇରେ ନିଜର ଏନ୍-୩ ପୋଗ୍ରାମ ପାଇଁ ଏକ ଟିମ୍ ତିଆରି କରିଥିଲା। ଯାହାର କାମ ସେନାଦଳକୁ ମସ୍ତିଷ୍କର ତରଙ୍ଗରୁ ସୂଚନା ଆଦାନ ପ୍ରଦାନ କରିବା। ଏହି ଟେକ୍ନୋଲୋଜି ସାହାର୍ଯ୍ୟରେ ସୈନ୍ୟଦଳର ମସ୍ତିଷ୍କରୁ ଡ୍ରୋନ ଓ ସାଇବର ଡିଫେନ୍ସ ସିଷ୍ଟମକୁ ନିୟନ୍ତ୍ରଣ କରିହେବ। ଆମେରିକାର ଡିଫେନ୍ସ ଆଡଭାନ୍ସ ରିସର୍ଚ ପ୍ରୋଜେକ୍ଟ ଏଜେନ୍ସି ଟାର୍ଗେଟେଡ୍ ନ୍ୟୁରୋପ୍ଲାଷ୍ଟିସିଟି ପୋଗ୍ରାମ ଆରମ୍ଭ କରିଦେଇଛି। ଏହାର ଲକ୍ଷ୍ୟ ସୈନିକଙ୍କ ନର୍ଭସ ସିଷ୍ଟମର ବ୍ୟବହାର କରି ତାଙ୍କର ଶିଖିବାର ଦକ୍ଷତାକୁ ବୃଦ୍ଧି କରିବା।