ପ୍ରମୁଖ ଖବର
  • ଆସିଲା ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୨୧ ବିଧାନସଭା ପ୍ରାର୍ଥୀଙ୍କ ନା ଘୋଷଣା, ୧୪ ଆସନ ପାଇଁ ଛାଣ୍ଡିନି ଅଙ୍କ
  • ||
  • ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ତଥ୍ୟ ସଂଶୋଧନ, ଶେଷ ସୁଯୋଗ ଆଜି
  • ||
  • ମଙ୍ଗଳବାର ରଥଯାତ୍ରା ଦ୍ୱିତୀୟ ପ୍ରସ୍ତୁତି ବୈଠକ: ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ଶ୍ରୀଗୁଣ୍ଡିଚା ଚାଲେଞ୍ଜ ହେବ
  • ||
  • IPL 2024: ଇଡେନ୍‌ରେ କୋଲକାତା-ରାଜସ୍ଥାନ ମୁକାବିଲା, ଶୀର୍ଷ ସ୍ଥାନ ପାଇଁ ହେବ ଲଢ଼େଇ
  • ||
  • ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ର, ମଧ୍ୟାହ୍ନ ସାଢ଼େ ୧୨ଟାରେ ପହଣ୍ଡି, ସାଢ଼େ ୩ଟାରେ ରଥ ଟଣା
  • ||
  • ଆଗକୁ ଭୟାନକ ଅଗ୍ନି ବର୍ଷା, ୪୫ ଛୁଇଁବ ତାପମାତ୍ରା: ସପ୍ତାହ ଯାଏ କମିବନି ତାତି
  • ||

ହୋଟେଲ ରୁମରେ ଲାଗିଥିଲା ହିଡେନ୍ କ୍ୟାମେରା, ୮୦୦ ଦମ୍ପତ୍ତିଙ୍କ ଅନ୍ତରଙ୍ଗ ମୁହୁର୍ତ୍ତ କଏଦ... ତା ପରେ..

ନୂଆଦିଲ୍ଲୀ,୨୨।୩: ଘର ଠାରୁ ବାହାରକୁ  ଯେବେ କୌଣସି  ସ୍ଥାନକୁ ଯାଇଥାନ୍ତି ତେବେ ଆପଣ ସେଠାରେ ଭଲ  ହୋଟେଲ କେଉଁଠି ରହିଛି ତାକୁ ଖୋଜିଥାନ୍ତି। ଭଲ ରେଟିଂର ହୋଟେଲକୁ ଦେଖି ବୁକିଂ କରିଥାନ୍ତି। ତେବେ କିଛି ହୋଟେଲ ବିରୋଧରେ ଅଭିଯୋଗ ରହିଛି ଯେ ରୁମ୍ ଭିତରେ ହିଡେନ୍ କ୍ୟାମେରା ଦ୍ବାରା ସେମାନେ ଲୋକଙ୍କର ବ୍ୟକ୍ତିଗତ ଓ ଅନ୍ତରଙ୍ଗ ମୁହୁର୍ତ୍ତକୁ କଏଦ କରି ବିଭିନ୍ନ ଓ୍ବେବସାଇଟକୁ ବିକ୍ରି କରି ଟଙ୍କା ଉପାର୍ଜନ କରିଥାନ୍ତି। ଏହି ସମସ୍ୟା ଆଜିକାଲି ଖୁବ୍ ବଢିବାରେ ଲାଗିଛି।

{"id":8581,"width":740,"height":484}
source: https://www.patrika.com/

ନିକଟରେ ଏଭଳି ଏକ ମାମଲା ଦେଖିବାକୁ ମିଳିଛି ଦକ୍ଷିଣ କୋରିଆର ରାଜଧାନୀ ସିୟୋଲରେ। ଏଠାରେ ଥିବା ଏକ ହୋଟେଲରେ ବହୁ ପରିମାଣରେ କିଛି ଦମ୍ପତ୍ତିଙ୍କର ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ପ୍ରସ୍ତୁତ କରାଯାଇଥିବା ଘଟଣା ଜଣାପଡିବା ପରେ ଅନେକ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି। କାରଣ ଏଠାରେ ଥିବା ୩୦ଟି ମୋଟେଲ(ରାସ୍ତା କଡିଆା ହୋଟେଲ, ଯେଉଁଠାରେ ଗାଡି ପାର୍କିଂ କରିବାର ସୁବିଧା ଥାଏ)ର ୪୨ଟି ରୁମରେ କ୍ୟାମେରା ଲୁଚାଇକି ଲଗାଯାଇଥିଲା ଓ ଦମ୍ପତ୍ତିଙ୍କ ବ୍ୟକ୍ତିଗତ ମୁହୁର୍ତ୍ତକୁ କଏଦ କରାଯାଇଥିଲା ଏଥିରେ।

{"id":8582,"width":761,"height":381}
source: http://www.newindianexpress.com

କୁହାଯାଉଛି ଯେ ହୋଟେଲ ରୁମ୍ ଭିତରେ ଥିବା ଏହି ହିଡେନ କ୍ୟାମେରା କେବଳ ଦମ୍ପତ୍ତିଙ୍କ ଭିଡିଓ ପ୍ରସ୍ତୁତ କରିଥିଲା ତାହା ନୁହେଁ ବରଂ ଇଣ୍ଟରନେଟରେ ଲାଇଭ ଷ୍ଟ୍ରିମିଂରେ ମଧ୍ୟ ଥିଲା। ଏହି ହୋଟେଲ ରୁମରେ ଥିବା ହେୟାରଡ୍ରାୟର ହୋଲ୍ଡର, ଓ୍ବକ ସକେଟ ଓ ଡିଜିଯାଲ ଟିଭି ବକ୍ସରେ ପ୍ରଥମେ କ୍ୟାମେରା ଗୁଡିକୁ ଫିଟ୍ କରାଯାଇଥିଲା, ଏହାପରେ ଅଶ୍ଲୀଳ ଭିଡିଓ ଗୁଡିକୁ ବିକ୍ରି କରିଦିଆଯାଇଥିଲା। ଦକ୍ଷିଣ କୋରିଆର ଏହା ସବୁଠାରୁ ବଡ ଘଟଣା ବୋଲି କୁହାଯାଉଛି।

{"id":8583,"width":744,"height":486}
source: https://www.patrika.com

କୁହାଯାଉଛି ଯେ ଆଜିକାଲି ମୋଲକା ନାମକ ଏକ ଗ୍ରୁପରେ ଅଧିକାଂଶ ପୁରୁଷ ଯେଉଁମାନେ ଲୁଚି ଲୁଚି ପ୍ରତି ସ୍ଥାନରେ ମହିଳାଙ୍କ ବ୍ୟକ୍ତିଗତ ସମୟର ଫଟୋକୁ କ୍ୟାମେରାରେ କଏଦ କରୁଛନ୍ତି ଓ ତାକୁ ଇଣ୍ଟରନେଟରେ ଭାଇରାଲ କରୁଛନ୍ତି।ଏଭଳି ଲୋକ ମହିଳା ଶୌଚାଳୟ, ଗାର୍ଲସ ସ୍କୁଲ ଟଏଲେଟ୍ ଭଳି ସ୍ଥାନରେ ହିଡେକ କ୍ୟାମେରା ଲଗାଉଛନ୍ତି।

{"id":8584,"width":749,"height":490}
source: https://www.patrika.com

ଖବର ମିଳିଛି ଯେ ହୋଟେଲର ୪୨ଟି ରୁମରେ ହିଡେନ୍ କ୍ୟାମେରା ଲଗାଇ ଦମ୍ପତ୍ତିଙ୍କ ଅନ୍ତରଙ୍ଗ ମୁହୁର୍ତ୍ତକୁ ରେକର୍ଡ କରିଥିଲେ ଓ ଏହାକୁ ଇଣ୍ଟରନେଟରେ ଲାଇଭ ଷ୍ଟ୍ରିମିଂ ମଧ୍ୟ କରିଥିଲେ।  ଏହି କ୍ୟାମେରା ଗୁଡିକୁ ୨୪ ଘଣ୍ଟା ଲାଇଭ ଷ୍ଟ୍ରିମିଂରେ ରଖାଯାଉଥିଲା। ଏହି ଭିଡିଓକୁ ଲାଇଭ ଷ୍ଟ୍ରିମ୍ କରାଯାଉଥିଲା। ଏଥିରୁ ପ୍ରାୟ ୪୦୦୦ ଲୋକଙ୍କୁ ସବସ୍କ୍ରାଇବ କରାଯାଉଥିଲା।

{"id":8585,"width":742,"height":494}
souce: https://www.news18.com

ଏଭଳି ଲାଇଭ ଷ୍ଟ୍ରିମିଂ ଦେଖୁଥିବା ୟୁଜରଙ୍କୁ ୪୪ ଡଲାର ଅର୍ଥାତ ପ୍ରାୟ ୩୦୦୦ ଟଙ୍କା ମାସକୁ ଦେବାକୁ ପଡୁଥିଲା। କେବଳ ସେତିକି ନୁହେଁ ବିଶେଷ ଗ୍ରାହକଙ୍କୁ ଏଡିଟ୍ କରିବାର ଏହି ଭିଡିଓକୁ ପୁନଃର୍ବାର ଦେଖିବାର ବିକଳ୍ପ ରହୁଥିଲା।ପୋଲିସର ସୂଚନା ଅନୁସାରେ ୮୦୦ ଦମ୍ପତ୍ତିଙ୍କର ଭିଡିଓ ଏହି ଓ୍ବେବସାଇଟ୍ ନିକଟରୁ ମିଳିଛି। ଏସବୁ ଲାଇଭ ଷ୍ଟ୍ରିମିଂ କରାଯାଇ ସାରିଛି। ପୋଲିସ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିସାରିଛି।

  ​‌

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.